
ୟୁପି ତକ୍ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶର ବାବାତପୁରରେ ଜଣେ ହିନ୍ଦୁ ଦଲିତ ମହିଳା, ବଳାତ୍କାର ଓ ଧର୍ମ ପରିବର୍ତ୍ତନ ହେବାର ଧମକ ଦିଆଯିବା ପରେ ୬ ଜଣ ମୁସଲମାନ ଯୁବକଙ୍କ ବେକ କାଟି ହତ୍ୟା କରିଛି ଏବଂ ବର୍ତ୍ତମାନ ସେହି ମହିଳା ନିଖୋଜ ଅଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ କହିବା ଅନୁଯାୟୀ ଏପରି କୌଣସି ଘଟଣା ସେହି ସ୍ଥାନରେ ଘଟି ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଖବରର ସ୍କ୍ରିନସଟରେ କୁହା ଯାଇଛି ଯେ ଉତ୍ତରପ୍ରଦେଶର ବାବତପୁର ଅଞ୍ଚଳରେ ଜଣେ ହିନ୍ଦୁ ଦଳିତ ମହିଳାଙ୍କୁ ଦୁଷ୍କର୍ମ ଏବଂ ଧର୍ମ ପୃବର୍ତ୍ତନର ଧମକ ଦେବା ପରେ, ସେହି ମହିଳା ୬ ଜଣ ମୁସ୍ଲିମ ଯୁବକଙ୍କ ବେକ କାଟି ହତ୍ୟା କରିଛି।
ଏହି ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଲେଖୁଛନ୍ତି, “ଏମିତିକା ବଳି ମୋ ମାଆକୁ ଖୁସି କରିପାରେ”

Facebook | Archive
ଆମ ଅନୁସନ୍ଧାନ:
ଅନୁସନ୍ଧାନ ଆରମ୍ଭରେ, ଭାଇରାଲ୍ ସମ୍ବାଦ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଖୋଜିବା ଆରମ୍ଭ କରିଲୁ। ପରିଣାମରେ, ଆମେ ଏପରି କୌଣସି ଖବର ପାଇଲୁ ନାହିଁ, ଯାହା ଭାଇରାଲ୍ ସମ୍ବାଦକୁ ନିଶ୍ଚିତ କରିପାରେ।
ଅଧିକ ସର୍ଚ୍ଚ କରିବା ପରେ ଆମକୁ ୧୮ ଜୁନ୍ ୨୦୨୩ ରେ ବାରାନାଶୀ ପୋଲିସର ଗୋମତୀ ଅଞ୍ଚଳ ଡ଼ିସିପିଙ୍କ ଗୋଟିଏ ଟୁଇଟ ମିଳିଲା। ଟୁଇଟରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ ଭାଇରାଲ ଖବରକାଗଜ କ୍ଲିପ୍ ନକଲି ଅଟେ ଏବଂ ଏପରି କୌଣସି ଘଟନା ଘଟି ନାହିଁ।
ଏହା ବ୍ୟତୀତ ୟୁପି ତକ୍ ଏକ ଟୁଇଟ ମାଧ୍ୟମରେ ସ୍ପଷ୍ଟ କରିଛି ଯେ ଭାଇରାଲ ସ୍କ୍ରିନସଟ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଭ୍ରାନ୍ତକାରୀ ଅଟେ। ୧୯ ଜୁନ୍ ୨୦୨୩ ରେ କରାଯାଇଥିବା ଟ୍ୱିଟରେ ଏହା ଲେଖାଯାଇଛି, ୟୁପି ତକ୍ ପର୍ଯ୍ୟନ୍ତ ଲୋକଙ୍କ ସହ ସୋସିଆଲ ମିଡିଆରେ ବ୍ୟାପିଥିବା ଏହି କଳ୍ପନା ଖବର ସଂପୂର୍ଣ୍ଣ ବିଭ୍ରାନ୍ତିକର ଅଟେ। ଦୟାକରି ଏହିପରି ବିଭ୍ରାନ୍ତିକର ଖବରକୁ ଅଣଦେଖା କରନ୍ତୁ। ଏଥି ସହ ବାରାଣାସୀ କମିଶନର ମଧ୍ୟ ଏହି ଖବରକୁ ଖଣ୍ଡନ କରି କହିଛନ୍ତି ଯେ ଯେଉଁମାନେ ଏପରି ପୋଷ୍ଟ ସେୟାର କରୁଛନ୍ତି ସେମାନଙ୍କ ବିରୋଧରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଉତ୍ତରପ୍ରଦେଶରେ ଜଣେ ଦଳିତ ମହିଳା ୬ ଟି ମୁସ୍ଲିମ ଲୋକଙ୍କ ହତ୍ୟା କରିଥିବା କୌଣସି ଘଟଣା ଘଟି ନାହିଁ। ୟୁପି ତକ୍ ନ୍ୟୁଜର ନକଲି ଖବରକାଗଜ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Title:କ’ଣ ଉତ୍ତରପ୍ରଦେଶର ଜଣେ ଦଳିତ ମହିଳା ୬ ଜଣ ମୁସ୍ଲିମ ଯୁବକଙ୍କ ହତ୍ୟା କରିଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False


