
ନିକଟରେ ମଣିପୁରରୁ ଗୋଟିଏ ନିନ୍ଦନୀୟ ଘଟଣା ଘଟିଥିଲା। ଲୋକଙ୍କ ଗୋଟିଏ ବିଶାଳ ସମୂହ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପ୍ୟାରେଡ୍ କରାଇବା ପରେ କିଛି ଲୋକେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଆରଏସଏସ କାର୍ଯ୍ୟକର୍ତ୍ତାଙ୍କର ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ମଣିପୁରର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଏହି ଦୁଇ RSS କାର୍ଯ୍ୟକର୍ତ୍ତା ଅଟନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଯଦିଓ ଫୋଟୋ ରେ ଥିବା ଦୁଇ ବ୍ୟକ୍ତି RSS କାର୍ଯ୍ୟକର୍ତ୍ତା ଅଟନ୍ତି କିନ୍ତୁ ସେମାନେ ଗଣଦୁଷ୍କର୍ମର ଅଭିଯୁକ୍ତ ନୁହଁନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଫୋଟୋରେ ଥିବା ଦୁଇ ବ୍ୟକ୍ତି RSS କାର୍ଯ୍ୟକର୍ତ୍ତା ଅଟନ୍ତି ଯେଉଁମାନେ ମଣିପୁର ଗଣଦୁଷ୍କର୍ମ ଅଭିଯୁକ୍ତ ଅଟନ୍ତି।

ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଘଟଣା ନେଇ ଏପରି କୌଣସି ସମ୍ବାଦ ପ୍ରକାଶ ହୋଇ ନାହିଁ ଯେଉଁଥିରେ କୁହା ଯାଇଛି ଯେ ମଣିପୁର ଗଣଦୁଷ୍କର୍ମ ମାମଲାରେ RSS କାର୍ଯ୍ୟକର୍ତ୍ତା ଅଭିଯୁକ୍ତ ଅଟନ୍ତି।
ଏହା ପରେ ଆମେ ଭାଇରାଲ ହେଉଥିବା ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ସମାନ ଫୋଟୋ ୧୬ ଅକ୍ଟୋବର ୨୦୨୨ ରେ ଚିଦାନନ୍ଦ ସିଂ ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ ଏକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଫଟୋ ସେୟାର ସେ କ୍ୟାପସନରେ ଲେଖିଛନ୍ତି, “ମୋ ପୁଅ ସଚିନନ୍ଦା ଏବଂ ସମ୍ପର୍କୀୟ ଅଶୋକଙ୍କ ସହ ଆରଏସଏସ ଇମ୍ଫାଲ ଜିଲ୍ଲା ପାଥ ସଞ୍ଚଲାନ।”
ଉପରୋକ୍ତ ପୋଷ୍ଟକୁ ନଜରରେ ରଖି ଅଧିକ ସର୍ଚ୍ଚ୍କରିବା ପରେ ଆମକୁ ଚିଦାନନ୍ଦଙ୍କ ଗୋଟିଏ ଟୁଇଟ ମିଳିଲା ଯେଉଁଥିରେ ସେ ଭାଇରାଲ ପୋଷ୍ଟ ନେଇ ୨୩ ଜୁଲାଇ ରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସେ ଲେଖିଛନ୍ତି, “ତୁମେମାନେ ମୋ ପୁଅର ଫଟୋ କାହିଁକି ବ୍ୟବହାର କରୁଛ? ଯେଉଁମାନେ ଏପରି ମିଥ୍ୟା ଖବର ପ୍ରସାରଣ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ମୁଁ ମାନହାନି ମକଦ୍ଦମା ଦାୟର କରିବି। ମୁଁ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିବି। ମୁଁ ଚିଦାନନ୍ଦ ସିଂ ଏବଂ ମୋ ପରିବାର ଏପରି କୌଣସି ଅପରାଧରେ ଜଡିତ ନାହିଁ।”
ଏଭଳି ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି ଏବଂ ଚିଦାନନ୍ଦ ସିଂ ତାଙ୍କ ଫେସବୁକ୍ ପେଜରେ ପୋଲିସର ଅଭିଯୋଗ ଫର୍ମ ଏବଂ ଏଫ୍ଆଇଆରର ଏକ କପି ସେୟାର କରିଛନ୍ତି।
ତେବେ ଏହି ଜଘନୀୟ ଅପରାଧର ମୁଖ୍ୟ ଅଭିଯୁକ୍ତ କିଏ?
ଏହି ଘଟଣାରେ ମଣିପୁର ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଭିଡିଓରେ ମହିଳା ପୀଡିତାଙ୍କୁ ଟାଣି ନେଇଥିବା ବ୍ୟକ୍ତିଙ୍କ ପରିଚୟ ଘୋଷଣା କରାଯାଇଛି। ମୁଖ୍ୟ ଅଭିଯୁକ୍ତଙ୍କ ନାମ ହେଉଛି ହୁଇରେମ ହେରୋଡସ ମେଇତେଇ। ଏହା ସହିତ ଅନ୍ୟ ଅପରାଧୀଙ୍କ ସନ୍ଧାନ ଚାଲିଛି।
ନିମ୍ନରେ ଥିବା ତୁଳନା ଫଟୋରେ ଆପଣ ମାନେ ଦେଖି ପାରିବେ ଯେ ମଣିପୁର ପୋଲିସ ଦ୍ୱାରା ଗିରଫ ହୋଇଥିବା ଭାଇରାଲ୍ ଫଟୋରେ ଅଭିଯୁକ୍ତ ହୁରେମ୍ ହେରୋଡାସ୍ ମେଟେଇ ଏବଂ ଆରଏସଏସ କାର୍ଯ୍ୟକର୍ତ୍ତା ସଚିନନ୍ଦ ଦୁଇଜଣ ଭିନ୍ନ ବ୍ୟକ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ RSS କାର୍ଯ୍ୟକର୍ତ୍ତାଙ୍କ ଅଭିଯୁକ୍ତ ହେବା ଦାବି ମିଥ୍ୟା ଅଟେ। ଅସଲି ଅଭିଯୁକ୍ତ ଏବଂ ଭାଇରାଲ ହେଉଥିବା ଫୋଟୋରେ ଥିବା ବ୍ୟକ୍ତି ମାନେ ଭିନ୍ନ ଅଟନ୍ତି। RSS କାର୍ଯ୍ୟକର୍ତ୍ତାଙ୍କ ଫୋଟୋକୁ ବ୍ୟବହାର କରି ମିଥ୍ୟା ପ୍ରଚାର କରା ଯାଉଛି।

Title:ମଣିପୁର ଗଣଦୁଷ୍କର୍ମ ଘଟଣାରେ ଆରଏସଏସ (RSS) କାର୍ଯ୍ୟକର୍ତ୍ତାଙ୍କ ଫୋଟୋ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।
Written By: Siddharth SahuResult: False
