କ’ଣ ବସ୍ ରେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥାର ଏହି ଭିଡିଓ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟତା। 

False Social

ଅନ୍ୟ ଯାତ୍ରୀଙ୍କର ଉପସ୍ଥିତିରେ ଏକ ବସ୍ ରେ ଜଣେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥା ବା ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିବା ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମାନ ବସ୍ ରେ ଯାତ୍ରା କରୁଥିବା ଅନ୍ୟ ଏକ ଯାତ୍ରୀ ଏହି ଭିଡିଓ ଶୁଟ୍ କରିଥିଲେ। 

ଦାବି କରା ଯାଉଛି ଯେ ଏହା ଦିଲ୍ଲୀ ସହରର ଏକ ଘଟଣା ଅଟେ। ଭିଡିଓ ସେୟାର କରି ଜଣେ ଲେଖିଛନ୍ତି, “ଦିଲ୍ଲୀ ମେଟ୍ରୋ ପରେ ଜଣେ ଯୁବକ ଏବଂ ଯୁବତୀ ଦିଲ୍ଲୀର ବସ୍ ରେ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ହେଇଥିବା ଦେଖିବାକୁ ମିଳିଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଘଟଣା ଦିଲ୍ଲୀର ନୁହେଁ, ଓଡ଼ିଶାର ଅଟେ। 

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଭିଏଅକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ବସ୍ ରେ ଓଡିଆ ଭାଷାରେ କିଛି ନିର୍ଦ୍ଦେଶ ଲେଖାଯାଇଛି। ନିମ୍ନରେ ଆପଣ ମାନେ ତାହା ଦେଖି ପାରିବେ। 

ଏହା ବ୍ୟତୀତ, ଆମେ CRUT ଲୋଗୋ ବହନ କରୁଥିବା ୟୁନିଫର୍ମ ପିନ୍ଧି ବସ୍ ର କଣ୍ଡକ୍ଟରଙ୍କୁ ମଧ୍ୟ ପାଇଲୁ | CRUT ହେଉଛି କେନ୍ଦ୍ରୀୟ ଅଞ୍ଚଳ ସହରୀ ପରିବହନ। CRUT ଯଥାକ୍ରମେ ମୋ ବସ୍ ଏବଂ ମୋ ଇ-ରିକ୍ସା ନାମକ ସରକାରୀ ମାଲିକାନା ବସ୍ ଏବଂ ଇ-ରିକ୍ସା ଚଲାଇଥାଏ।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ କଳିଙ୍ଗ ଟୁଡେ ଲାଇଭ୍ ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟଣାର ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣା ଓଡ଼ିଶାର ଅଟେ। ଦୁଇଜଣ ଛାତ୍ର ଯାତାୟାତ ସମୟରେ ଏକ ସାଧାରଣ ବସ୍‌ରେ ଅଶ୍ଳୀଳ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ ହେଇଥିଲେ। ଏହି ଛାତ୍ରମାନେ କିଏ ଏବଂ କେଉଁ ଅନୁଷ୍ଠାନ ସହିତ ଅଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୁହା ଯାଉଛି ଯେ ଏହି ଦୁଇଜଣ କୋଣାର୍କରୁ ଭୁବନେଶ୍ୱର ଯାତ୍ରା କରୁଥିଲେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଇଛି। ଏକ ବସ୍‌ରେ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିବା ଯୁବକ-ଯୁବତୀଙ୍କର ଭିଡିଓ ଦିଲ୍ଲୀର ନୁହେଁ ବରଂ ଓଡ଼ିଶାର ଅଟେ।

Avatar

Title:କ’ଣ ବସ୍ ରେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥାର ଏହି ଭିଡିଓ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *