
ବର୍ତମାନ ଚାଲୁଥିବା କୃଷକଙ୍କ ବିରୋଧ ମଧ୍ୟରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଶିଖ ଲୋକଙ୍କ ପାକିସ୍ତାନ ସମର୍ଥନ ନାରା ଦେଉଥିବା ଏକ ଭିଡିଓ ପୋଷ୍ଟ କରୁଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଶିଖ ଲୋକେ ରାସ୍ତାରେ ଚାଲି ଆସୁଥିବା ସମୟରେ ପାକିସ୍ତାନ ଜିନ୍ଦାବାଦ, କାଶ୍ମୀର ବନେଗା ପାକିସ୍ତାନ ଇତିଯାଡି ନାରା ଦେଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତମାନ ଚାଲୁଥିବା କୃଷକ ଆନ୍ଦୋଳନ ସମୟର ଦାବି ସହିତ ଭାଇରାଲ ହେଉଛି।
ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୯ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଏହି ଭିଡିଓ ଆନ୍ଦୋଳନ ସମୟରେ ଚାଷୀ ମାନେ ଭାରତ ବିରୋଧ କରି ଓ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଖୋଜି ବାହାର କରିଲୁ ଯେ ଏହି ଦାବି କେଉଁ ପରି ସୃଷ୍ଟି ହେଇଛି। ବର୍ତମାନ ଚାଲୁ ଥିବା ହରୁଷକ ଆନ୍ଦୋଳନରେ ଖାଲିସ୍ଥାନ ଏବଂ ପାକିସ୍ତାନ ସମର୍ଥନ ନାରା ଦିଆ ଯାଇଅଛି ବୋଲି ବିଜେପି ସଚିବ ଗଣମାଧ୍ୟମରେ ଦାବି କରିଛନ୍ତି। କଂଗ୍ରେସକୁ ଅଭିଯୋଗ ଲଗାଇ ବିଜେପି ସଚିବ ଦୁଶ୍ୟାନ୍ତ କୁମାର ଗୌତମ କହିଛନ୍ତି ଯେ ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଚାହୁଞ୍ଚନ୍ତି କିନ୍ତୁ କଂଗ୍ରେସ କୃଷକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛି।
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଭିଡିଓକୁ ଇନଭିଡ ୱି ଭେରିଫାଇ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୯ ଅକ୍ଟୋବର ୨୦୧୫ ମସିହାରେ ଫେସବୁକରେ ଏହି ଭିଡିଓର ଗୋଟିଏ ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟରେ କୁହା ଯାଇଅଛି ଯେ କାଶ୍ମୀର ବାରାମୁଲ୍ଲାହ ଅଞ୍ଚଳରେ ଶିଖ ସମୁଦାୟ ଲୋକ ପାକିସ୍ତାନ ସମର୍ଥନ ନାରା ଦେଉଛନ୍ତି।
ଏହା ପରେ ଆମେ ୟୁଟ୍ୟୁବରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ୧୮ ଅକ୍ଟୋବର ୨୦୧୫ ମସିହାରେ ଦି କାଶ୍ମୀର ପ୍ଲସ୍ ନାମକ ୟୁଟ୍ୟୁବ ଚ୍ୟାନାଲରେ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓର ଫୁଟନୋଟ୍ ରେ କୁହା ଯାଇଅଛି ଯେ ଶିଖ ଧର୍ମର ପବିତ୍ର ଶାସ୍ତ୍ର ଗୁରୁ ଗ୍ରନ୍ଥ ସାହେବଙ୍କ ଅପମାନକୁ ବିରୋଧ କରି ଶିଖ ବିକ୍ଷୋଭକାରୀ ମାନେ ରବିବାର ଦିନ ଉତ୍ତର କାଶ୍ମୀରର ବାରାମୁଲ୍ଲାହ ଠାରେ ପାକିସ୍ତାନ ସମର୍ଥନ ନାରା ଦେଇଥିଲେ।
ଗୁଗୁଲରେ ଏହି ବିଷୟରେ ସର୍ଚ କରିଲା ପରେ ୧୯ ଅକ୍ଟୋବର ୨୦୧୫ ମସିହାରେ ଡେକାନ କ୍ରୋନିକଲ୍ଶ୍ ପତ୍ରିକାରେ ପ୍ରକାଶିତ ହେଇଥିବା ଅନୁଛେଦରେ କୁହା ଯାଇଅଛି ଯେ ରବିବାର ଦିନ ଜମ୍ମୁ-କାଶ୍ମୀରର ଉତ୍ତର-ପଶ୍ଚିମ ସହର ବାରାମୁଲ୍ଲାରେ ଶିଖ ସମୁଦାୟ ଲୋକ ସେମାନଙ୍କର ପବିତ୍ର ଗ୍ରନ୍ଥ ଅପମାନିତ କରା ଯାଇଥିବାରୁ ପାକିସ୍ତାନ ସମର୍ଥନ ନାରା ଦେଇଥିଲେ। ପଞ୍ଜାବର କିଛି ଅଞ୍ଚଳରେ ଗୁରୁ ଗ୍ରନ୍ଥ ସାହିବଙ୍କ ଅପମାନ ହେତୁ ଶିଖ ବିରକ୍ତ ହୋଇ ବାରାମୁଲ୍ଲା ରାସ୍ତାରେ “ପଞ୍ଜାବ ବନେଗା ଖାଲିସ୍ଥାନ” ଏବଂ “”ପାକିସ୍ତାନ ଜିନ୍ଦାବାଦ” ନାରା ଦେଇଥିଲେ। ସମ୍ପ୍ରଦାୟର ନେତା ମାନେ ଏହି ଅବସରରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ସମୟରେ କହିଥିଲେ ଯେ ଶିଖ ମାନେ ତାଙ୍କ ପବିତ୍ର ଗ୍ରନ୍ଥ ଅପମାନିତ କରିବାକୁ ସହିବେ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓର ବର୍ତମାନ ଚାଲୁଥିବା କୃଶକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ୨୦୧୫ ମସିହାର ଅଟେ। ଶିଖ ପବିତ୍ର ପୁସ୍ତକ ଗୁରୁ ଗ୍ରନ୍ଥର ଅପମାନ ନେଇ ଏହି ବିରୋଧ ହେଇଥିଲା।

Title:କ’ଣ ପୋଷ୍ଟ କରା ଯାଇଥିବା ଭିଡିଓରେ କୃଷକ ଆନ୍ଦୋଳନ ସମୟରେ ପାକିସ୍ତାନ ଜିନ୍ଦାବାଦ ନାରା ଲଗା ଯାଇଅଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False