
30 ଜାନୁଆରିରେ ଇଂ ନିମାଇଁ ପ୍ରସାଦ ମାହାପାତ୍ର ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ Mohamed Amttia ନାମକ ଫେଜବୁକ ୟୁଜର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ସୁରକ୍ଷ୍ୟା କର୍ମି ଜଣେ ବ୍ୟକ୍ତିକୁ ନିର୍ଦୟ ରୂପରେ ପିଟି ଚାଲିଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭିଡିଓଟି ଚାଇନାର ଅଟେ ଏବଂ ଚାଇନା ପୋଲିସ ଅପରାଧିକୁ ଏପରି ନିର୍ଦୟ ଭଳି ପିଟନ୍ତି। ଏହି ପ୍ରକାର ଦଣ୍ଡ ଭାରତରେ ଅପରାଧିମାନଙ୍କୁ ମଧ୍ୟ ଦରକାର। ଆମ ଅନୁସନ୍ଧାନ ପୂର୍ବରୁ ଭିଡିଓକୁ 9 ଥର ସେୟାର କରାଯାଇଛି ଏବଂ 39 ଲାଇକ ମିଳିଥିବା ସହ 3 କମେଣ୍ଟ ମିଳିଛି। ତଳେ ପୋଷ୍ଟ ଦେଖନ୍ତୁ।
ତେବେ ଭାଇରାଲ ଭିଡିଓ କ’ଣ ଚାଇନାର ଅଟେ। କ’ଣ ଚାଇନାରେ ଅପରାଧିଙ୍କୁ ଏହି ପରି ଦଣ୍ଡ ଦିଆଯାଏ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ –
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଭିଡିଓକୁ ଇନଭିଡରେ ପକାଇ ଫୋଟୋ ରେ ଭାଙ୍ଗିଲୁ । ଏହା ପରେ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲା ପରେ ଆମକୁ ଭିଡିଓର କିଛି ଲିଙ୍କ ମିଳିଲା। Denawati Wati ନାମକ ଏକ ୟୁଟ୍ୟୁବ ଚାନେଲରେ ଭାଇରାଲ ଭିଜିଓ ପାଇଲୁ। 8 ଜାନୁଆରି 2017ରେ ଏହି ଭିଡିଓ ପୋଷ୍ଟ କରାଯାଇଥିଲା। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, Anak anak geng Star dipukuli sama tentara ଅର୍ଥାତ ସ୍ଟାର ଗ୍ୟାଙ୍ଗର ଅପରାଧି ସୁରକ୍ଷ୍ୟା କର୍ମିଠାରୁ ମାଡ଼ ଖାଉଛିନ୍ତି। ଆମେ ସର୍ଚରୁ ଜାଣିପାରିଲୁ ଯେ, ଶିର୍ଷକରେ ଲେଖା ୟାଇଥିବା ଭାଷା ଇଣ୍ଡୋନେସିଆର ଅଟେ। ତଳେ ଭିଡିଓ ଦେଖନ୍ତୁ।
ଏହା ପେର ଆମେ ଅଧିକ ସୂଚନା ପାଇଁ ଗୁଗୁଲରେ ସର୍ଚ କରିଲୁ। 24 ମଇ 2017ରେ Tribune Newsରେ ଭାଇରାଲ ଭିଡିଓର ନ୍ୟୁଜ ପ୍ରକାଶିତ ହୋଇଥିବାର ପାଇଲୁ। ଅନୁଚ୍ଛେଦ ଅନୁସାରେ 13 ମଇ 2017ରେ ଇଣ୍ଡୋନେସିଆର ଜାକର୍ତା ସ୍ଥିତ ଦିପକ ବାରୁ ସ୍ଟେଶନ ଠାରେ ଜଣେ ପକେଟ ଚୋରକୁ PKD କର୍ମି ଦ୍ୱାରା ଗିରଫ କରାଯାଇଥିଲା। ଅଧିକ ସୂଚନା ପାଇଁ ଅନୁଚ୍ଛେଦ ପଢ଼ନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Tribune News । Archive
ଏହା ଛଡ଼ା ଆମେ ଚାଇନାର Ministry of Foreign Affairs, Information Department, Deputy Director General Lajian Zhao ଙ୍କର ଏକ ଟ୍ୱିଟ ମିଳିଲା। ଯେଉଁଥିରେ ସେ ଭାଇରାଲ ଭଡିଓ ଚାଇନାର ନଥିବା କଥା ସ୍ପଷ୍ଟ କରିଛନ୍ତି। ଏହା ସହିତ କହିଛନ୍ତି ଯେ ଭାଇରାଲ ଭିଡିଓରେ ପୋଲିସ ପିନ୍ଧିଥିବା ପୋଷାକ ଚାଇନାର ନୁହଁ।
ଏଠାରେ ଲିଙ୍କ ଦେଖନ୍ତୁ-Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ ଚାଇନାର ନୁହଁ ବରଂ ଇଣ୍ଡୋନେସିଆର ଅଟେ।