ହାଇଦ୍ରାବାଦ ମନ୍ଦିର ଭିଡିଓକୁ ରାମ ମନ୍ଦିର ଭୁମି ପୂଜନ ପାଇଁ ପେଣ୍ଡାଲ ସଜା ଯାଉଥିବା ଦାବିରେ ଭାଇରାଲ ହେଉଛି ।

False Social

5 ଅଗଷ୍ଟରେ ଅଯୋଧ୍ୟାରେ ହେବାକୁ ଯାଉଥିବା ରାମ ମନ୍ଦିର ଭୂମି ପୂଜନ ପାଇଁ ପ୍ରସ୍ତୁତି ଜୋରଦାର ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ରାମ ମନ୍ଦିର ଭୂମି ପୂଜନକୁ ନେଇ କିଛି ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। 1 ଅଗଷ୍ଟରେ Bikram Keshori Behera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଏକ ମନ୍ଦିରକୁ ଅତି ସୁନ୍ଦର ଭାବେ ସଜା ଜାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ନଗରୀରେ ସଜା ଯାଇଥିବା ଏକ ପେଣ୍ଡାଲର ଦୃଶ୍ୟ ଅଟେ। 

ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏ ଦୃଶ୍ୟ ଅଯୋଧ୍ୟା ନଗରୀ ରେ ସଜା ଯାଇଥିବା ଏକ ପେଣ୍ଡେଲ ର ଏତେ ସୁନ୍ଦର ଓ ମନଲୋଭା ସଜବାଜ କରାଯାଉ ଅଛି ।। ମୋ ପ୍ରଭୂ ଶ୍ରୀରାମ ଆସୁଛନ୍ତି 🙏🙏🙏
ଜୟ ଶ୍ରୀରାମ 🙏🙏🙏🚩🚩🚩  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 39ଥର ସେୟାର 200ରୁ ଅଧିକ ଲୋକ ଲାଇକ କରିବା ସହ କମେଣ୍ଟ କରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ତେବେ କଣ  ଭାଇରାଲ ଭିଡିଓ ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ନଗରୀରେ ସଜା ଯାଇଥିବା ଏକ ପେଣ୍ଡାଲର ଦୃଶ୍ୟ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ଭାଙ୍ଗି, ମିଳିଥିବା ଇମେଜକୁ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ  telengana tourist Badri ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ମିଳିଲା। ଯେଉଁଥିରେ ଭାଇରାଲ ଭିଡିଓର କିଛି ଅଂସ ଦେଖିବାକୁ ମିଳୁଛି।  ଭିଡିଓଟି ୟୁଟ୍ୟୁବରେ 6 ଜୁନ 2020ରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, ହାଇଦ୍ରାବାଦର ଶ୍ରୀ ରଘୁନାଥ ସ୍ୱାମି ମନ୍ଦିରର ସଜା ହୋଇଥିବାର ଭିଡିଓ ଅଟେ। ଅଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ।  

6 ଜୁନ Hindu Today ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ପୋଷ୍ଟରେ ଲେଖାଯାଇଛି ଯେ, (Sri Ranganatha Swamy Devasthanam Vaikunta Ekadasi 2020 Jiyaguda Bhagya Nagar Hyd) ଅର୍ଥାତ୍ ହାଇଦ୍ରାବାଦର ଜିଆଗୁଡା ଭାଗ୍ୟ ନଗରରେ ଶ୍ରୀ ରଙ୍ଗନାଥ ଭଗବାନଙ୍କ ପୂଜା କରାଯାଉଥିବାର ଭିଡିଓ ଅଟେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଦୁଇ ମାସ ପୁରୁଣା ଅଟେ। ଏହା ସହ ଏହା ରାମ ମନ୍ଦିର ଭୂମି ପୂଜନ ପାଇଁ ସଜା ଯାଇଥିବା ପେଣ୍ଡାଲର ଭିଡିଓ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଆମ ଅନୁସନ୍ଧାନରୁ ପାଇଲୁ ଯେ, ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ନଗରୀରେ ସଜା ଯାଇଥିବା ଏକ ପେଣ୍ଡାଲର ଦୃଶ୍ୟ ଦାବିରେ ଭାଇରାଲ ହେଉଥିବା ଭିଡିଓ ମିଥ୍ୟା ଅଟେ। ଭିଡିଓରେ ଦେଖା ଯାଉଥିବା ସାଜସଜ୍ୟା ହାଇଦ୍ରାବାଦର ଅଟେ। 

Avatar

Title:ହାଇଦ୍ରାବାଦ ମନ୍ଦିର ଭିଡିଓକୁ ରାମ ମନ୍ଦିର ଭୁମି ପୂଜନ ପାଇଁ ପେଣ୍ଡାଲ ସଜା ଯାଉଥିବା ଦାବିରେ ଭାଇରାଲ ହେଉଛି ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *