ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ଖରାପ ଅବସ୍ଥା ଏବଂ ଅସାଧୁତାକୁ ଦର୍ଶାଉଥିବା ଏହି ଭିଡିଓ ଏକ ପ୍ରକାରର ନାଟକ ବା ମନୋରଞ୍ଜନ ଭିଡିଓ ଅଟେ।

Missing Context Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ସାମ୍ବାଦିକ ଏକ ସରକାରୀ ବିଦ୍ୟାଳୟରେ କିଛି ଶିକ୍ଷକଙ୍କୁ ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ ଶିକ୍ଷକଙ୍କୁ ଗଣିତ ଏବଂ ସଂସ୍କୃତ ବିଷୟ ନେଇ ସରଲ ପ୍ରଶ୍ନ କରୁଛନ୍ତି। କିନ୍ତୁ ଶିକ୍ଷକ ମାନେ ତାଙ୍କର ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାଁନ୍ତି। ଜାଣିବାକୁ ମିଳିଛି ଯେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ତାଙ୍କ ସ୍ଵାମୀ ଏବଂ ଅନ୍ୟ ଏକ ଅଧ୍ୟାପକଙ୍କ ସ୍ଥାନରେ ତାଙ୍କ ଭାଇ ବିଦ୍ୟାଳୟରେ ପଢାଇବାକୁ ଆସିଥିଲେ। ଭିଡିଓ ସହିତ ଦାବି କରା ଯାଇଛି ଯେ ଦେଶରେ ଏପରି ଶିକ୍ଷା ବ୍ୟବସ୍ଥା ଏବଂ ଶିକ୍ଷକଙ୍କ ଅବସ୍ଥା ଅଛି। 

କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କୃସେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓ ମନୋରଞ୍ଜନ ଉଦ୍ଦେଶ୍ୟରେ ଶୁଟ୍ କରା ଯାଇଛି। ଏହା ଏକ ସତ୍ୟ ଘଟଣା ନୁହେଁ। 

Facebook | Archive

ସମାନ ପୋଷ୍ଟ ଆପଣ ମାନେ ଏଠାରେ ଏବଂ ଏଠାରେ ମଧ୍ୟ ଭାଇରାଲ ହେଇଥିବା ଦେଖି ପାରିବେ। 

ଜଣେ ଟୁଇଟର ବ୍ୟବହାରକାରୀ ଏହି ଭିଡିଓ ସେୟାର କରି କହିଛନ୍ତି, “ଭିଡିଓ ନିଶୟ ଦେଖନ୍ତୁ। ହସ ମଧ୍ୟ ଲାଗିବା କିନ୍ତୁ ଆମ ଶିକ୍ଷାର ସ୍ତର କେଉଁଠାରେ ପହଞ୍ଚି ଯାଇଛି।”

ଆମ ଅନୁସନ୍ଧାନ: 

ପ୍ରଥମେ ଆମେ ଭାଇରାଳ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓ ଆରମ୍ଭରେ ବାମ ପାର୍ଶ୍ଵରେ ହର୍ଷ ରାଜପୁତ ବୋଲି ଉଲ୍ଲେଖ କରା ଯାଇଛି ଯାହା ଆପଣ ମାନେ ନିମ୍ନରେ ଦିଆ ଯାଇଥିବା ଫୋଟୋରେ ଦେଖି ପାରିବେ। 

ଏହାକୁ ଧ୍ୟାନରେ ରଖି ଆମେ ଫେସବୁକରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଆମକୁ ଭାଇରାଲ ହେଉଥିବାର ମୂଳ ଭିଡିଓ ୧୯ ଜୁଲାଇ ମାସରେ ହର୍ଷ ରାଜପୁତ ନାମକ ଏକ ପେଜରେ ସେୟାର କରା ଯାଇଥିବା ମିଳିଲା। ନିମ୍ନରେ ଆପଣ ମାନେ ସେହି ଭିଡିଓକୁ ଦେଖି ପାରିବେ। 

ଆପଣ ମାନେ ମଧ୍ୟ ଦେଖି ପାରିବେ ଯେ ଭିଡିଓ ଆରମ୍ଭରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରା ଯାଇଛି ଯେ ଏହି ଭିଡିଓଟି କାଳ୍ପନିକ ଅଟେ ଏବଂ ଏହା କେବଳ ମନୋରଞ୍ଜନ ଉଦ୍ଦେଶରେ ପ୍ରସ୍ତୁତ କରା ଯାଇଛି। ଏହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓ ଏକ ବାସ୍ତବିକ ଘଟଣା ନୁହେଁ। 

ଏହା ପରେ ଆମେ ହର୍ଷ ରାଜପୁତଙ୍କର ଫେସବୁକ ଏକାଉଣ୍ଟ ସର୍ଚ୍ଚ କରିଲୁ। ସେଠାରେ ଆମେ ଏହି ପରି ଅନେକ ଭିଡିଓ ପୋଷ୍ଟ ହେଇଥିବା ପାଇଲୁ। ତାଙ୍କ ଏବାଉଟ୍ ଅସ୍ ପେଜରେ ଦିଆ ଯାଇଥିବା ସୂଚନା ଅନୁଯାୟୀ ହର୍ଷ ରାଜପୁତ ଜଣେ ଅଭିନେତା ଅଟନ୍ତି। 

ଅନୁସନ୍ଧାନ ବେଳେ ଆମେ ହର୍ଷ ରାଜପୁତଙ୍କ ୟୁଟ୍ଯୁବ ଏକାଉଣ୍ଟ ମଧ୍ୟ ଦେଖିଲୁ। ସେଠାରେ ମଧ୍ୟ ଆମେ ସମାନ ଭିଡିଓ ପ୍ରସାରିତ ହେଇଥିବା ପାଇଲୁ। ଏହା ସହିତ ଦିଆ ଯାଇଥିବା ସୂଚନାରେ କୁହା ଯାଇଛି ଯେ ଏହା ଏକ ସ୍କ୍ରୀପ୍ଟେଡ୍ ଏବଂ କମେଡି ଭିଡିଓ ଅଟେ ଯାହା କେବଳ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଛି। 

ଶେଷକଥା

ଆମ ଅନୁସନ୍ଧାନରେ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ସଂପୂର୍ଣ୍ଣ ସତ୍ୟତା କୁହା ଯାଇ ନାହିଁ। ଏହା ଏକ ସ୍କ୍ରୀପ୍ଟେଡ୍ ଏବଂ କମେଡି ଭିଡିଓ ଅଟେ ଯାହା କେବଳ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଛି।

Avatar

Title:ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ଖରାପ ଅବସ୍ଥା ଏବଂ ଅସାଧୁତାକୁ ଦର୍ଶାଉଥିବା ଏହି ଭିଡିଓ ଏକ ପ୍ରକାରର ନାଟକ ବା ମନୋରଞ୍ଜନ ଭିଡିଓ ଅଟେ।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *