
ଦୁଇ ମାସରୁ ଅଧିକ ସମୟ ଧରୀ ଚାଲୁଥିବା ମଣିପୁର ହିଂସା ଲାଗି ରହିଏହା ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ବିଜେପି ନେତାଙ୍କୁ ଧକ୍କା ଦେଉଥିବାର ନଜର ଆସିଛନ୍ତି। ବଙ୍ଗଳାରେ ହିନ୍ଦୁମାନଙ୍କୁ ମାଡ ଦିଆଯାଉଛି ଦାବିରେ ଏହି ଭିଡିଓ ସେୟାର କରାଯାଇଛି।
ଭାଇରାଲ ଭିଡିଓ ସହିତ ଲେଖାଯାଇଛି ଯେ, ଏପରି ସମୟରେ ପ୍ରଧାନମନ୍ତ୍ରୀ ମଣିପୁର ଯିବାକଥା…..
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓର ଫଟୋକୁ ଗୁଗଲରେ ପକାଇ ରିଭର୍ସ ଇମେଜ ସର୍ଚ କରିଲୁ। ପରିଣାମରେ ଆମକୁ ଜାଗ୍ରଣ ୱେବସାଇଟରେ ପ୍ରକାଶିତ ଏକ ଖବର ପାଇଲୁ। ପେଜର ଭାଇରାଲ ଭିଡିଓର ସ୍ରକିନ ସୋର୍ଟ ଅଛି। 6 ଅକ୍ଟୋବର 2017ରେ ପ୍ରକାଶିତ ଏହି ଖବର ଅନୁସାରେ ଦାର୍ଜିଲିଂ ଯାଇଥିବା ଦିଲୀପ ଘୋଷ ଏବଂ ଅନ୍ୟ ବିଜେପି ନେତାଙ୍କ ବୈଠକରେ କିଛି ଲୋକ ଅସଦାଚରଣ କରିବା ଆରମ୍ଭ କରିଥିଲେ। ତା ପରେ ନେତା ଓ ଅନ୍ୟ ବିଜେପୀ କର୍ମୀମାନଙ୍କୁ ରାସ୍ତାରେ ପିଟିଥିଲେ।
ଆକ୍ରମଣକାରୀଙ୍କଠାରୁ ରକ୍ଷା ପାଇବା ପାଇଁ ଘୋଷଙ୍କୁ ସ୍ଥାନୀୟ ଚକ୍ ବଜାର ପୋଲିସ ଆଶ୍ରୟ ନେବାକୁ ପଡିଥିଲା।

ଏହି ଘଟଣା ପରେ ଜେଜେଏମ୍ ସ୍ୱୀକାର କରିଛି ଯେ ଏହାର ନିଜସ୍ୱ କର୍ମୀମାନେ ଦିଲୀପ ଘୋଷ ଏବଂ ତାଙ୍କ କନଭେନ ଉପରେ ଆକ୍ରମଣ କରିଥିବାବେଳେ ଜେଜେଏମ୍ ନେତା ବିନୟ ତମାଙ୍ଗ ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ଗୋରଖଲାଣ୍ଡ ପ୍ରସଙ୍ଗରେ ଦାର୍ଜିଲିଂ ଲୋକଙ୍କ ଭାବନାକୁ ବିଜେପି ଆଘାତ ଦେଇଛି।
ଆମେ ଭାଇରାଲ୍ ଭିଡିଓ NMF ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ପାଇଲୁ। ଭିଡିଓଟି 6 ଅକ୍ଟୋବର 2017 ରେ ସେୟାର କରାଯାଇଛି। ଉପଲବ୍ଧ ସୂଚନା ଅନୁଯାୟୀ, ‘ଦାର୍ଜିଲିଂରେ ବିଜେପି ନେତା ଦିଲୀପ ଘୋଷଙ୍କୁ ଆକ୍ରମଣ କରାଯାଇଥିଲା’।
ଏହା ସ୍ପଷ୍ଟ ଯେ, ଘଟଣା 5 ବର୍ଷ ପୁରୁଣା ଅଟେ। ଭିଡିଓର ବର୍ତ୍ତମାନ ମଣିପୁର ହିଂସା ସହିତ କୌଣସି ସଂପର୍କ ନାହିଁ।
ଏବିପି ନ୍ୟୁଜ୍ ଏବଂ ଏନଏମ୍ଏଫ୍ ନ୍ୟୁଜ୍ ର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଆକ୍ରମଣର ଭିଡିଓ ମଧ୍ୟ ପାଇଲୁ। ଅକ୍ଟୋବର 2017 ରେ, ଇଣ୍ଡିଆନ୍ ଏକ୍ସପ୍ରେସ ଏବଂ ନବଭାରତ ଟାଇମ୍ସ ପରି ୱେବସାଇଟ୍ ମଧ୍ୟ ଏହି ଘଟଣା ବିଷୟରେ ରିପୋର୍ଟ ପ୍ରକାଶ କରିଥିଲା।
ସିଦ୍ଧାନ୍ତ-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ମଣିପୁର ହିଂସା ସହ ବିଜେପି ନେତାଙ୍କ ଏହି ଭାଇରାଲ ଭିଡିଓର କୌଣସି ସମ୍ପର୍କ ନାହିଁ। ଭିଡିଓ 2017 ବର୍ଷରୁ ଅଟେ। ବାସ୍ତବରେ ପଶ୍ଚିମବଙ୍ଗ ବିଜେପି ନେତା ଦିଲୀପ ଘୋଷ କିଛି ନେତାଙ୍କ ସହ ଦାର୍ଜିଲିଂ ଯାଇଥିଲେ। ଏହା ସେହି ଆକ୍ରମଣର ଭିଡିଓ।

Title:ମଣିପୁରରେ ଆଦିବାସୀମାନେ ବିଜେପି ନେତାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ? ଭିଡିଓ 5 ବର୍ଷ ପୁରୁଣା..
Written By: Sarita SamalResult: False
