କ’ଣ ଜଣେ କାର ମାଲିକ ଟ୍ରାଫିକ୍ ପୋଲିସକୁ ନିଜ କାର ଉପରେ ଘୋଷାଡ଼ି ନେଉଥବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ।

Missing Context Social

ଟ୍ରାଫିକ୍ ନିୟମ ଉଲଂଘନ କରିଲେ ଚାଳନ ଦେବାକୁ ପଡିଥାଏ। କିଛି ଲୋକେ ଚାଲାଣ ଦେବାରୁ ଖସି ପଳାଇବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି।

ଏପରି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଟ୍ରାଫିକ୍ ପୋଲିସ ଗୋଟିଏ କାରକୁ ଅଟକାଇ ରଖିଥିଲେ। ହଠାତ ସେହି କାର ଆଗକୁ ବଢିବାକୁ ଲାଗିଲା। କାରକୁ ରୋକିବା ପାଇଁ ଟ୍ରାଫିକ୍ ପୋଲିସ କାର ବନେଟ୍ ଉପରେ ଚଢି ଯାଇଥିଲେ। କିନ୍ତୁ କାରଟି ନ ଅଟକାଇ ଡ୍ରାଇଭର କାର ସହିତ ଟ୍ରାଫିକ୍ ପୋଲିସକୁ ଘୋଷାଡ଼ି ନେଇଥିଲେ। 

ଦାବି କରା ଯାଉଛି ଯେ ଏହି ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ଆମ ରାଜ୍ୟ ଓଡ଼ିଶାର ଏକ ଘଟଣା ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓ ଓଡ଼ିଶାର ନୁହେଁ ବରଂ ଦିଲ୍ଲୀର ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଓଡ଼ିଶାରେ ଟ୍ରାଫିକ୍ ପୋଲିସକୁ ଜଣେ କାର ମାଲିକ ସାବାଡ କରିଲା। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୫ ଫେବ୍ରୁଆରି ୨୦୨୦ ରେ କନକ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଗାଡିର କାଗଜ ଯାଞ୍ଚ ସମୟରେ ଏକ କାର ଖସି ପଳାଇବାର ଉଦ୍ୟମ କରିଥିଲେ। ଦିଲ୍ଲୀର ଏହି ଘଟଣାରେ ଜଣେ କାର ଡ୍ରାଇଭର ଟ୍ରାଫିକ୍ ପୋଲିସକୁ ବନେଟ୍ ଉପରେ ବସାଇ ୨ କିଲୋମିଟର ଘୋଷାଡ଼ି ନେଇଥିଲା। ଗାଡି କାଗଜ ଦେଖାଇବାକୁ ଟ୍ରାଫିକ୍ ପୋଲିସ କହିଥିବାରୁ ଡ୍ରାଇଭର ଏପରି କରିଥିଲା। 

୨୦୨୦ ମସିହାର ଏନଡ଼ିଟିଭି ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ସୁରକ୍ଷା ଯାଞ୍ଚ ସମୟରେ ଟ୍ରାଫିକ ପୋଲିସ ଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ଧରିବା ପାଇଁ ଜଣେ ଅଧିକାରୀ ତାଙ୍କ କାରର ବୋନେଟ ଉପରକୁ ଡେଇଁପଡିଥିଲେ, କିନ୍ତୁ ଅଭିଯୁକ୍ତ ତାଙ୍କୁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲେ। 

ଦିଲ୍ଲୀର ନାଙ୍ଗଲୋଇ ଛକରେ ଗାଡିର କାଗଜପତ୍ର ଯାଞ୍ଚ କରୁଥିବାବେଳେ ଅନ୍ୟ ପାର୍ଶ୍ୱରୁ ଜଣେ ବ୍ୟକ୍ତିଙ୍କ କାର ରେ ଆସିଥିଲେ। ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବାକୁ କହିଥିଲେ କିନ୍ତୁ ଟିକିଏ ମନ୍ଥର ହେବା ପରେ ସେ କାରକୁ ଦ୍ରୁତ ଗତି କରି ପଳାଇବାକୁ ଚେଷ୍ଟା କରିଥିଲା। ସୁନୀଲ ନାମକ ଟ୍ରାଫିକ୍ ଅଧିକାରୀ ତାଙ୍କୁ ଅଟକାଇବା ପାଇଁ ବନେଟ୍ ଉପରକୁ ଡେଇଁଥିଲେ। ଅଭିଯୁକ୍ତ ଗାଡି ଅଟକାଇବା ପରିବର୍ତ୍ତେ ବେଗ ବଢାଇ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ପୋଲିସକୁ ଟାଣି ନେଇଥିଲେ। କାରରେ ଥିବା ସହ-ଯାତ୍ରୀ ତାଙ୍କ ମୋବାଇଲ୍ ଫୋନରେ ଏହି ଘଟଣାକୁ ରେକର୍ଡ କରିଥିଲେ ଯେଉଁଥିରେ ପୋଲିସ୍ ଗାଡିର ବନେଟ୍ ରେ ଝୁଲିଥିବା ଦେଖିବାକୁ ମିଳିଥିଲା। ଅନେକ ଥର ବିନତି କରିବା ପରେ ଡ୍ରାଇଭର କାର ଧୀରେ କରିଥିଲେ ଏବଂ ଟ୍ରାଫିକ୍ ପୋଲିସକୁ ଓହ୍ଲାଇବାକୁ ଦେଇଥିଲେ।

ଏପରି ଅନେକ ଘଟଣା ନାଗପୁର, ମୁମ୍ବଇ, ଇନ୍ଦୋର ଇତିୟାଦୀ ସହରରେ ମଧ୍ୟ ଦେଖିବାକୁ ମିଳିଛି। 

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଯଦିଓ ଏହି ଘଟଣାଟି ପ୍ରକୃତରେ ଘଟିଥିଲା, କିନ୍ତୁ ଏହାର ଓଡ଼ିଶା ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ଏକ ପୁରୁଣା ଘଟଣା ଅଟେ ଯାହା ଦିଲ୍ଲୀରେ ଘଟିଥିଲା। 

Avatar

Title:କ’ଣ ଜଣେ କାର ମାଲିକ ଟ୍ରାଫିକ୍ ପୋଲିସକୁ ନିଜ କାର ଉପରେ ଘୋଷାଡ଼ି ନେଉଥବା ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *