
ନିକଟରେ ହନୁମାନ ଜୟନ୍ତୀ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଲୋକେ ଉତ୍ସବ ପାଳନ କରିଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେଯାର ମଧ୍ୟ ହୋଇଥିବା ମିଳିଛି।
ଏହି ସମୟରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାସ୍ତାରେ ଲୋକଙ୍କ ଏକ ବିଶାଳ ଭିଡ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଲିଛନ୍ତି। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଲୋକେ ରଙ୍ଗ ସହିତ ଉତ୍ସବ ପାଳନ କରୁଛନ୍ତି। ଦାବି କରା ଯାଉଛି ଯେ ଏହା ହାଇଦ୍ରାବାଦ ସହରରେ ହନୁମାନ ଜୟନ୍ତୀର ଭିଡିଓ ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ହାଇଦ୍ରାବାଦର ହନୁମାନ ଜୟନ୍ତୀ ଉତ୍ସବର ଭିଡିଓ ନୁହେଁ। ଇନ୍ଦୋର ସହରରେ ରଙ୍ଗପଞ୍ଚମୀ ଉତ୍ସବ ପାଳନର ଭିଡିଓକୁ ହାଇଦ୍ରାବାଦରେ ହନୁମାନ ଜୟନ୍ତୀ ସମୟର ଭିଡିଓ ଦାବିରେ ଭାଇରାଲ ହେଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାର କାରୀ ମାନେ ଦାବି କରୁଛନ୍ତି, “ହାଇଦ୍ରାବାଦରେ ହନୁମାନ ଜନ୍ମୋତ୍ସବର ଅବିଶ୍ଵନୀୟ ଦୃଶ୍ୟ”
ସମାନ ଦାବି ସହିତ ଆମକୁ ଏହି ଭିଡିଓ ଅନ୍ୟ ଫେସବୁକ ଏକାଉଣ୍ଟରେ ମଧ୍ୟ ଭାଇରାଲ ହେଇଥିବା ଦେଖିବାକୁ ମିଳିଲା।
https://www.facebook.com/reel/1800311297031808?s=single_unit
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ଭିଡିଓରେ ଏକ ବିଲଡିଙ୍ଗରେ ଗୋଟିଏ ପୋଷ୍ଟର ଲାଗିଛି ଯେଉଁଥିରେ ‘ହୋଲି ହେ’ ବୋଲି ଲେଖା ଯାଇଛି। ଏହା ଦ୍ଵାରା ଆମକୁ ଭାଇରାଲ ଭିଡିଓର ହନୁମାନ ଜୟନ୍ତୀର ହେଇନଥିବାର ସନ୍ଦେହ ହେଲା।

ଏହା ଦ୍ଵାରା ପ୍ରମାଣିତ ହେଉଛି ଯେ ଭାଇରାଲ ଭିଡିଓ ହନୁମାନ ଜୟନ୍ତୀର ନୁହେଁ।
ତେବେ ଏହି ଭିଡିଓ କେଉଁଠିକାର ଏବଂ କେଉଁ ଅବସରର?
ଏହା ଜାଣିବା ପାଇଁ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ ଭିଡିଓର ଏକ ଦୃଶ୍ୟ ନଇଦୁନିଆର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ୧୨ ମାର୍ଚ୍ଚରେ ୨୦୨୩ ରେ ପ୍ରକାଶିତ ହେଇଥିବା ଏହି ରିପୋର୍ଟ ଅନୁଯାୟୀ, ଏହା ମଧ୍ୟପ୍ରଦେଶର ଇନ୍ଦୋର ସହରର ଦୃଶ୍ୟ ଅଟେ ଯେଉଁଠାରେ ସ୍ଥାନୀୟ ଲୋକେ ରଙ୍ଗପଞ୍ଚମୀ ଅବସରରେ ଉତ୍ସବ ପାଳନ କରିଥିଲେ।

୧୧ ମାର୍ଚ୍ଚ ୨୦୨୩ ରେ ନ୍ୟୁଜ୍ ୧୮ ଏମପି ଚତ୍ତିସଗଡର ୟୁଟ୍ୟୁବ ଚ୍ୟାନାଲରେ ଆମେ ଭାଇରାଲ ଭିଡିଓ ପ୍ରସାରିତ ହେଇଥିବା ପାଇଲୁ। ରିପୋର୍ଟରେ କୁହା ଯାଇଛି ଯେ ଏହି ଭିଡିଓ ଇନ୍ଦୋରରେ ଅଟେ ଯେଉଁଠାରେ ରଙ୍ଗପଞ୍ଚମୀ ପାଳନ କରାଯାଇଥିଲା। ଏହି ଅବସରରେ ଏକ ବିରାଟ ଭିଡ଼ ଦେଖିବାକୁ ମିଳିଥିଲା।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୧୧ ମାର୍ଚ୍ଚ ୨୦୨୩ ରେ ଏବିପି ନ୍ୟୁଜ୍ ୱେବସାଇଟରେ ଇନ୍ଦୋରରେ ରଙ୍ଗପଞ୍ଚମୀ ପାଳନ ନେଇ ଏକ ଖବର ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟରେ କୁହା ଯାଇଛି ଯେ ହୋଲିର ୫ ଦିନ ପରେ ରଙ୍ଗପଞ୍ଚମୀ ପାଳନର ଆୟୋଜନ କରା ଯାଇଥିଲା। ଏହି ବର୍ଷ ରଙ୍ଗ ପଞ୍ଚମୀ ଶୋଭାଯାତ୍ରା ୧୨ ମାର୍ଚ୍ଚ ରେ ଇନ୍ଦୋରର ଗୋରାକୁଣ୍ଡ ଛକ ରୁ ନେଇ ରାଜୱାଡା ଟକ ଆୟୋଜିତ କରା ଯାଇଥିଲା।
ଉପରୋକ୍ତ ତଥ୍ୟକୁ ନଜରରେ ରାଖୀ ଆମେ ଭାଇରାଲ ଭିଡିଓର ସ୍ଥାନ ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଲୁ। ନିମ୍ନରେ ଆପଣ ମାନେ ସେହି ସ୍ଥାନ ଦେଖି ପାରିବେ।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓରେ ଦେଖା ଯାଉଥିବା ସ୍ଥାନ ଏବଂ ଗୁଗୁଲ ମ୍ୟାପ୍ ରେ ମିଳିଥିବା ସ୍ଥାନ ମଧ୍ୟରେ ସମାନତା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ଇନ୍ଦୋରର ରଙ୍ଗପଞ୍ଚମୀ ସମୟର ଅଟେ। ଏହା ହାଇଦ୍ରାବାଦରେ ହନୁମାନ ଜୟନ୍ତୀ ଅବସରର ଭିଡିଓ ନୁହେଁ।

Title:ଇନ୍ଦୋର ସହରରେ ରଙ୍ଗପଞ୍ଚମୀ ଉତ୍ସବ ପାଳନର ଭିଡିଓକୁ ହାଇଦ୍ରାବାଦରେ ହନୁମାନ ଜୟନ୍ତୀ ସମୟର ଭିଡିଓ ଦାବିରେ ଭାଇରାଲ ହେଉଛି।
Fact Check By: Siddharth SahuResult: False
