କ’ଣ ସତରେ କାର ଭିତରୁ ରାତା ରାତି ବାହାରି ଆସିଲା ଗଛ? ଜାଣନ୍ତୁ ସତ।

Partly False Social

9 ଡିସେମ୍ବରରେ ଓଡ଼ିଶା K NEWSର ଏକ ନ୍ୟୁଜ ପୋଷ୍ଟରେ କାର୍ ଭିତରୁ ରାତାରାତି ଗଛ ବାହାରିବାର ଦାବି କରାଯାଇଛି। ପୋଷ୍ଟରେ ଏକ ଫୋଟୋ ଦିୟା ଯାଇଛି ଯାହାକୁ ଦେଖିଲେ ଲାଗୁଛି ଯେ, ସତରେ କାରକୁ ଫଟାଇ କାର ମଝିରୁ ଏହି ବିଶାଳକାୟ ଗଛ ବାହାରିଛି। ପୋଷ୍ଟର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଧଳା ରଙ୍ଗର ଏହି କାର ଭିତରୁ ଏକ ଗଛ ବାହାରି ଆସିଛି,ଯାହାକୁ ଦେଖି ଲୋକେ ଆଶ୍ଚଯ୍ୟ ହୋଇଯାଉଛନ୍ତି। କାର ଆଖପାଖରେ ବହୁଲୋକ ଜମା ହୋଇ ରହିଛନ୍ତି। ପୋଷ୍ଟରେ କୁହା କରାଯାଇଛି ଯେ, ଏହି କାରରୁ ଗଛ ବାହାରିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହା ସହିତ ଲେଖା ଯାଇଛି ଯେ, ଏହି ଘଟଣା ପ୍ରକୃତରେ କରିସ୍ମା ଅଟେ । ଆମ ଅନୁସନ୍ଧାନ ପୁର୍ବରୁ ପୋଷ୍ଟକୁ 271 ଜଣ ଦେଖି ସାରିଛନ୍ତି।

ଏଠାରେ ଲିଙ୍କ୍ ଦେଖନ୍ତୁ-  K NEWSArchive

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନର ଆରମ୍ବରେ ଆମେ ପ୍ରଥମେ ପୋଷ୍ଟ କରାଯାଇଥିବା ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଏହି ଫୋଟୋ Royal de luxe ଫେସବୁକ ପେଜରେ ମିଳିଲା। 18 ନଭେମ୍ବର 2019ରେ Royal de luxe କମ୍ପାନି ଏହି ଫୋଟୋ ନିଜ ଫେସବୁକ ପେଜରେ ପୋଷ୍ଟ କରିଛି ଏବଂ ପୋଷ୍ଟରେ ଲେଖା ଯାଇଛି ଯେ, Right now is the season of Granny’s range of rodeo cars. Granny plants a seed before parking the car, and when she comes back in the morning, she finds a huge tree. She laughs at it.” 

ଏଠାରେ ଲିଙ୍କ୍ ଦେଖନ୍ତୁ –FacebookArchive

ଏହା ଛଡ଼ା ଏହି ଫୋଟୋର ଅନ୍ୟ ଏକ ଲିଙ୍କ୍ Ouest France ରେ ପାଇଲୁ।  ଯାହାକି 19 ନଭେମ୍ବର 2019ରେ ପ୍ରକାଶିତ କରାଯାଇଛି। ପ୍ରକାଶିତ ନ୍ୟୁଜରେ ଲେଖା ଯଆଇଛି ଯେ, ଏହା ଏକ କଳାକୃତି ଅଟେ ଯାହାକି ପଞ୍ଚିମ ଫ୍ରାନ୍ସର ନନତେସ ଶହରରେ ବନା ଯାଇଥିଲା। ଏହି କଳାକୃତି ସ୍ଥାନିୟ ଥିଏଟର ସମୁହ Royal de luxe ଦ୍ୱାରା ବନା ଯାଇଥିଲା। ଏହି କଳାକୃତିକୁ ଦେଖି ସ୍ଥାନିୟ ଲୋକେ ଆଶ୍ଚଯ୍ୟ ହୋଇଯାଇଥିଲେ। ଏଥରୁ ଜଣା ଗଲା ଯେ, ରାତା ରାତି କାର ମଝିରୁ ଗଛ ବାହାରିବା ଦାବି ମିଥ୍ୟା ଅଟେ। ଏହା Royal de luxe କମ୍ପାନି ଦ୍ୱାରା ବନାଯାଇଥିବା କଳାକୃତି ଅଟେ।

ଏଠାରେ ଲିଙ୍କ୍ ଦେଖନ୍ତୁ-  Ouest France  । Archive

ଏଠାରେ ଆମେ କହିରଖୁଛୁ ଯେ, Royal de Luxe ଏକ ଫ୍ରେନ୍ଚ ମେକାନିକାଲ ମୈରିୟନଟ ସ୍ଟ୍ରୀଟ- ଥିଏଟର କମ୍ପାନି ଅଟେ। ଏହି କମ୍ପାନିକୁ ଜିନ-ଲ୍ୟୁକ କୋର୍ଟକଲ୍ଚର 1979 ମସିହାରେ ଏକ୍ସ-ଏନ-ପ୍ରୋୱେଂସରେ ସ୍ଥାପନା କରାଯାଇଥିଲା। ଏହି କମ୍ପାନି 20ରୁ ଅଧିକ ବର୍ଷ ହେଲା ପୃଥୀବିର ଅଲଗା ଅଲଗା ଜାଗାରେ ଲୋକଙ୍କୁ ଆଶ୍ଚଯ୍ୟ କଲା ଭାଳି ବିଶାଳ କଳାକୃତି ଏବଂ ମଲ୍ଟୀଡେ ଆଉଟ ଡୋର ପ୍ରଦର୍ଶନ ପ୍ରସ୍ତୁତ କରିଛନ୍ତି। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ରାତ ରାତି କାର ମଝିରୁ ଗଛ ବାହରିବା ଦାବି ମିଥ୍ୟା ଅଟେ। ପୋଷ୍ଟ କରାଯାଇଥିବା ଫୋଟୋ ଫ୍ରାନ୍ସର ଅଟେ। ଏହା  Royal de luxe କମ୍ପାନି ଦ୍ୱାରା ବନା ଯାଇଥିବା କଳାକୃତି ଅଟେ। ଏହା କୌଣସି ପ୍ରକୃତିର କରିସ୍ମା ନୁହେଁ। 

Avatar

Title:କ’ଣ ସତରେ କାର ଭିତରୁ ରାତା ରାତି ବାହାରି ଆସିଲା ଗଛ? ଜାଣନ୍ତୁ ସତ।

Fact Check By: Saritadevi Samal 

Result: Partly False

Leave a Reply

Your email address will not be published. Required fields are marked *