କ‘ଣ ଓଡ଼ିଶାରେ ଅମ୍ପନ୍ ବାତ୍ୟା ରେ ଏକ ବିଜୁଳି ଖୁଣ୍ଟ ଖସିବାରୁ ଏହି ମହିଳାର ମୃତ୍ୟୁ ହୋଇଛି?

False Social

ଓଡ଼ିଶା ସରକାର କୋରୋନା ସହ ଲଢ଼ିବା ସହିତ ଏବେ ଅମ୍ପାନ ନାମକ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଏବଂ ଲୋକମାନଙ୍କ ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦେବ। ଏହା ପ୍ରଥମ ଥର ପାଇଁ ନୁହେଁ , 3 ମେ 2019ରେ ଆସିଥିବା ଫନୀରେ ବହୁଳ ମାତ୍ରାରେ ହୋଇଥିବା କ୍ଷୟ କ୍ଷତିରୁ ମଧ୍ୟ ଓଡ଼ିଶା ସରକାର ରାଜ୍ୟକୁ ବାହାର କରିଥିଲେ। 20 ମେ 2020 ଅର୍ଥାତ୍ ଏହି ବର୍ଷ ଅନ୍ୟ ଏକ ବାତ୍ୟା ଅମ୍ପନ୍ ଆସି କିଛି ମାତ୍ରାରେ ରାଜ୍ୟର କ୍ଷୟକ୍ଷତି କରିଛି। ତେବେ ସୋସିଆଲ ମିଡ଼ିଆରେ ଅମ୍ପନ୍ ବାତ୍ୟାରେ କ୍ଷୟ କ୍ଷତି ହୋଇଥାବ ଅଞ୍ଚଳର ଫୋଟୋ ଏବଂ ବାତ୍ୟାରେ ମୃତ୍ୟୁ ହୋଇଥାବ କିମ୍ବା ଆଘାତ ହୋଇଥିବା ଫୋଟୋ ଘୁରି ବୁଲୁଛି।   ଏଥି ମଧ୍ୟରେ Subhrajeet Dash ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଅମ୍ପନ୍ ବାତ୍ୟାରେ ଭାଙ୍ଗି ଜାଇଥଇବା ବିଦ୍ୟୁତ ଖୁଣ୍ଟ ତଳେ ଏକ ମହିଳା ଚାପି ହୋଇ ମୃତ୍ୟୁ ବରଣ କରିଥିବା ଦାବିରେ ଏକ ଫୋଟୋ  ପୋଷ୍ଟ କରିଛନ୍ତି। ପୋଷ୍ଟର ଲିଙ୍କ ତଳେ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Face bookArchive

ଅମ୍ପନ୍ ବତ୍ୟାରେ ଏକ ବିଦ୍ୟୁତ୍ ଖୁଣ୍ଟ ମହିଳା ଉପରେ ପଡ଼ିବାରୁ ମହିଳାର ମୃତ୍ୟୁ ବୋରଣ ହୋଇଛି? କ’ଣ ଭାଇରାଲ ଫୋଟୋ ଅମ୍ପନ୍ ବାତ୍ୟାର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରଲା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମେକୁ ଭାଇରାଲ ଫୋଟୋର ଲିଙ୍କ କିଛି ପେଜରେ ମିଳିଲା। ଏହା ପରେ ଆମକୁ 10 ମେ 2020ରେ Rajsattapost ପେଜରେ ଭାଇରାଲ ଫୋଟୋ ସହ ଏକ ଖବର ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ ଉତ୍ତର ପ୍ରଦେଶ ସ୍ଥିତ ମୈନପୂରି ଅଞ୍ଚଳରେ 10 ମେ ରେ ପ୍ରବଳ ଝଡ଼ ତୁଫାନ ହୋଇଥିଲା।   ସେହି ସମୟରେ ଏକ ମିହଳାଲ ନଡ଼ା ଧରି ଘରକୁ ଫେରୁଥିବା ସମୟରେ ମହିଳା ଉପରେ ବିଦ୍ୟୁତ୍ ପୋଲ ଖସି ପଡ଼ିଲା।  ପରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ 10 ଦିନ ପୁରୁଣା ଅଟେ। ଏହା ସହ ଜଣା ଗଲା ଯେ, ଭାଇରାଲ ଫୋଟୋ ଅମ୍ପାନ୍ ସମୟର ନୁହେଁ କି ଏହା ଓଡ଼ିଶା ରାଜ୍ୟର ମଧ୍ୟ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- RajsattapostArchive

ଏହା ପରେ ଆମକୁ ଭାଇରାଲ ଫୋଟୋର ଏକ ଖବର ୟୁଟ୍ୟୁବ ଚ୍ୟାନେଲରେ ମିଳିଲା। 4 stare news ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ୟୁଟ୍ୟୁବରେ ଖବର 10 ମେ ରେ ପୋଷ୍ଟ କରାଯାଇଥିଲା। ଏଥିରେ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ମହିଳା ଉପରେ ପଡ଼ିଥିବା ବିଜୁଳି ଖୁଣ୍ଟର ଫୋଟୋ ଉତ୍ତର ପ୍ରଦେଶର ଅଟେ। ଓଡ଼ିଶାର ନୁହେଁ। ତଳେ ଲିଙ୍କ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ବାତ୍ୟା ସମୟରେ ମହିଳା ଉପରେ ବିଜୁଳି ଖୁଣ୍ଟ ପଡ଼ି ମହିଳାର ମୃତ୍ୟୁ ହେବା ଫୋଟୋ ଅମ୍ପାନ ବାତ୍ୟାର 10 ପୂର୍ବର ଅଟେ। ଭାଇରାଲ ଫୋଟୋ ଉତ୍ତର ପ୍ରଦେଶର ଅଟେ। ଫୋଟୋର ଅମ୍ପାନ୍ ବାତ୍ୟା ଅଥବା ଓଡ଼ିଶା ରାଜ୍ୟ ସହ କୌଣସି ସମ୍ପର୍କ ନାହିଁ। 

Avatar

Title:କ‘ଣ ଓଡ଼ିଶାରେ ଅମ୍ପନ୍ ବାତ୍ୟା ରେ ଏକ ବିଜୁଳି ଖୁଣ୍ଟ ଖସିବାରୁ ଏହି ମହିଳାର ମୃତ୍ୟୁ ହୋଇଛି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *