ନଦୀରେ ଲୋକ ଭାସି ଯାଉଥିବା ଭିଡିଓ ୟସ୍ ବାତ୍ୟା ସମୟର ଅଟେ ?

False Social

ସୋସିଆଲ ମିଡିଆରେ ୟସ୍ ବାତ୍ୟାର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ପାଣିରେ ବହି ଯାଉଥିବାର ଦେଖିବାକୁ ମିଳୁଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ୟସ୍ ବାତ୍ୟା ସମୟର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଛି। 

28 ମେରେ Amita Mohanty ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଭାଇରାଲ ଭିଡିଓ ୟସ୍ ସାଇକ୍ଲୋନ ସମୟର ଦାବିରେ ଭାଇରାଲ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ ସେୟାର ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ତେବେ କଣ ଭାଇରାଲ ଭିଡିଓ ୟସ୍ ବାତ୍ୟା ସମୟର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। noticias.caracoltv ପେଜରେ ଭାଇରାଲ ଭିଡିଓର ଫଟୋ ମିଳିଲା। ଯାହାକି 2020ରେ ପ୍ରକାଶିତ ହୋଇଥିବାର ଦେଖାଯାଇଛି। ଖବର ଅନୁସାରେ ଆଣ୍ଟିଅକ୍ୱିଆ ବିଭାଗର କଲମ୍ବିଆର ଟାଉନ୍ ଭିଜିୟା ଡେଲ୍ ଫୁଏର୍ଟେରେ ଏହି ଘଟଣା ଘଟିଛି। ଦୁଇଜଣ ବ୍ୟକ୍ତି କୌଣସି ପ୍ରକାରେ ପହଁରିବାରେ ସଫଳ ହୋଇଥିଲେ, କିନ୍ତୁ ପ୍ରବଳ ସ୍ରୋତ ହେତୁ ଆର୍ଟୁରୋ ଧୋଇ ହୋଇଯାଇଥିଲା। ତାଙ୍କ ଉଦ୍ଧାର କାର୍ଯ୍ୟରେ ଦୁଇଟି ଡଙ୍ଗା ବ୍ୟବହାର କରାଯାଇଥିଲା ଏବଂ ପରେ ପଡୋଶୀମାନେ ତାଙ୍କୁ ନଦୀଠାରୁ ଦୁଇ କିଲୋମିଟର ଦୂରରେ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- noticias.caracoltvArchive

ଏହା ପରେ ଆମକୁ ଏକ Youtube ଚ୍ୟାନେଲ ମିଳିଲା। ଯାହାକି 16 ନଭେମ୍ବର 2020ରେ ପ୍ରକାଶିତ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଭାରତର କିମ୍ବା ୟସ୍ ବାତ୍ୟା ସମୟର ନୁହେଁ, ବରଂ 2020 ମସିହା କଲମ୍ବିଆର ଏକ ଛୋଟ ସହରରେ ଏହି ଘଟଣା ଘଟିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓ ଭାରତର କିମ୍ବା ୟସ୍ ବାତ୍ୟା ସମୟର ନୁହେଁ, ବରଂ 2020 ମସିହା କଲମ୍ବିଆର ଏକ ଛୋଟ ସହରରେ ଏହି ଘଟଣା ଘଟିଥିଲା।

Avatar

Title:ନଦୀରେ ଲୋକ ଭାସି ଯାଉଥିବା ଭିଡିଓ ୟସ୍ ବାତ୍ୟା ସମୟର ଅଟେ ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *