ଭାରତୀୟ ସେନାଙ୍କ ବିରୋଧରେ କୌଣସି ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରିନାହାନ୍ତି।

False Social

ଲଦାଖରେ ଭାରତୀୟ ଏବଂ ଚୀନ୍  ସୈନ୍ୟଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳ ନେତାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଫୋଟୋରେ କିଛି ଲୋକ ଭାରତୀୟ ସୈନ୍ୟଙ୍କ ବିରୋଧରେ ପ୍ରଦର୍ଶନ କରୁଥିବାର ଦେଖା ଯାଉଛି।  ଫଟୋ ମାଧ୍ୟମରେ ଦାବି ହେଉଛି ଯେ, ଏହି ଦଳିୟ ନେନାମାନେ  ଭାରତୀୟ ସେନା ଚୀନ୍  ସୈନିକଙ୍କ ଉପରେ ଗୁଳି କରିଥିବାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। 

20 ଜୁନରେ Tridip Kumar Nandi ନାମକ ଜଣେ ଫେସବୁକ ୟୁଜର ଏହି ପୋଷ୍ଟ କରି ଦାବି କରିଛନ୍ତି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ. ଏହି ହାରାମଜାଦା ବାମପନ୍ଥିଆ ମାନେ CPM ନାମରେ ଜଣାଶୁଣା। ଏହି ହାରାମଜାଦା ବାଉଁଆଭେଜା ମାନଙ୍କ କାର୍ଯ୍ୟକଳାପକୁ ଦେଖନ୍ତୁ ଯେଉଁଥିରେ ଖୋଲାଖୋଲି ଭାବରେ ସେମାନଙ୍କ ଦେଶଦ୍ରୋହୀ ଚରିତ୍ର ଧରାପଡୁଛି।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 195 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 119 କମେଣ୍ଟ କରାଯାଇଛି। ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ କମ୍ୟୁନିଷ୍ଟ ଦଳର ନେତାମାନେ ଭାତୀୟ ସୈନ୍ୟମାନେ ଚୀନ୍ ସୈନ୍ୟଙ୍କ ଉପରେ ଗୁଳି ଚାଳାଇବାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବାପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରି ସର୍ଚ୍ଚ କରିଲୁ। ଏହା ପରେ ଆମେ ଭାଇରାଲ ଫୋଟୋକୁ  କୀୱାର୍ଡ ମାଧ୍ୟମରେ ଉପରୋକ୍ତ ଚିତ୍ରକୁ ମଧ୍ୟ ସର୍ଚ୍ଚ କରିଲୁ।  ସିପିଆଇ (M) ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫୋଟୋ ପାଇଲୁ।  16 ଜୁନରେ ସିପିଆଇ ଟ୍ୱିଟର ହ୍ୟାଣ୍ଡେଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଦୀ ସରକାରଙ୍କ ଲୋକ ବିରୋଧୀ ନୀତି ବିରୋଧରେ ସିପିଏମ୍ ନେତାମାନେ ପ୍ରଦର୍ଶନ କରିଥିଲେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Twitter Archive

ଏହି ଘଟଣା ସହ ଜଡିତ କିଛି ଖବର ପାଇଥିଲୁ।  Telegraphindia ପେଜରେ ପ୍ରକାଶିତ ହୋଇଥିବା ଖବର  ଅନୁଯାୟୀ ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳ ଜୁନ୍ 18 ରେ କରୋନା ସଂକ୍ରମଣର ନିୟନ୍ତ୍ରଣ ଏବଂ ଅର୍ଥନୈତିକ ଅବନତିର ମୁକାବିଲାରେ ବିଫଳ ହୋଇଥିବା ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ଖବର ଅନୁସାରେ ଦଳର ନେତାମାନେ ସମସ୍ତ ପ୍ରବାଶି ଶ୍ରମିକଙ୍କ ଖାତାକୁ 7,500 ପଠାଇବା ପାଇଁ ସରକାରଙ୍କ ପାଖରେ ଦାବି କରିଛନ୍ତି। ଦଳର କର୍ମିମାନେ ଧରିଥିବା ବ୍ୟାନରର କୌଣସି ଭାରତ ସୈନ୍ୟଙ୍କ ବିରୋଧରେ ପ୍ରଦର୍ଶନ କରାଯାଉଥିବାର ଦେଖା ଯାଉନାହିଁ। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Telegraphindia Archive

ଏହା ପରେ ଆମେ ଭାଇରାଲ ଫୋଟୋ ଏବଂ ଆମକୁ ମିଳିଥିବା ଫୋଟୋକୁ ବିଷ୍ଳେଶଣ କରିଲୁ। ଯେଉଁଥିରେ ଆମେ ପାଇଲୁ ଯେ, ଆମକୁ ମିଳିଥିବା ଫୋଟୋକୁ ଏଡ଼ିଟ କରି ଭାଇରାଲ କରାଯାଉଛି।  ଆମକୁ ମିଳିଥିବା ଫୋଟୋରେ ଭାରତୀୟ ସୈନ୍ୟମାନଙ୍କ ବିରୋଧରେ ପ୍ରଦର୍ଶନ କରୁନାହାନ୍ତି। ଫୋଟର ବିଷ୍ଳେଶଣ ତଳେ ଦେଖନ୍ତୁ। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋରେ ଥିବା ବ୍ୟକ୍ତିମାନେ ଭାରତୀୟ ସୈନ୍ୟଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଦାବି ମିଥ୍ୟା ଅଟେ। ପ୍ରକୃତ ଫୋଟୋକୁ ଏଡ଼ିଟ କରି ଭାଇରାଲ କରାଯାଉଛି। ପ୍ରକୃତରେ ଫୋଟୋରେଥିବା ବ୍ୟକ୍ତିମାନେ ମୋଦି ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। 

Avatar

Title:ଭାରତୀୟ ସେନାଙ୍କ ବିରୋଧରେ କୌଣସି ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରିନାହାନ୍ତି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *