ଅଧା ଜଳିଯାଇଥିବା ମହିଳାର ଫଟୋ କଂଗ୍ରେସ ସାସିତ ରାଜ୍ୟ ରାଜସ୍ଥାନର ନୁହେଁ ।

False Social

ସୋସିଆଲ ମିଡିଆରେ ଏକ ଜଳିଯାଇଥିବା ମହିଳାର ଫଟୋ ଭାଇରାଲ ହେଉଛି। ଫଟୋରେ ମହିଳାର ସମ୍ପୁର୍ଣ୍ଣ ଶରୀର ଜଳି ଯାଇଛି। ଖାଲି ମୁଣ୍ଡ ଏବଂ ହାତ ଦେଖାଯାଉଛି। ମହିଳାର ଛାତିଥରା ଏହି  ଭାଇରାଲ ଫଟୋକୁ ସାମ୍ପ୍ରଦାୟିକ ରୂପ ଦେଇ ଭାଇରାଲ କରାଯାଇଛି। ଦାବି କରାଯାଉଛି ଯେ, ଏହି ଘଟଣା କଂଗ୍ରେସ ସାସନ ରାଜ୍ୟ ରାଜସ୍ଥାନର ଅଟେ। କିନ୍ତୁ ଏହି ଘଟଣାକୁ ନେଇ କଂଗ୍ରେସ ସରାକର ଚୁପ ବସିଥିବା ବେଳେ, ବିଜେପି ସରକାର ସାସନ ରାଜ୍ୟରେ ହେଉଥିବା ଘଟଣାକୁ ଆଲୋଚନା କରୁଛନ୍ତି। 

ଆମ ଅନୁସନ୍ଧାନରେ ଭାଇରାଲ ଖବର ଭୁଲ ପମାଣିତ ହେଲା।

2 ଅକ୍ଟୋବରରେ Jayadev Girl ନାମକ ଜଣେ ଫେସବୁକ ୟୁଜଡର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, କଂଗ୍ରେସ ସାସିତ ରାଜ୍ୟରେ ଏକ ମହିଳାକୁ ଅତି ଅମାନୁଷିକ ଭାବେ ପୋଡ଼ି ଦିଆ ଗଲା କିନ୍ତୁ କଂଗେରସ ସରକାର ଚୁପ ବସିଛି। କଂଗ୍ରେସ ଦଳ ବିଜେପି ସରାକର ସାସିସ ରାଜ୍ୟରେ ହେଉଥିବା ଘଟଣାକୁ ଆଲୋଚନା କରିବାରେ ଲେଗିଛନ୍ତି।

ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, କଂଗ୍ରେସ ଶାସିତ ରାଜସ୍ଥାନ ରେ ଜଣେ ମହିଳା ପ୍ରତି ଅତି ଅମାନୁଷିକ, ବର୍ବରଚିତ ଭାବେ ପୋଡି ମାରିବା ଘଟଣା ରେ କଂଗ୍ରେସ ସରକାର, ତମାମ ବିରୋଧି ଦଳ ଚୁପ ! ଏମାନଙ୍କୁ କେବଳ ବିଜେପି ଶାସିତ ରାଜ୍ୟ ରେ ବଳାତ୍କାର ଘଟଣା ରେ ହୋ ହୋଲ୍ଲା କରିବା ଆସେ ! ମୋଦି ଶାସନ ରେ ମୁଦ୍ଦା ନାହିଁ, ଶାସନକୁ ଆସିବା ପାଇଁ ଗଳବାଟ ଖୋଜୁଛନ୍ତି ବିରୋଧି !

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 281 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 132 ଥର ଲାଇକ ଏବଂ 38 କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଂଗ୍ରେସ ସାସିତ ରାଜ୍ୟ ରାଜସ୍ଥାନରେ ଫଟୋରେଥିବା ମହିଳାକୁ ପୋଡ଼ି ଦିଆଯାଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋ କୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Rohit patel ନାମକ ଜଣେ ଟ୍ୱିଟର ୟୁଜର ଭାଇରାଲ ଖବର ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି ଭାଇରାଲ ଫଟୋ ଧରା ଜିଲ୍ଲା ଗାନ୍ଧୱାନୀ ଥାନା ଅଞ୍ଚଳର ଅଟେ। ଏହା ସହ ଲେଖାଯାଇଛି ଯେ, ଆଗ ମହିଳାକୁ ହତ୍ୟା କରାଯାଉଛି, ପରେ ତାକୁ ଜଳାଇ ଦିଆ ଯାଉଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କଲ ଦେଖନ୍ତୁ-TwitterArchive

ପରେ ଆମେ ଧାରା ଜିଲ୍ଲା କେଉଁ ରାଜ୍ୟରେ ଅଛି ତାହା ଦେଖିବା ପାଇଁ ଆମେ googleରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହା ମଧ୍ୟପ୍ରଦେଶର ଜିଲ୍ଲା ବୋଲି ଜଣା ପଡ଼ିଲା। ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନଙ୍କ ସରକାର ଅର୍ଥାତ୍ ବିଜେପି ସରକାର ଅଛି।

 ପରେ ଆମେ କୀ ଶବ୍ଦ ମାଧ୍ୟରେ ଖବରକୁ ଖୋଜିବା ପାଇଁ ଚେଷ୍ଟା କରିଲୁ। ସର୍ଚ୍ଚରେ ଆମକୁ 4 ଅକ୍ଟୋବରରେ Mp Chattisgarhaajtak ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶତ ହୋଇଥିବା ଭିଡିଓ ପାଇଲୁ। ଖବର ଅନୁସାରେ ଏହି ଘଟଣା ମଧ୍ୟ ପ୍ରଦେଶର ଅଟେ। ଘଟଣାରେ ଅପରାଧିକୁ ଗିରଫ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଫ୍ୟାକ୍ଟ କ୍ରେସେଣ୍ଡୋ ଧରର ଏସପି Aditya Pratap singh ଙ୍କ ସହ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଲେ ଯେ,  “ଏହି ଘଟଣା ରାଜସ୍ଥାନର ନୁହେଁ ବରଂ ମଧ୍ୟପ୍ରଦେଶ ଧାରା ଜିଲ୍ଲା ସ୍ଥିତ ଗାନ୍ଧୱାନୀ ଅଞ୍ଚଳର ଅଟେ। ।ସେପ୍ଟେମ୍ବର 29 ରେ ଏହି ଘଟଣା ଘଟିଥିଲା ​​ଏବଂ ଘଟଣାରେ କୌଣସି ସାମ୍ପ୍ରଦାୟିକ କୋଣ ନାହିଁ। ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କୁ ପୋଡି ଦିଆଯାଇଥିଲା। ଏହି ମହିଳାଙ୍କ ପରବର୍ତ୍ତୀ ବଳାତ୍କାର ହୋଇଥିବା ଦାବି ଭୁଲ ଅଟେ। 

ଏହା ପରେ ଫ୍ୟାକ୍ଟ କ୍ରେସେଣ୍ଡୋ ଗାନ୍ଧୱାନୀ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଜୟରାଜ ସୋଲଙ୍କିଙ୍କ ସହ ଯୋଗାଯୋଗ କରିଥିଲେ, ସେ ଆମକୁ କହିଥିଲେ ଯେ,  ସୋସିଆଲ ମିଡିଆରେ ଦାବି ସମ୍ପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି। ଘଟଣା ମଧ୍ୟପ୍ରଦେଶ ଧାରା ଜିଲ୍ଲାର  ଅଟେ। ପୀଡିତା ଏବଂ ଅଭିଯୁକ୍ତ ସମାନ ସମ୍ପ୍ରଦାୟର। ସେମାନେ ସମସ୍ତେ ପରସ୍ପରକୁ ବହୁତ ଦିନ ପୂର୍ବରୁ ଜାଣିଥିଲେ।  ତାଙ୍କର ବିବାହ ବ୍ୟୁରୋର କାମ ଥିଲା। ସେ ଅନ୍ୟ ପରିବାର ପାଇଁ ଝିଅ ଖୋଜିବା ପାଇଁ କାମ କରୁଥିଲେ, ଯେଉଁଥିପାଇଁ ପରିବାର ତାଙ୍କୁ ପଇସା ଦେଇଥିଲେ। ଏଥି ମଧ୍ୟରେ ଜଣେ ପରିବାରଠାରୁ ତାଙ୍କୁ 60000 ହଜାର ଟଙ୍କା ମିଳିଥିଲା। ଯାହା ପରେ ଝିଅଟି ପଳାଇ ଯାଇଥିଲା। ଏହି ସମୟରେ ଟଙ୍କା ଉପରେ ପାରସ୍ପରିକ ଝଗଡା ହେତୁ ଅଭିଯୁକ୍ତ ଏହି ମହିଳାଙ୍କୁ ହତ୍ୟା କରିଥିଲା। ଏହି ମହିଳାଙ୍କୁ ବଳାତ୍କାର କରି ଜୀବନ୍ତ ଜାଳିଦେବା ଦାବି ମଧ୍ୟ ଭୁଲ ଅଟେ। ଆପଣ FIR ରେ ମଧ୍ୟ ଦେଖିପାରିବେ ଯେ ଏହି ଘଟଣା ହେତୁ ଅଭିଯୁକ୍ତମାନଙ୍କୁ ଧାରା 302 (ହତ୍ୟା), 201 ଏବଂ 34 ଅନୁଯାୟୀ ମାମଲା ରୁଜୁ କରାଯାଇଛି। ”

ଶେଷକଥା

ଆମ ଅନୁସନ୍ଧାନରୁ ପାଇଲୁ ଯେ , ଅଧା ଜଳିଯାଇଥିବା ମହିଳାର ଫଟୋ କଂଗ୍ରେସ ସାସିତ ରାଜ୍ୟ ରାଜସ୍ଥାନର ନୁହେଁ ବରଂ ମଧ୍ୟପ୍ରଦେଶ ଧରା ଜିଲ୍ଲାର ଅଟେ। ଏହା ଛଡ଼ା ଫଟୋରେଥିବା ମହିଳା ସହ ଦୁଷ୍କର୍ମ ହୋଇ ନାହିଁ। ଶତୃତାକୁ ନେଇ ମହିଳାର ହତ୍ୟା କରାଯାଇଛି। 

Avatar

Title:ଅଧା ଜଳିଯାଇଥିବା ମହିଳାର ଫଟୋ କଂଗ୍ରେସ ସାସିତ ରାଜ୍ୟ ରାଜସ୍ଥାନର ନୁହେଁ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *