
ନିକଟରେ ଗୁରୁଗ୍ରାମରେ ଜଣେ 19 ବର୍ଷର ବାଳିକାକୁ ବାଳକ ଛୁରୀରେ ହତ୍ୟା କରିଥିଲା। ଏହି ଘଟଣାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓରେ ଆମେ ଦେଖି ପାରିବା ଯେ ଗୋଟିଏ ଝିଅର ମୃତ ଶରୀରର ରାସ୍ତାରେ ପଡିଥିବା ସମୟରେ ସେହି ରାସ୍ତା ରକ୍ତାକ୍ତ ହୋଇଛି। ଆପଣ ମାନେ ଭିଡିଓରେ ଏହା ମଧ୍ୟ ଦେଖି ପାରିବେ ଯେ ଜଣେ ମହିଳା ଗୋଟିଏ ଯୁବକକୁ ମାଡ଼ ମାରୁଛନ୍ତି ଏବଂ ଅନେକ ଲୋକେ ସେଠାରେ ଠିଆ ହୋଇ ଘଟଣା ଦେଖୁଛନ୍ତି।
ଦାବି କରା ଯାଉଛି ଯେ ଜଣେ ହିନ୍ଦୁ ଝିଅକୁ ଗୋଟିଏ ମୁସ୍ଲିମ ପୁଅ ଛୁରୀରେ ହତ୍ୟା କରିଛି। ଏହା ଏକ ପ୍ରେମ୍ ବା ଲଭ୍ ଜିହାଦ ମାମଲା ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଘଟଣାରେ ଉଭୟ ପୁଅ ଏବଂ ଝିଅ ସମାନ ସମ୍ପ୍ରଦାୟର ଅଟନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ପ୍ରେମ ଜିହାଦ୍ ଜୀବାଣୁ କରୋନାଭାଇରସ୍ ଅପେକ୍ଷାରେ ଦିନକୁ ଦିନ ବୃଦ୍ଧି ପାଉଛି। ଗୁରୁଗ୍ରାମର ମାଲହେଡା ଗ୍ରାମରେ ଜଣେ ଅବଦୁଲ ଜଣେ ହିନ୍ଦୁ ଝିଅକୁ ଛୁରୀରେ ହତ୍ୟା କରି ସେଠାରେ ଠିଆ ହୋଇଥିବା କିଛି ଧର୍ମନିରପେକ୍ଷ ହିନ୍ଦୁ ଭିଡିଓ ଜାରି ରଖିଥିଲେ।”
ଆମ ଅନୁସନ୍ଧାନ:
ଏହି ଘଟଣା ବିଷୟରେ ସୂଚନା ପାଇବାକୁ, ଆମେ ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୦ ଜୁଲାଇ ରେ ଟିଭି୯ ଭାରତବର୍ଶ ଚ୍ୟାନେଲରେ ପ୍ରସାରିତ ସମାନ ଭିଡିଓ ପାଇଲୁ। ସାଙ୍ଗରେ ଥିବା ସୂଚନାରେ ଦର୍ଶାଯାଇଛି ଯେ ଗୁରୁଗ୍ରାମରେ ଜଣେ ୧୯ ବର୍ଷର ବାଳିକାକୁ ତାଙ୍କ ମାଙ୍କ ସାମ୍ନାରେ ଛୁରୀରେ ହତ୍ୟା କରାଯାଇଥିଲା। ସେହି ଝିଅ ଅଭିଯୁକ୍ତ ପୁଅକୁ ବିବାହ କରିବାକୁ ମନା କରିଦେଇଥିଲା ତେଣୁ ସେ ଝିଅଟିକୁ ହତ୍ୟା କରିଥିଲା। ଏହି ମାମଲା ଗୁରୁଗ୍ରାମର ପାଲମ ବିହାର ପୋଲିସ ଷ୍ଟେସନ ଅଞ୍ଚଳ ସହ ଜଡିତ। ଏହି ଘଟଣା ପରେ ପୋଲିସ ତୁରନ୍ତ ହତ୍ୟାକାରୀକୁ ଗିରଫ କରିଥିଲା।
୧୦ ଜୁଲାଇ ରେ ଏବିପି ନ୍ୟୁଜ୍ ୱେବସାଇଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ସେହି ଦିନ ଦ୍ୱିପ୍ରହର ସମୟରେ ଏହି ଘଟଣା ଘଟିଥିଲା। ଗୁରୁଗ୍ରାମର ମୁଲ୍ଲାହେଦା ଗ୍ରାମରେ ଜଣେ ୨୩ ବର୍ଷୀୟ ଯୁବକ ପୀଡିତାଙ୍କୁ ଛୁରୀରେ ହତ୍ୟା କରିଥିଲା। କୁହାଯାଉଛି ଯେ ସେମାନେ କିଛି ଦିନ ପୂର୍ବରୁ ବିବାହ କରିବାର ନିର୍ଣୟ ନେଇ ନିର୍ବନ୍ଧ କରିଥିଲେ କିନ୍ତୁ କିଛି କାରଣରୁ ଝିଅର ମାଁ ଏହି ନିର୍ବନ୍ଧ ଭାଙ୍ଗିଥିଲେ। ସେଦିନ ଯେତେବେଳେ ଝିଅ ଏବଂ ତାଙ୍କ ମା କାମରୁ ଘରକୁ ଫେରୁଥିଲେ, ଅଭିଯୁକ୍ତ ସେମାନଙ୍କୁ ରାସ୍ତାରେ ଅଟକାଇ ଝିଅକୁ ବିବାହ କରିବାକୁ ଚାପ ପକାଉଥିଲା। ଝିଅଟିର ମା ମନା କରିଦେଲା ଏବଂ ତା’ପରେ ସେ ଝିଅଟିକୁ ତାଙ୍କ ମାଁ ସାମ୍ନାରେ ଛୁରୀରେ ହତ୍ୟା କରିଥିଲା। ଘଟଣା ପରେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲା। ରିପୋର୍ଟ ଅନୁଯାୟୀ ସେ ଅଭିଯୁକ୍ତର ନାମ ରାଜକୁମାର ଅଟେ।

ଭାଇରାଲ ଦାବି ବିଷୟରେ ସତ୍ୟତା ଜାଣିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ କ୍ରାଇମ୍ ବ୍ରାଞ୍ଚ୍ ଏସିପି ବରୁଣ କୁମାର ଦାହିୟାଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଇ କହିଛନ୍ତି, “ଏହି ଘଟଣାରେ ଉଭୟ ଅଭିଯୁକ୍ତ ଏବଂ ପୀଡିତା ହିନ୍ଦୁ ଅଟନ୍ତି। ସାମ୍ପ୍ରଦାୟିକତା, ପ୍ରେମ ଜିହାଦ କିମ୍ବା ହିନ୍ଦୁ-ମୁସଲମାନ ବିବାଦ ସହିତ ଏହାର କୌଣସି ସମ୍ପର୍କ ନାହିଁ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ପୋଲିସ କହିବା ଅନୁଯାୟୀ, ଏହି ଘଟଣାରେ ଉଭୟ ଅଭିଯୁକ୍ତ ଏବଂ ପୀଡିତା ହିନ୍ଦୁ ଅଟନ୍ତି। ଏହାର ପ୍ରେମ୍ ଜିହାଦ ସହିତ କୌଣସି ସମ୍ପର୍କ ନାହିଁ।

Title:ଗୁରୁଗ୍ରାମରେ ଜଣେ ବାଳିକାକୁ ଛୁରୀରେ ହତ୍ୟା କରାଯାଇଥିବା ଭିଡିଓକୁ ସାମ୍ପ୍ରଦାୟିକ ଏବଂ ପ୍ରେମ୍ ଜିହାଦ ଦାବି ସହିତ ସେୟାର କରାଯାଉଛି।
Written By: Siddharth SahuResult: False
