
କିଛିଦିନ ପୂର୍ବରୁ କଂଗ୍ରେସର ଭାରତ ଯୋଡୋ ଯାତ୍ରାର ଅନେକ ଭିଡିଓ ଏବଂ ଚିତ୍ର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ, ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଆପଣ ଭାରତର ପତାକା ଧରି ରାସ୍ତାରେ ଯାଉଥିବା ବହୁ ଲୋକଙ୍କୁ ଦେଖିପାରିବେ। ଭାଇରାଲ ଭିଡିଓ ସହିତ ଦାବି କରାଯଉଛି ଯେ, ଏହି ଭିଡିଓ କଂଗ୍ରେସର ଭାରତ ଯୋଡାର ଅଟେ।
Ranajeet Dash ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଦେଶରେ ଘୃଣା, ଅସହିଷ୍ଣୁତା, ଦରଦାମ ବୃଦ୍ଧି, ମୁଦ୍ରାସ୍ପିତି ବିରୁଦ୍ଧରେ #ଭାରତଜୋଡୋଯାତ୍ରା #ରାହୁଲଗାନ୍ଧୀ #କଂଗ୍ରେସ #ତ୍ରିରଙ୍ଗା
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ପୋଷ୍ଟର ସତ୍ୟତାଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଏହି ଭିଡିଓର ସତ୍ୟତା ଜାଣିବା ପାଇଁ, ଆମେ ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ କରି ଏହାକୁ Invid-V ଯାଞ୍ଚ ବ୍ୟବହାର କରି ଛୋଟ କିଫ୍ରାମ୍ରେ କାଟି ଦେଇଥିଲୁ । ଫଳସ୍ୱରୂପ, ଅଗଷ୍ଟ 15 ରେ ୟାସିର ମୁଶତାଖ ନାମକ ଜଣେ ଫେସବୁକ ୟୂଜର ତାଙ୍କ ଆକାଉଣ୍ଟରେ ସମାନ ଭିଡିଓ ସେୟାର କରିଥିଲେ।
ଏହା ସହିତ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଏହି ଭିଡିଓ ବାଙ୍ଗାଲୋରରେ କଂଗ୍ରେସ ଦ୍ୱାରା ଆୟୋଜିତ ଫ୍ରିଡମ ମାର୍ଚ୍ଚର ଅଟେ। ଆପଣ ନିମ୍ନରେ ଦେଖିପାରିବେ।
ଆମେ ଆପଣଙ୍କୁ କହିବୁ ଯେ ଭାରତ ଯୋଡ ଯାତ୍ରା 7 ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା। ଏଥିରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ।
ତା’ପରେ ଉପରୋକ୍ତ ସୂଚନାକୁ ଧ୍ୟାନରେ ରଖି ଆମେ ୟୁଟ୍ୟୁବରେ ଏକ କୀୱାର୍ଡ ସନ୍ଧାନ କଲୁ। ପବ୍ଲିକ ଟିଭି ନାମକ ଏକ ଯାଞ୍ଚ ହୋଇଥିବା ଚ୍ୟାନେଲରେ ଆମେ 15 ଅଗଷ୍ଟରେ ଫ୍ରିଡମ୍ ମାର୍ଚ୍ଚ ରିପୋର୍ଟ ପାଇଲୁ ।
ଏଥିରେ ଆପଣ ଭାଇରାଲ୍ ଭିଡିଓର ସମାନ ଦୃଶ୍ୟ ଦେଖିପାରିବେ। ସାଙ୍ଗରେ ଥିବା ସୂଚନାରେ କୁହାଯାଇଛି ଯେ କଂଗ୍ରେସ ନେତା ଡି.କେ ଶିବକୁମାର ଏବଂ ସିଦ୍ଧରମୈୟାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ସ୍ୱାଧୀନତା ପଦଯାତ୍ରାରେ ଭାଗ ନେଇଥିଲେ।
ଦୈନିକ ଜାଗ୍ରନଙ୍କ ୱେବସାଇଟରେ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଦେଶ ସ୍ୱାଧୀନ ହେବାର 75 ବର୍ଷ ବିତିଗଲାଣି। ଏହି ଆନନ୍ଦରେ କର୍ଣ୍ଣାଟକ କଂଗ୍ରେସ 15 ଅଗଷ୍ଟରେ ବେଙ୍ଗାଲୁରୁରେ ଏକ ସ୍ୱାଧୀନତା ମାର୍ଚ୍ଚ ଆୟୋଜନ କରିଥିଲା।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ଭିଡିଓ ଭାଇରାଲ ହେବା ସହିତ କରାଯାଇଥିବା ଦାବି ମିଥ୍ୟା ଅଟେ। ଏହି ଭିଡିଓ କଂଗ୍ରେସର ଭାରତ ଯୋଡୋ ଯାତ୍ରାର ନୁହେଁ ବରଂ ବାଙ୍ଗାଲୋରରେ ଅନୁଷ୍ଠିତ ଫ୍ରିଡମ୍ ମାର୍ଚ୍ଚର ଅଟେ।

Title:ବେଙ୍ଗାଲୁରୁରେ କଂଗ୍ରେସର ଫ୍ରିଡମ୍ ମାର୍ଚ୍ଚର ପୁରୁଣା ଭିଡିଓକୁ ଭାରତ ଯୋଡ ଯାତ୍ରା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: Missing Context
