ମୁସଲମାନମାନେ ହିନ୍ଦୁ ମନ୍ଦିର ଭାଙ୍ଗୁଥିବାର ଏହି ଭିଡିଓ ପାକିସ୍ତାର ଅଟେ। 

Missing Context Social

ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗୁଥିବା ଆକ୍ରମଣାତ୍ମକ ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଇଛି। ଦାବି ହେଉଛି ଯେ ମୁସଲମାନମାନେ ଦେଶର ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିଛନ୍ତି। ଭିଜୁଆଲରେ ମାଓବାଦୀମାନେ ସବୁକିଛି ଫିଙ୍ଗିବା ସହୀତ, ଲୁହା ଏବଂ କାଠ ରଡରେ ହିନ୍ଦୁ ମୂର୍ତ୍ତିଗୁଡ଼ିକୁ ନଷ୍ଟ କରୁଥିବାର ଦେଖାଯାଉଛନ୍ତି। ଏବଂ ମୋବାଇଲ୍ ଫୋନ୍ ସହିତ ଘଟଣାକୁ ରେକର୍ଡ କରୁଛନ୍ତି।

Suryavanshi Jayant ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ନୁପୁର ଶର୍ମା ବିରୋଧରେ ୫୬ ଟି ଦେଶ ଏକ ହୋଇଗଲେ। ମୂର୍ତ୍ତି ଭାଙ୍ଗିଥିବା ଏ ବିଧର୍ମୀ ମାନଙ୍କ ବିରୁଦ୍ଧରେ କ’ଣ କରାଯିବ? କେତେ ଆଓ୍ବାଜ୍ ଉଠିବ ?

ଫେସବୁକଆର୍କାଇଭ

Nilesh Kumar Parida ନାମକ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଆଖି ଫାଡିକି ଦେଖରେ ଗେଣ୍ଡାଳିଆ ସେକ୍ୟୁଲାର ହେଞ୍ଜଡା ମାନେ ପଠାଣ ଘୁଷୁରୀ ଛୁଆ ମାନେ ଆମ ହିନ୍ଦୁ ମାନଙ୍କ ର ମନ୍ଦିର ଭାଙ୍ଗୁଛନ୍ତି 👇👇👇

କଥାରେ ଅଛି #ପଠାଣ_କା_ବଚ୍ଚା_କଭି_ନେହିଁ_ସଚ୍ଚା ମୋ ବାଳ ଭାଇଚାରା କୁ ମୋ ଜୋତା 👞👟🥾🥿 ତଳେ ରଖୁଚି ରେ ନୁନିକଟା ଘୁଷୁରୀ ଛୁଆ। 

ଫେସବୁକଆର୍କାଇଭ

ତେବେ ମୁସ୍ଲିମମାନେ ହିନ୍ଦୁ ମନ୍ଦିର ଭାଙ୍ଗୁଥିବାର ଏହି ଘଟଣା ଭାରତର ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଭାଇରାଲ ଭିଡିଓ ସମ୍ପର୍କରେ ଅଲଗା ଅଲଗା କିୱାର୍ଡ ସାହାର୍ଯ୍ୟରେ ଖବର ବିଷୟରେ ଜାଣିବାକୁ ଚେଷ୍ଟା କଲୁ। ସର୍ଚ୍ଚରେ ପାକିସ୍ତାନରେ ଘଟିଥିବା ସମାନ ଘଟଣାର ସମ୍ବାଦ ପ୍ରବନ୍ଧଗୁଡ଼ିକ ସାମ୍ନାକୁ ଆସିଲା।  dawn ଏକ ରିପୋର୍ଟ ଅନୁଯାୟୀ, ଅଗଷ୍ଟ 4 ରେ ପାକିସ୍ତାନର ରହୀମ ୟାର ଖାନ ଜିଲ୍ଲାରେ ଏହି ଘଟଣା ଘଟିଥିଲା ​​ଯେଉଁଥିରେ ଜଣେ ସ୍ଥାନୀୟ ମାଡ୍ରାସରେ ପରିସ୍ରା କରିଥିବା ନଅ ବର୍ଷର ହିନ୍ଦୁ ବାଳକକୁ ଦିଆଯାଇଥିବା ଜାମିନକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଏହି ଖବରରେ ଭାଇଲାର ଭିଡିଓର ଫୋଟୋ ପ୍ରକାଶିତ କରାଯାଇଛି।

ଅଗଷ୍ଟ 4 ରେ ପାକିସ୍ତାନ ହିନ୍ଦୁ ପରିଷଦର ସାଂସଦ ତଥା ସଦସ୍ୟ ଡ.ରମେଶ ଭାନକୱାନି ଟ୍ୱିଟରରେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, “ଭୋଙ୍ଗ ସିଟି ଜିଲ୍ଲା ରହମିୟର ଖାନ ପଞ୍ଜାବର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ। ଗତକାଲି ଠାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା। ସ୍ଥାନୀୟ ପୋଲିସର ଅବହେଳା ଅତ୍ୟନ୍ତ ଲଜ୍ଜାଜନକ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରାଯାଇଛି।”

ପରଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟୁଇଟ୍ କରି କହିଛନ୍ତି ଯେ ସେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ସରକାର ମନ୍ଦିର ପୁନଃ ସ୍ଥାପନ କରିବେ ବୋଲି ନିଶ୍ଚିତ କରିଛନ୍ତି।

ଶେଷକଥା

ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓର ଭାରତ ସହ କୌଣସି ସମ୍ପର୍କ ନାହିଁ। ମୁସଲମାନମାନେ ଭାଙ୍ଗୁଥିବା ହିନ୍ଦୁ ମନ୍ଦିର ପାକିସ୍ତାନର ଅଟେ। 

Avatar

Title:ମୁସଲମାନମାନେ ହିନ୍ଦୁ ମନ୍ଦିର ଭାଙ୍ଗୁଥିବାର ଏହି ଭିଡିଓ ପାକିସ୍ତାର ଅଟେ।

Fact Check By: Saritadevi Samal 

Result: Missing Context

Leave a Reply

Your email address will not be published. Required fields are marked *