
ସୋସିଆଲ ମିଡିଆରରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଖାଯାଉଛନ୍ତି। 3:34 ମିନିଟର ଏହି ଭିଡିଓରେ କେତେକ ସାଧୁ ଏକ ବିମାନରୁ ଓହ୍ଲାଇଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଶ୍ରୀଲଙ୍କାର ଅଶୋକା ଭାଟିକା ଯେଉଁଥିରେ ସୀତା ବସିଥିଲେ ଶ୍ରୀଲଙ୍କା ଏୟାରଲାଇନ୍ସ ମାଧ୍ୟମରେ ଅଯୋଧ୍ୟାକୁ ଅଣାଯାଇଛି।
ସତ୍ୟତା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ,ଏହି ଭାଇରାଲ ଭିଡିଓ ଶ୍ରୀଲଙ୍କାରୁ କୁଶୀନଗର ଆସିଥିବା ଭଗବାନ ବୁଦ୍ଧଙ୍କ ପାଉଁଶ ଅଟେ। ଭିଡିଓର ଅଯୋଧ୍ୟା ସହିତ ଏହାର କୌଣସି ସମ୍ପର୍କ ନାହିଁ।
5 ନଭେମ୍ବରରେ SOCIAL MIRROR ଫେସବୁକ ପେଜରେ ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, #ବୋଲ_ଜୟ_ଶ୍ରୀରାମ ! ଅଶୋକ ବାଟୀକାରେ ସୀତା ମାତା ବ୍ୟବହାର କରୁଥିବା ଆସ୍ଥାନ ଗତକାଲି ଶ୍ରୀଲଙ୍କାରୁ ଅଯୋଧ୍ୟାରେ ପହଂଚିଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 61 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ ଅଧିକରୁ ଅଧିକ ଲାଇକ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ ଅଶୋକ ବାଟୀକାରେ ସୀତା ମାତା ବ୍ୟବହାର କରୁଥିବା ଆସ୍ଥାନ ଗତକାଲି ଶ୍ରୀଲଙ୍କାରୁ ଅଯୋଧ୍ୟାରେ ପହଂଚିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।
କେନ୍ଦ୍ର ମନ୍ତ୍ରୀ G Kishan Reddy ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓର ଫଟୋ ପାଇଲୁ। ଯାହାକି 20 ଅଗଷ୍ଟ 2021 ତାରିଖରେ ପୋଷ୍ଟ କରାଯାଇଛି। ଯେଉଁଥିରେ ଲେଖାଯାଇଛି ଯେ, ଶ୍ରୀଲଙ୍କାର କିଛି ବୌଦ୍ଧ ସାଧୁ ବୁଦ୍ଧଙ୍କ ଧାତୁ ଅବଶିଷ୍ଟାଂଶ (ହାଡର ସ୍ମୃତି) ସହିତ କୁସିନାଗରରେ ପହଞ୍ଚିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ ଭାଇରାଲ ଭିଡିଓ timesofindia ପେଜରେ ପାଇଲୁ। ଯାହାକି 2 ସପ୍ତାହ ପୂର୍ବରୁ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ୟୁପିରେ ଥିବା କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ଶ୍ରୀଲଙ୍କା ବିମାନକୁ ସ୍ୱାଗତ କରାଯାଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଶ୍ରୀଲଙ୍କାରୁ 123 ବୌଦ୍ଧଙ୍କୁ ସ୍ୱାଗତ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
SriLankan Airlines ମଧ୍ୟ ତାର ଟ୍ୱିଟର ଆକାଉଣ୍ଟରେ ଖବର ସମ୍ପର୍କରେ ପୋଷ୍ଟ କରିଛି। ପୋଷ୍ଟରେ ଲେଖାଯାଇଛି ଯେ, କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ ଅବସରରେ କୁଶୀନଗର ଅଭିମୁଖେ ଯାତ୍ରା କରୁଥିବା ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ଭାବରେ ଶ୍ରୀଲଙ୍କା ଏୟାରଲାଇନ୍ସ ଗୌରବାନ୍ୱିତ ହୋଇଛି। ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଥିବା ଗଭୀର ସାଂସ୍କୃତିକ ସମ୍ପର୍କକୁ ସୂଚାଇ ଏହି ବିମାନ ଉଡ଼ାଣ ସହିତ ଇତିହାସ ସୃଷ୍ଟି କରିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ABP NEWS ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ କୁସିନଗରରେ ପ୍ରସ୍ତୁତ ହୋଇଥଇବା ତୃତିୟ ବଡ଼ ଆନ୍ତର୍ଜାତିୟ ବିମାନ ବନ୍ଦର ଅଟେ। କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ 260 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଠାରେ ଅବତରଣ କରୁଥିବା ପ୍ରଥମ ବିମାନ ଶ୍ରୀଲଙ୍କାରୁ ହେବ। ଏହି ଆୟୁର୍ବେଦ ପୂର୍ବଞ୍ଚଳକୁ ମାନଚିତ୍ରରେ ରଖିବ ଏବଂ ଏହାର ଦ୍ରୁତ ବିକାଶରେ ସାହାଯ୍ୟ କରି। ଅଧିକ ସୂଚନା ପାଇଁ ରିପୋର୍ଟକୁ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଅଶୋକ ବାଟୀକାରେ ସୀତା ମାତା ବ୍ୟବହାର କରୁଥିବା ଆସ୍ଥାନ ଗତକାଲି ଶ୍ରୀଲଙ୍କାରୁ ଅଯୋଧ୍ୟାରେ ପହଂଚିଛିଥିବା ମିଥ୍ୟା ଦାବିରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଶ୍ରୀଲଙ୍କାରୁ କୁଶୀନଗର ଆସିଥିବା ଭଗବାନ ବୁଦ୍ଧଙ୍କ ଅସ୍ଥି ଅବଶିଷ୍ଟ ଅଟେ। ଭିଡିଓର ଅଯୋଧ୍ୟା ସହିତ ଏହାର କୌଣସି ସମ୍ପର୍କ ନାହିଁ।

Title:ଅଶୋକ ବାଟୀକାରେ ସୀତା ମାତା ବ୍ୟବହାର କରୁଥିବା ଆସ୍ଥାନ ଗତକାଲି ଶ୍ରୀଲଙ୍କାରୁ ଅଯୋଧ୍ୟାରେ ପହଂଚିଛି ?
Fact Check By: Saritadevi SamalResult: False
