କ’ଣ ଅଜଗର ସାପ ରାସ୍ତା ପାର କରୁଥିବା ଏହି ଭିଡିଓ ଓଡ଼ିଶାର କୋରାପୁଟ ଜିଲ୍ଲାର ଅଟେ? ଜାଣନ୍ତୁ ସତ୍ୟ।

False Social

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି ଯେ ଓଡ଼ିଶାର କୋରାପୁଟରେ ଏକ ବଡ଼ ସାପ ଦେଖାଯାଇଛି। ଏହି ଭିଡିଓ ଆଞ୍ଚଳିକ ଗଣମାଧ୍ୟମ ‘ଓଟିଭି ନ୍ୟୁଜ୍’ର ଏକ ରିପୋର୍ଟ ଅଟେ। ରିପୋର୍ଟରେ ଏକ ବିଶାଳ ଅଜଗର ସାପ ରାସ୍ତା ପାର କରୁଥିବା ଦେଖାଯାଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅଜଗର ସାପର ଏହି ଭିଡିଓ କୋରାପୁଟରୁ ନୁହେଁ ବରଂ କର୍ଣ୍ଣାଟକା ରାଜ୍ୟରୁ ଆସିଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଦାବି କରା ଯାଉଛି, “ଆଗରୁ କେବେ ଦେଖିନଥିବେ….ଦେଖିଲେ ଭୟରେ ଥରିବେ । ରାସ୍ତାରେ ବୁଲୁଛି ବିଶାଳକାୟ ଅଜଗର। #python #Koraput #OTV

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହା ସମ୍ପ୍ରତ୍ତି ସମୟର ଭିଡିଓ ନୁହେଁ। ଏହି ଭିଡିଓ ସମୟ-ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଇ ଆସିଛି। 

ଏହି ଭିଡିଓ ଆସାମର ଜଣେ ଆଇପିଏସ ଅଧିକାରୀ ଟୁଇଟରରେ ୮ ମାର୍ଚ୍ଚରେ ସେୟାର କରିଥିଲେ। ଟୁଇଟରେ ସେ ସୂଚନା ଦେଇଥିଲେ ଯେ ଏହି ଭିଡିଓ ଆସାମର ରଙ୍ଗପଡା ଅଞ୍ଚଳର ଭିଡିଓ ଅଟେ।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ୬ ମାର୍ଚ୍ଚ ୨୦୨୨ ରେ ଇଟିଭି ଭାରତର ୱେବସାଇଟରେ ସମାନ ଘଟଣା ବିଷୟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏକ ବିଶାଳ ଅଜଗର ସାପକୁ କର୍ଣାଟକାର କାର୍ୱାର ଜିଲ୍ଲାର ହାନାକୋଣା ଗ୍ରାମରେ ରାସ୍ତା ପାର କରୁଥିବା ଦେଖିବାକୁ ମିଳିଥିଲା ଯାହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ। 

ସମାନ ଭିଡିଓ ଆମକୁ ତେଲୁଗୁ ଭାଷାରେ ଏସଭି୫ ଟିଭି ନ୍ୟୁଜ୍ ର ୟୁଟ୍ୟୁବ ଚ୍ୟାନାଲରେ ୨୦୨୨ ମସିହାରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓରେ ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ଘଟଣାଟି କର୍ଣାଟକାର କାର୍ୱାର ଜିଲ୍ଲାର ଅଟେ।

https://youtu.be/Ao4HZk1-XhA

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏକ ଅଜଗର ସାପ ରାସ୍ତା ପାର କରୁଥିବା ଭାଇରାଲ ଭିଡିଓ ଓଡ଼ିଶାର କୋରାପୁଟର ନୁହେଁ। ଏହା ଏକ ପୁରୁଣା ଭିଡିଓ ଯାହା କର୍ଣ୍ଣାଟକା ରାଜ୍ୟର କାର୍ୱାର ଜିଲ୍ଲାର ଅଟେ। 

Avatar

Title:କ’ଣ ଅଜଗର ସାପ ରାସ୍ତା ପାର କରୁଥିବା ଏହି ଭିଡିଓ ଓଡ଼ିଶାର କୋରାପୁଟ ଜିଲ୍ଲାର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *