
ଆସାମରେ ପ୍ରବଳ ବନ୍ୟାରେ 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି, ମୌସୁମୀ ପୂର୍ବ ବର୍ଷା ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଏହା ମଧ୍ୟରେ ବର୍ଷା ହେତୁ ଆସାମରେ ଏକ ବ୍ରିଜ ଭୁଶୁଡ଼ି ପଡ଼ିଥିବାର ଭିଡିଓରେ ସୋସିଆଲ ମିଡିଆରେ ଏକ ବ୍ରିଜ ଭୁଶୁଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ରୁପରେ ଭାଇରାଲ ହେଉଛି।
ଭାଇରାଲ ଭିଡିଓ ଆମକୁ ହ୍ୱାଟ୍ସ ଆପରେ ସେୟାର କରାଯାଇ ଲେଖା ଯାଇଛି ଯେ, ଲଗାତାର ବର୍ଷା ହେତୁ ଆସାମରେ ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଏହା ଓଡ଼ିଆ ନ୍ୟିୁଜ ଚ୍ୟାନେଲ ଓଟିଭିର ଭିଡିଓ ଅଟେ।
ଏହି ଖବର ଅଲଗା ଅଲଗା ଫେସବୁକ ପେଜ ଏବଂ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଛି।
ଅନୁସନ୍ଧାନ-
ଗୁଗୁଲରେ ଭାଇରାଲ ଇମେଜର ଫୋଟୋକୁ ରିଭର୍ସ ଇମେଜ କରି ଆମେ ସର୍ଚ କରିବା ଆରମ୍ଭ କଲୁ। ପରିଣାମଶ୍ୱରୁପ 5 ଏପ୍ରିଲ 2021 ରେ ମେଟେରେଡ ଦ୍ୱାରା ପ୍ରକାଶିତ ଏକ ୟୁଟ୍ୟୁବ ଭିଡିଓ ପାଇଲୁ। ଭିଡିଓର କ୍ୟାପସନରେ କୁହାଯାଇଛି, “ଇଣ୍ଡୋନେସିଆ ଏବଂ ପୂର୍ବ ତିମୋରାରେ ଭୟଙ୍କର ବନ୍ୟା ପରିସ୍ଥିତି।” ଏହି ଭିଡିଓ ଇଣ୍ଡୋନେସିଆର କାମ୍ବାନିରୁ ବୋଲି କୁହାଯାଉଛି।
SBS ନ୍ୟୁଜ୍ 5 ଏପ୍ରିଲ୍ 2021 ରେ ସେମାନଙ୍କର ଅଫିସିଆଲ୍ ଆକାଉଣ୍ଟରେ ସମାନ ଭିଡିଓ ପୋଷ୍ଟ କରି କ୍ୟାପସନ୍ରେ ଲେଖାଥିଲା ଯେ, ଇଣ୍ଡୋନେସିଆ ଏବଂ ପୂର୍ବ ତିମୋରାରେ ପ୍ରବଳ ବର୍ଷା ହେତୁ ଏହି ଅଞ୍ଚଳରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଭିଡିଓରେ ଦର୍ଶାଯାଇଛି।
ଖବର ଅନୁଯାୟୀ, ପୂର୍ବ ନୁସା ଟେଙ୍ଗଗାରା ପ୍ରଦେଶର ଅତ୍ୟଧିକ ଜଳବାୟୁ ପୂର୍ବ ସୁମ୍ବା ରେଜେନ୍ସିର ପୁରୁଣା କାମ୍ବାନିରୁ ବ୍ରିଜ୍, NTT 4 ଏପ୍ରିଲ 2021 ରେ ବନ୍ୟାରେ ଭୁଶୁଡି ପଡିଥିଲା। ପୁରୁଣା ବ୍ରିଜ୍ କିମ୍ବା ଅହମ୍ମଦ ୟାନି ବ୍ରିଜ୍ ମଧ୍ୟ ବାସିନ୍ଦାଙ୍କୁ ଜଣାଶୁଣା କାମ୍ବାନିରୁ ବ୍ରିଜ୍ । ପୁରୁଣା ସେତୁଟି ବ୍ୟବହାର ହେଉନଥିଲା ଏବଂ ବନ୍ୟା ଦ୍ୱାରା ଏହାକୁ ନେଇଯାଇଥିବାରୁ ସନ୍ଦେହ କରାଯାଉଛି। ଆପଣ ଏଠାରେ ଏବଂ ଏଠାରେ ଅଧିକ ରିପୋର୍ଟ ଦେଖିପାରିବେ।

ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓ ସହିତ ଦିଆଯାଇଥିବା ଦାବିକୁ ମିଥ୍ୟା ଅଟେ। ସମ୍ପ୍ରତି ପ୍ରବଳ ବନ୍ୟା ଯୋଗୁଁ ଏକ ବ୍ରିଜ ଭୁଶୁଡ଼ିବା ଦେଖାଉଥିବା ଆସାମର ଭାଇରାଲ ଭିଡିଓ ନୁହେଁ ବରଂ ଇଣ୍ଡୋନେସିଆର 2021 ରେ କାମ୍ବାନିରୁ ବ୍ରିଜ୍ ଭୁଶୁଡ଼ିଥିବାର ଅଟେ।

Title:ଇଣ୍ଡୋନେସିଆରେ ବ୍ରିଜ ଭୁଶୁଡ଼ିବା ଭିଡିଓକୁ ଆସାମର କହି ଭାଇରାଲ କରା ଯାଉହୋଇଛି ।
Fact Check By: Saritadevi SamalResult: False
