
ମରକୋରେ ୬.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପରେ ୨୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶ ସହରର ଦକ୍ଷିଣ-ପଶ୍ଚିମ ହାଇ ଆଟଲାସ୍ ପର୍ବତରେ ଥିଲା। ମରକୋକୁ ଥରାଇ ଦେଇଥିବା ଭୂକମ୍ପ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି।
ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ରାତ୍ରି ସମୟରେ ଗୋଟିଏ ବିଶାଳ ବିଲ୍ଦିଙ୍ଗ ଭୁଷୁଡି ପଡୁଛି ଏବଂ ଲୋକମାନେ ଚିଲା-ଚିତ୍କାର କରି ଦଉଡୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ନିକଟରେ ମରକୋରେ ଘଟିଥିବା ଭୂମିକମ୍ପର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା ଏହା ୨୦୨୦ ମସିହାର ମରକୋର ଗୋଟିଏ ପୁରୁଣା ଭିଡିଓ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଆଫ୍ରିକୀୟ ଦେଶ ମରକୋ ରେ ଶକ୍ତିଶାଳୀ ଭୂମିକମ୍ପ ରୀକ୍ଟରସ୍କେଲ ରେ 6,8 ବୋଲି ଜଣାପଡୁଛି, ବହୁ ଅଟାଳିକା ଧୁଳିସାତ, ହଜାର ହଜାର ଲୋକଙ୍କ ମୁର୍ତ୍ତୃ ଆଶଙ୍କା, ଭାରତୀୟ ସମୟ ଆଜି 3,30 ବୋଲି ଖବର ଆସୁଛି,, ବର୍ତମାନ ସୁଧା ପାଖାପାଖି 300 ଲୋକଙ୍କ ମୃତ ଶରୀର ଧୋନ୍ସ ସ୍ତୁପ ତଳୁ ବାହାରିଛି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ବିଟିପି ନ୍ଯୁଜର ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା।
ପରବର୍ତ୍ତୀ ସନ୍ଧାନରେ ଆମେ ଏକ ଫ୍ରାନ୍ସ ନ୍ୟୁଜ୍ ପୋର୍ଟାଲ୍ ରେ ଭାଇରାଲ୍ ଭିଡିଓ ଜଡିତ ଏକ ରିପୋର୍ଟ ପାଇଲୁ | ଏଥିରେ ଦର୍ଶାଯାଇଛି ଯେ ଏହି ଘଟଣା ୫ ଅଗଷ୍ଟ ୨୦୨୦ ରେ ମୋରୋକୋର କାସାବ୍ଲାନ୍କା ନିକଟ ସବାଟା ଅଞ୍ଚଳରେ ଘଟିଥିଲା। ଏହି ବିଲ୍ଦିଙ୍ଗ ଭୁଶୁଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ସମାନ ଭିଡିଓ ଆମକୁ ଅନ୍ୟ ଏକ ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ଦେଖିବାକୁ ମିଳିଲା। ଭିଡିଓ ସହିତ କୁହା ଯାଇଛି, “ଭୟଙ୍କର: ଏହି କ୍ଷଣକୁ ଦେଖନ୍ତୁ ଯେତେବେଳେ କାସାବ୍ଲାଙ୍କା ଅଞ୍ଚଳରେ ଗୋଟିଏ ବିଲ୍ଦିଙ୍ଗ ଭୁଷୁଡି ପଡୁଛି”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ଭାଇରାଲ ଭିଡିଓ ମରକୋରୁ ଆସିଛି କିନ୍ତୁ ଏହା ୨୦୨୦ ମସିହାର ଭିଡିଓ ଅଟେ ଯେତେବେଳେ ମରକୋରେ ଭୂମିକମ୍ପ ଆସିଥିଲା। ଏହି ଭିଡିଓର ନିକଟରେ ଘଟିଥିବା ଭୂମିକମ୍ପ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଏହି ଭିଡିଓ ନିକଟରେ ମରୋକୋ ଦେଶରେ ଘଟିଥିବା ଭୂମିକମ୍ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
