
ଏକ ମୃତ୍ୟୁ ଝିଅର ଫୋଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେ ଏହା ଜ୍ୟୋତି କୁମାରୀ ପାସୱାନ୍ ର ଅଟେ। ଯିଏ ଲକ୍ଆଉଟ୍ ସମୟରେ ତାଙ୍କ ଅସୁସ୍ଥ ପିତାଙ୍କୁ ସାଇକେଲ ପଛରେ ବସି 1200 କିଲୋମିଟର ସାଇକେଲ ଚଲାଇ ଗୁରୁଗ୍ରାମ (ହରିୟାଣା) ରୁ ବିହାର ତାଙ୍କ ଘରକୁ ଆଣିଥିଲେ। ଏହି ଘଟଣା ପରେ ଜ୍ୟୋତି ପାସୱାନଙ୍କ ସାହସିକତା ଏବଂ ପରିଶ୍ରମକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା କରାଯାଉଥିଲା। ବର୍ତ୍ତମାନ ସୋସିଆଲ ଫୋରମରେ ଏକ ପୋଷ୍ଟ ମାଧ୍ୟମରେ ଦାବି କରାଯାଉଛି ଯେ ବିହାରର ଦାରବଙ୍ଗା ଅଞ୍ଚଳରେ ଜ୍ୟୋତି ପାସୱାନଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଛି। ଏହି ପୋଷ୍ଟ ଅନୁଯାୟୀ ଅର୍ଜୁନ ମିଶ୍ର ନାମକ ଜଣେ ବ୍ୟକ୍ତି ଉଦ୍ୟାନରୁ ଆମ୍ବ ଚୋରି କରି 15 ବର୍ଷିୟ ଜ୍ୟୋତି ପାସୱାନଙ୍କୁ ବଳାତ୍କାର କରି ହତ୍ୟା କରିଛନ୍ତି।
Somya Ranjan Dash ନାମକ ଜଣେ ଫେସବୁକ ୟୁଜର ତାଙ୍କ ପୋଷ୍ଟରେ ଏହି ଦାବି ସହ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, ମନେ ଅଛି କି ସାରା ଭାରତରେ ନା କରିଥିବା ବିହାରୀ ଝିଅ ଜ୍ୟୋତି ପାସବାନ , ଯିଏ କି 1500କି.ମି ସାଇକେଲ ରେ ବସାଇ ନିଜ ବାପାଙ୍କୁ ଗାଁକୁ ଆଣିଥିଲା। ସେହି ଝିଅକୁ ଅର୍ଜୁନ ମିଶ୍ରା ନାମକ ଜଣେ ଲୋକ ରେପ କରି ହତ୍ୟା କରିଦେଇଛି।
ଆମ ଅନୁସନାଧାନ ପୂର୍ବରୁ ପୋଷ୍ଟକୁ ଡିଲିଟ କରି ଦିଆ ଯାଇଥିଲା। ତଳେ ପୋଷ୍ଟର ଲିଙ୍କ ଦଜେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତିୁ- Facebook । Archive
ତେବେ କଣ ଜ୍ୟୋତି କୁମାରୀ ପାସୱାନ୍ ନାମକ ଝିଅକୁ ଅର୍ଜୁନ ମିଶ୍ରା ନାମକ ବ୍ୟକ୍ତି ଦୁର୍ଷ୍କର୍ମ କରି ହତ୍ୟା କରିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆଣ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଭାଇରାଲ ଫୋଟୋ ସମ୍ପର୍କରେ ଆମେ ଗୁଗୁଲରେ ସର୍ଚ୍ଚ କରିପାରୁ ପାଇଲୁ ଯେ, 1 ଜୁଲାଇରେ ଦାରଭଙ୍ଗା ଜିଲ୍ଲାର 13 ବର୍ଷ ବୟସ୍କା ଜ୍ୟୋତି କୁମାରୀଙ୍କ ମୃତଦେହ ମିଳିଥିଲା। livehindustan. ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ, ଭାଇରାଲ ଫୋଟୋରେଥିବା ଝିଅ ଜ୍ୟୋତି କୁମାରି ନାମ ଲେଖା ଯାଇଛି। ଏହା ପରେ ଫ୍ୟାକ୍ଟ କ୍ରେସେଣ୍ଡୋ ପାର୍ଟାଲ ଓପି ଗାଁର SHO ବରୁଣ କୁମାରଙ୍କ ସହ ଯୋଗାଯୋଗ କରିଥିଲେ, ସେ ଆମକୁ ସୂଚନା ଦେଲେ ଯେ,
ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ, ଜ୍ୟୋତି କୁମାରୀଙ୍କର ବିଦ୍ୟୁତ ସଂଯୋଗ ଯୋଗୁଁ ମୃତ୍ୟୁ ହୋଇଥିଲା। ରିପୋର୍ଟରେ ଏହି ଝିଅକୁ ବଳାତ୍କାର କରାଯିବାର କୌଣସି ଉଲ୍ଲେଖ ନାହିଁ। ଏହି ମାମଲାର ତଦନ୍ତ ଜାରି ରହିଛି, କିନ୍ତୁ ଏହା ନିଶ୍ଚିତ ଯେ ଏହି ଝିଅକୁ ବଳାତ୍କାର କରାଯାଇ ନାହିଁ। ବିଦ୍ୟୁତ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ଏବଂ ତାଙ୍କ ବେକରେ ମଧ୍ୟ ଦାଗ ଦେଖିବାକୁ ମିଳିଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମୃତ୍ୟୁ ହୋଇଥିବା ଜ୍ୟୋତି କୁମାରୀ , ଜ୍ୟୋତି ପାସୱାନ୍ ନୁହଁନ୍ତି। ନାମ ଏକା ପ୍ରକାର ଥିବାରୁ ଏହା ଭୁଲ ଦାବିରେ ଭାଇରାଲ ହେଉଛି।
ଏହା ପରେ ଆମକୁ Facebookର ଏକ ପୋଷ୍ଟ ପାଇଲୁ ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଏନସିଆଇବି ଏହାର ଅଫିସିଆଲ୍ ଫେସବୁକ୍ ପେଜରେ ସେୟାର କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯ ସାଇକେଲ ଗାର୍ଲ ଜ୍ୟୋତି ପାସୱାନଙ୍କ ମୃତ୍ୟୁ ହୋଇଥିବା ଦାବିରେ ପୋଷ୍ଟ କରାଯାଇଥିବା ଫୋଟୋ ମିଥ୍ୟା ଅଟେ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଶେଷକଥା–
ଆମ ଅନୁସନ୍ଧାନରୁ ପୋଇଲୁ ଯେ, ସାଇକେଲ ଗାର୍ଲ ଜ୍ୟୋତି ପାସୱାନଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଖବର ମିଥ୍ୟା ଅଟେ। ସାଇକେଲ ଗାର୍ଲ ଜ୍ୟୋତି ପାସୱାନ ଜିବିତ ଅଛନ୍ତି।

Title:ସାଇକେଲ ଗର୍ଲ ଜ୍ୟୋତି ପାସୱାନ୍ ବଳାତ୍କାର ଏବଂ ହତ୍ୟା ଖବର ମିଥ୍ୟା ଅଟେ ।
Fact Check By: Saritadevi SamalResult: False