ଏହା ସରକାରୀ କର୍ମଚାରୀଙ୍କ ଅଯୋଧ୍ୟାରେ ଲୋକଙ୍କ ଘର ଭାଙ୍ଗିବାର ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା।

False Political

୨୦୨୪ ଲୋକସଭା ନିର୍ବାଚନ ରେ ଫୈଜାବାଦ ଆସନରେ ବିଜେପିର ପରାଜୟ ପରେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ, ଲୋକଙ୍କ ଘର ଭଙ୍ଗା ଯାଉଥିବା ସମୟରେ ଜଣେ ମହିଳା ନିଜ କୋଳରେ ଶିଶୁ ସହିତ କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ, “ଏହି ଭିଡିଓ ଅଯୋଧ୍ୟାର ଅଟେ, ଯେଉଁଠାରେ ବିଜେପିର ପରାଜୟ ପରେ ଲୋକଙ୍କ ଘର ଭାଙ୍ଗି ଦିଆ ଯାଉଛି।”

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମହାରାଷ୍ଟ୍ରର ଭିଡିଓ ଯାହାକୁ ଅଯୋଧ୍ୟାର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଭାଜପା ଅଯୋଧ୍ୟା ଜିତିଥିଲେ, ସବୁଦିନ ପାଇଁ ଭଗବାନଙ୍କ ଉପରୁ ବିଶ୍ଵାସ ଉଠିଯାଇଥାନ୍ତା।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୭ ମାର୍ଚ୍ଚ ୨୦୨୪ ରେ ଏକ ଇଂଷ୍ଟାଗ୍ରାମ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ ଏହି ଭିଡିଓ ମହାରାଷ୍ଟ୍ରର ଅଟେ। 

ଏହି ଭିଡିଓ ୨୨ ଫେବ୍ରୁଆରି ରେ ଲୋକମତ ଟାଇମ୍ସ ଫୋଟୋ ସାମ୍ବାଦିକ ଶକିଲ ଖାନଙ୍କର ଇଂଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ ହେଇଥିବା ପାଇଲୁ। ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ ଏହି ଘଟଣା ମହାରାଷ୍ଟ୍ରର ଛତ୍ରପଟି ସମ୍ଭାଜି ନଗର (ଔରଙ୍ଗାବାଦ) ର ଅଟେ। 

ଏଥିସହ ଶକିଲ ଖାନଙ୍କ ପ୍ରୋଫାଇଲ ଯାଞ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ସେ ନିଜ ଇନଷ୍ଟାଗ୍ରାମରେ ଲୋକମତ ଖବରକାଗଜର ଖବର ସେୟାର କରିଛନ୍ତି ଯେଉଁଥିରେ ଭାଇରାଲ ଭିଡିଓର ଏକ ଚିତ୍ର ଅଛି। ଏଠାରେ ଏକ ସମ୍ବାଦ ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଛତ୍ରପତି ସମ୍ୱାଜିନଗର ମୁକୁନ୍ଦୱାଡି ରେଳ ଷ୍ଟେସନରେ ଶିବାଜୀ ନଗର ମଧ୍ୟରେ ପ୍ରସ୍ତାବିତ ୮୦ ଫୁଟ ରାସ୍ତାରେ ବାଧା ସୃଷ୍ଟି କରୁଥିବା ପ୍ରାୟ ୨୦୦ ଘରକୁ ହଟାଇବା ପାଇଁ ପ୍ରଶାସନ ପୋଲିସ ସହିତ କାର୍ଯ୍ୟାନୁଷ୍ଠାନ କରିଥିଲା।

ସମାନ ସୂଚନା ଦେଇଥିବା କିଛି ଅନ୍ୟ ରିପୋର୍ଟ ଆପଣ ମାନେ ଏଠାରେ ଏବଂ ଏଠାରେ ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ୨୦୨୪ ନିର୍ବାଚନରେ ବିଜେପି ପରାଜୟ ହେବା ପର ଭିଡିଓ ନୁହେଁ। ଏହା ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜି ନଗର (ଔରଙ୍ଗାବାଦ) ର ଭିଡିଓ। 

Avatar

Title:ଏହା ସରକାରୀ କର୍ମଚାରୀଙ୍କ ଅଯୋଧ୍ୟାରେ ଲୋକଙ୍କ ଘର ଭାଙ୍ଗିବାର ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *