
ଦେଶରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ସହରରେ ରାସ୍ତାରେ ପାଣି ଭାରି ଯାଇଥିବା ସମୟରେ ଏକ ବସ୍ ଭିତରେ ମଧ୍ୟ ପାଣି ପଶି ଆସୁଛି ଏବଂ ବସ୍ ରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଆତଙ୍କିତ ହେଉଛନ୍ତି। ଏହି ଭିଡିଓ ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଭାଷଣ ମଧ୍ୟ ଶୁଣିବାକୁ ମିଳିଛି ଯେଉଥିରେ ସେ କହୁଛନ୍ତି ଯେ ଆଜି ତାଙ୍କୁ ଗର୍ବ ଅନୁଭବ ହେଉଛି କାରଣ ତାଙ୍କ ସରକାର ୫୮% ରୁ ନେଇ ୯୩% ସ୍ଥାନରେ ପାଣି ଯୋଗାଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ତାଙ୍କ ସରକାର ଦିଲ୍ଲୀର ସମସ୍ତ ଅଞ୍ଚଳରେ ପାଣି ଯୋଗାଇବାରେ ସକ୍ଷମ ହୋଇଛନ୍ତି।
ଏହି ପୋଷ୍ଟ ସହିତ ଦାବି କରା ଯାଇଅଛି ଯେ ଭିଡିଓଟି ଦିଲ୍ଲୀ ସହରର ଦୃଶ୍ୟ ଅଟେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସମାନ ଭିଡିଓର ଲମ୍ବା କ୍ଲିପ୍ ୟୁଟ୍ୟୁବର ଏହ ଚ୍ୟାନାଲରେ ୧୧ ଅଗଷ୍ଟ ୨୦୨୦ରେ ପ୍ରସାରିତ ହୋଇଥିବା ମିଳିଲା। ଏହି ଭିଡିଓ ଅନୁଜଯାୟୀ ଏହି ଦୃଶ୍ୟ ରାଜସ୍ଥାନର ଜଯପୁର ସହରର ଦୃଶ୍ୟ ଅଟେ।
ଭିଡିଓର ଏକ ଅଂଶରେ ଆମକୁ ନାସିୟା ଭଟ୍ଟାରକଜି ଲେଖା ହୋଇଥିବା ଦେଖିବାକୁ ମିଳିଲା।

ଗୁଗୁଲରେ ଯାଇ ସର୍ଚ କରିଲା ପରେ ଆମକୁ ଯଷ୍ଟ ଡାଏଲ୍ ୱେବସାଇଟରେ ଏହା ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟ ଅନୁଯାୟୀ ନାସିୟା ଭତାରକଜି ରାଜସ୍ଥାନର ଜଯପୁର ସହରର ଅଛି।

ଏହା ପରେ ଆମକୁ ସମାନ ଭିଡିଓ ୧୧ ଅଗଷ୍ଟ ୨୦୨୦ ମସିହାରେ ଏକ ପତ୍ରିକା ନ୍ୟୁଜର ୱେବସାଇଟରେ ମିଳିଲା। ଏହି ୱେବସାଇଟ ଅନୁଯାୟୀ ଏହି ଭିଡିଓ ରାଜସ୍ଥାନର ଜଯପୁର ସହରର ଅଟେ। ପ୍ରବଳ ବର୍ଷା ହେବା ହେତୁ ନିଗମର ନାଳ ଏବଂ ଡ୍ରେନେଜ୍ ସିଷ୍ଟମର ବ୍ୟବସ୍ଥାର ଅସଲି ରୂପ ସାମନାକୁ ଆସିଛି। ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ବଚ୍ଛତା ଦାବି କରୁଥିବା ନିଗମ ପ୍ରତିବର୍ଷ ଏହି ବ୍ୟବସ୍ଥାରେ ବିସ୍ତାର କରୁଛି

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ଦୃଶ୍ୟ ଦିଲ୍ଲୀର ହୋଇଥିବା ଦାବି ମିଥ୍ୟା ଅଟେ। ଏହି ଭିଡିଓ ୨୦୨୦ ମସିହାର ରାଜସ୍ଥାନର ଜଯପୁର ସହରର ଭିଡିଓ ଅଟେ।

Title:କ’ଣ ବସ୍ ଭିତରେ ବର୍ଷା ପାଣି ପଶି ଯାଉଥିବା ଦୃଶ୍ୟ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
