କ’ଣ ଭିଡିଓରେ ଗୋଟିଏ ବିଲ୍ଦିଙ୍ଗ ଏବଂ ଦୁଇଟି ହେଲିକପ୍ଟର ଉପରେ ଆକ୍ରମଣ ହେଉଥିବା ଭିଡିଓ ସମ୍ପ୍ରତ୍ତି ସମୟରେ ଚାଲୁ ଥିବା ଇସ୍ରାଏଲ୍-ପାଲେଷ୍ଟାଇନ ଯୁଧ୍ୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

Misleading Social

ପାଲେଷ୍ଟାଇନ୍ ଦେଶର ଆତଙ୍କବାଦୀ ସଂଗଠନ ହମାସ୍ କିଛି ଦିନ ପୂର୍ବରୁ ଦକ୍ଷିଣ ଇସ୍ରାଏଲ୍ ରେ ଆକ୍ରମଣ କରି ଅନେକ ବାସିନ୍ଦା ଏବଂ ସୈନ୍ୟ ଯବାନଙ୍କ ହତ୍ୟା କରିଥିଲା। ସୂଚନା ଅନୁଯାୟୀ, ସେମାନେ ଇସ୍ରାଏଲର ମହିଳାଙ୍କ ଅପହରଣ କରି ତାଙ୍କୁ ଉଲଗ୍ନ କରି ନିର୍ଯାତନା ମଧ୍ୟ କରିଛନ୍ତି। ହମାସ୍ କିଛି ସମୟ ମଧ୍ୟରେ ଇସ୍ରାଏଲ୍ ଉପରେ ୫୦୦୦ ରୁ ଅଧିକ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା। ଏହାର ଜବାବରେ ଇସ୍ରାଏଲ୍ ଗାଯା ଉପରେ ଆକରଣ କରିଛି। 

ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି ଯାହା ମଧ୍ୟରୁ ଅନେକ ପୋଷ୍ଟକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ମିଥ୍ୟା ବୋଲି ପ୍ରମାଣ କରିଛି। ଏପରି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଗୋଟିଏ ବିଲ୍ଦିଙ୍ଗ କ୍ଷେପଣାସ୍ତ୍ର ଆକ୍ରମଣରେ ଭୁଶୁଡ଼ି ପଡୁଛି ଏବଂ ଦ୍ଵିତୀୟ ଭିଡିଓ କ୍ଲିପ୍ ରେ ଦୁଇଟି ହେଲିକପ୍ଟର ମଦ୍ୟ ବିସ୍ଫୋରଣ ହେଉଛି। ଦାବି କରା ଯାଉଛି ଯେ ଏହି ଦୁଇଟି ଭିଡିଓ ବର୍ତ୍ତମାନ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଚାଲୁ ଥିବା ଯୁଧ୍ୟର ଦୃଶ୍ୟ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଦୁଇଟି ଭିଡିଓ କ୍ଲିପର ସମ୍ପ୍ରତ୍ତି ସମୟରେ ହେଉଥିବା ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଧ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। 

Facebook | Archive

ଆମ ନଉସନ୍ଧାନ: 

ଭାଇରାଲ ଭିଡିଓରେ ଦୁଇଟି କ୍ଲିପ ଅଛି। ପ୍ରଥମ କ୍ଲିପରେ ଗୋଟିଏ କ୍ଷେପଣାସ୍ତ୍ର ମାଡ଼ରେ ଗୋଟିଏ ବିଲ୍ଦିଙ୍ଗ ଧ୍ଵଂଶ ହେଉଥିବା ଦେଖିବାକୁ ମିଳିଛି ଏବଂ ଦ୍ଵିତୀୟ କ୍ଲିପରେ ଆକାଶରେ ଉଡୁଥିବା ଦୁଇଟି ହେଲିକପ୍ଟର ବିସ୍ଫୋରଣ ହେଉଛି।

ପ୍ରଥମ କ୍ଲିପ୍: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ୧୫ ମଇ ୨୦୨୩ ରେ ୟୁଟ୍ୟୁବରେ ଅପ୍ଲୋଡ ହେଇଥିଲା। 

ଅଧିକ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ୧୩ ମଇ ୨୦୨୩ ରେ ଉତ୍ତର ଗାଯା ସହରର ଗୋଟିଏ ବିଲ୍ଦିଙ୍ଗ ଉପରେ ଇସ୍ରାଏଲ୍ ଦ୍ଵାରା କ୍ଷେପଣାସ୍ତ୍ରର ଆକ୍ରମଣର ଭିଡିଓ ଅଟେ। ସେହି ସମୟରେ ଇସ୍ରାଏଲ୍ ଗାଯା ସହର ଉପରେ ୧୦୦୦ ରୁ ଅଧିକ କ୍ଷେପଣାସ୍ତ୍ର ରେ ଆକ୍ରମଣ କରିଥିଲା। 

ନିମ୍ନରେ ଆପଣ ମାନେ ଦି ଗାର୍ଡିଆନ ର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ଏହି ଭିଡିଓ ଦେଖି ପାରିବେ। 

ଗାଯା ଉପରେ ବିମାନରୁ ଆକ୍ରମଣ

୧୩ ମେ ତାରିଖ ସକାଳେ ଇସ୍ରାଏଲ ପାଲେଷ୍ଟାଇନର ଗାଯା ଷ୍ଟ୍ରିପ୍ ଉପରେ ଯୁଧ୍ୟ ବିମାନରୁ ଆକ୍ରମଣ କରିଥିଲା। ସେଠିକାର ବାସିନ୍ଦା ଶୋଇଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ସମୁଦାୟ ୩୩ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୭ ଜଣ ଆହତ ହୋଇଥିଲେ ଏବଂ ୯୯୧ ଘର ମଧ୍ୟ ନଷ୍ଟ ହୋଇଥିଲା।

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ଘଟଣାରେ ମହିଳା ଏବଂ ଶିଶୁମାନେ ମଧ୍ୟ ମୃତ୍ୟୁ ବରଣ କରିଥିଲେ। ଆପଣ ଏଠାରେ ସରକାରୀ ସୂଚନା ଦେଖିପାରିବେ। 

ଦ୍ଵିତୀୟ କ୍ଲିପ୍: 

ଏହି କ୍ଲିପରେ ଆକାଶରେ ଉଡୁଥିବା ଦୁଇଟି ହେଲିକପ୍ଟରକୁ କ୍ଷେପଣାସ୍ତ୍ର ଦ୍ଵାରା ନଷ୍ଟ କରା ଯାଉଛି। ଏହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ୪ ଅକ୍ଟୋବର ୨୦୨୩ ରେ ଗୋଟିଏ ୟୁଟ୍ୟୁବ ଚ୍ୟାନାଲରେ ଭିଡିଓ ମିଳିଛି ଯେଉଁଥିରେ ଭାଇରାଲ ହେଉଥିବା କ୍ଲିପ୍ ମଧ୍ୟ ଅଛି। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ। 

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଏହା ଆର୍ମା ୩ ନାମକ ଗୋଟିଏ କମ୍ପ୍ୟୁଟର ଗେମ୍ ର କ୍ଲିପ୍ ଅଟେ। ଉପରୋକ୍ତ ୟୁଟ୍ୟୁବ ଚ୍ୟାନାଲ ଯାଞ୍ଚ କରିବା ପରେ ଆମେ ଜାଣିଲୁ ଯେ ଏହି ଚ୍ୟାନାଲ ଆର୍ମା ୩ ଗେମ୍ ର ବିଭିନ୍ନ କ୍ଲିପ୍ ଅପ୍ଲୋଡ କରେ। ଏହି ଚ୍ୟାନାଲର ‘ଏବାଉଟ୍ ଅସ୍’ ପେଜରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରା ଯାଇଛି ଯେ ଏହି ଚ୍ୟାନାଲରେ ଅପ୍ଲୋଡ ହେଇଥିବା ଭିଡିଓ ଗୁଡିକ ପ୍ରକୃତ ଯୁଧ୍ୟର ଦୃଶ୍ୟ ନୁହେଁ। ଚ୍ୟାନାଲରେ ଥିବା ସମସ୍ତ ଭିଡିଓ ଗୁଡିକ ଆର୍ମା ୩ ଗେମ୍ ର ଏଡିଟର ଦ୍ଵାରା ସୃଷ୍ଟି କରା ଯାଇଛି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଥିବା ଦୁଇଟି କ୍ଲିପର ସମ୍ପ୍ରତ୍ତି ସମୟରେ ହେଉଥିବା ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଧ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। ପ୍ରଥମ କ୍ଲିପ୍ ପୁରୁଣା ଭିଡିଓ ହେଇଥିବା ସହିତ ଦ୍ଵିତୀୟ ଭିଡିଓ ଗୋଟିଏ କମ୍ପ୍ୟୁଟର ଗେମରୁ ଆସିଛି। 

Avatar

Title:କ’ଣ ଭିଡିଓରେ ଗୋଟିଏ ବିଲ୍ଦିଙ୍ଗ ଏବଂ ଦୁଇଟି ହେଲିକପ୍ଟର ଉପରେ ଆକ୍ରମଣ ହେଉଥିବା ଭିଡିଓ ସମ୍ପ୍ରତ୍ତି ସମୟରେ ଚାଲୁ ଥିବା ଇସ୍ରାଏଲ୍-ପାଲେଷ୍ଟାଇନ ଯୁଧ୍ୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *