
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ପୁରୁଷ ଏକ ଝିଅକୁ ଅତି ନିର୍ମମ ଭାବରେ ଗଛରେ ଝୁଲାଇ ମାଡ଼ ମାରୁଥିବାର ଦେଖିଯାଉଛି। ଭାଇରାଲ ପୋଷ୍ଟରେ ଏହାକୁ ବାଙ୍ଗଲାଦେଶର ଘଟଣା ଦାବିରେ ଭାଇରାଲ କରୁଛନ୍ତି। ପୋଷ୍ଟରେ ଲେଖାଯାଇଛି, ବାଙ୍ଗଲାଦେଶୀମାନଙ୍କୁ ଆମ ଦେଶରେ ଯେଉଁଠି ଦେଖିବ ଏପରି ମାଡ଼ ମାରିବ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ଭିଡିଓ ବାଙ୍ଗଲାଦେଶର ନୁହେଁ ବରଂ ଆମ ଦେଶ ମଧ୍ୟପ୍ରଦେଶର ଅଟେ।
7 ଜୁଲାଇରେ Engr Ashesh Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେୟାର କରାଯାଇଛି ଯେ, ହିନ୍ଦୁ ଜାଗ୍ରତ ହୁଅ ନହେଲେ ସବୁ ସରିଯିବ। ଏ ବାଂଲାଦେଶୀ ଙ୍କୁ ଗାଁ ରେ ପୁରେଇ ଦିଅ ନାହିଁ, ଯେଉଁଠି ଦେଖାମିଳିବେ ବାଡ଼େଇ ବାଡ଼େଇ ବାହାର କର। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 22ଥରୁ ଅଧିକଥର ସେୟାର କରାଯାଇଥିବା ସହ ଅନେକ ଲାଇକ ଏବଂ କମେଣ୍ଟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ ଗଛରେ ଝିଅକୁ ଝୁଲାଇ ମାଡ଼ ମାରୁଥିବା ଘଟଣା ବାଙ୍ଗଲାଦେଶର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓ ଆମକୁ zeenews ପେଜରେ ପ୍ରକାଶିତ ହୋଇଥିବାର ପାଇଲୁ। ଯାହାକି 3 ଜୁଲାଇ 2021ରେ ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ ଭାଇରାଲ ଭିଡିଓ ମଧ୍ୟପ୍ରଦେଶର ଅଟେ। ଆଲିରାଜପୁର ଜିଲ୍ଲାର ଜଣେ ମହିଳାଙ୍କୁ ତାଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ଏକ ଗଛରେ ବାନ୍ଧି ତାଙ୍କୁ ନିର୍ଦ୍ଦୟ ଭାବରେ ପିଟୁଥିବାର ନଜର ଆସିଥିଲେ। ଯେତେବେଳେ ପୋଲିସ ଅନୁସନ୍ଧାନ କଲା, ଜାଣିବାକୁ ପାଇଲା ଯେ ଘରୁ ପଳାଇବା ପରେ ତାଙ୍କୁ ଏହି ଦଣ୍ଡ ମିଳିଛି। ଏହାକୁ ନେଇ ପୋଲିସ 4ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- zeenews । Archive
3 ଜୁଲାଇରେ IBC24 ୟୁଟ୍ୟୁବ ଚ୍ୟାନେଲରେ ଖବର ପ୍ରକାଶିତ କରାଯାଇଛି। ଖବର ଅନୁସାରେ ମଧ୍ୟପ୍ରଦେଶର ଆଲିରାଜପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା। ଏଠାରେ ଜଣେ ଯୁବତୀଙ୍କୁ ନିଜ ଭାଇ ଓ ବାପା ଅତି ନିର୍ମମ ଭାବରେ ପିଟିଥିଲେ। ତାଙ୍କର ଏକମାତ୍ର ଦୋଷ ଥିଲା ଯେ ସେ ତାଙ୍କୁ ନ ଜଣାଇ ଘରୁ ପଳେଇଥିଲେ। ସେ ପଳାଇ ଯାଇଥିବା ପରିବାର ସଦସ୍ୟ ସନ୍ଦେହ କରିଥିଲେ। ଏହା ପରେ ଅଭିଯୁକ୍ତ ଝିଅଟିକୁ ଗଛରେ ଝୁଲାଇ ପରେ ତଳେ ପକାଇ ବାଡ଼ିରେ ପିଟିଥିଲେ। ପୁଲିସି ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
5 ଜୁଲାଇରେ MORADABAD POLICE ଭିଡିଓର ଉତ୍ତର ଦେଇ କହିଛନ୍ତି ଯେ, ସୋସିଆଲ ମିଡିଆରେ ଏହି ଭିଡିଓକୁ ମୋରାଡାବାଦ ଜିଲ୍ଲାରେ ଜଣେ ମହିଳାଙ୍କୁ ବହୁତ ମାଡ ମାରିଥିବା ଦାବିରେ ଭାଇରାଲ କରାଯାଉଛି।। ଏହି ପରିପ୍ରେକ୍ଷୀରେ ଏହା ଜଣାଇ ଦିଆଯାଉଛି ଯେ, ଭାଇରାଲ ଭିଡିଓ ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲା ସହ ଜଡିତ ଏବଂ ଏହାର ମୋରଡାବାଦ ସହିତ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ଗଛରେ ଝିଅକୁ ଝୁଲାଇ ମାଡ଼ ମାରୁଥିବା ଘଟଣା ବାଙ୍ଗଲାଦେଶର ନୁହେଁ ବରଂ ଭାରତ ଦେଶ ମଧ୍ୟପ୍ରଦେଶର ଅଟେ।
Title:ଗଛରେ ଝୁଲାଇ ମହିଳାକୁ ମାରୁଥିବା ଭିଡିଓ ବାଙ୍ଗଲାଦେଶର ନୁହେଁ ମଧ୍ୟପ୍ରଦେଶର ଅଟେ।
Fact Check By: Saritadevi SamalResult: False


