
ଅଯୋଧ୍ୟାରେ ରାମ ମାନ୍ଦିର ଭୁମି ପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏହି ପୃଷ୍ଠଭୂମିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ଏହା ହେଉଛି ରାଜୀବ ଗାନ୍ଧୀଙ୍କ ହାତରେ 9 ନଭେମ୍ବର 1989 ରେ ରାମ ମନ୍ଦିର ଭୁମି ପୂଜନର ମୂଳଦୁଆ ପକାଇବା ସମାରୋହର ଫଟୋ ।
3 ଅଗଷ୍ଟରେ Ranjani Kanta Swain ନାମକ ଜଣେ ଫେସବୁକ ୟୁଜର ଏହି ଦାବିରେ ଫୋଟୋ ଭାଇରଲ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ରାମ ମନ୍ଦିରକୁ ନେଇ ଇତିହାସ କୋଉଥିବା ସତ୍ୟ ….୧୯୮୯ ମସିହାରେ ରାଜୀବ ଗାନ୍ଧୀଙ୍କର ନିର୍ବାଚନରେ ଭାଷଣ ଥିଲା ଦେଶରେ ରାମରାଜ୍ୟ ଆଣିବା ଏବଂ ୧୯୮୯ ମସିହାରେ ମଧ୍ୟ ରାଜୀବ ଗାନ୍ଧୀ ରାମ ମନ୍ଦିରରେ ତାଲା ଖୋଲି ସାରି ଥିଲେ ଏବଂ ରାମ ମନ୍ଦିରରେ ସିଳାନ୍ୟାସ ଓ ଭୂମି ପୂଜା କରି ସାରିଥିଲେ ହେଲେ । ବଡ଼ ଦୁଃଖର ବିଷୟ କିଛି ବର୍ଷ ଭିତରେ ତାଙ୍କର ହତ୍ୟା ହୋଇ ଗଲା ତାଙ୍କୁ ଆଉ ସୁଯୋଗ ମିଳିଲା ନାହିଁ ସବୁଦିନ ଲାଗି ଏକ ମହାନ ଯୁବ ପ୍ରଧାନମନ୍ତ୍ରୀ ଦେଶ ହରେଇ ଦେଲା ଲୁହରେ ଭିଜିଗଲେ ଭାରତର କୋଟି କୋଟି ସାଧାରଣ ଜନତା ଆଖି ।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅଧିକରୁ ଅଧିକ ଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
5 ଅଗଷ୍ଟରେ Bhokali sethi ନାମକ ଜଣେ ଫେସବୁକ ୟୁଜର ଏକ ଫୋଟୋ ପୋଷ୍ଟ କରିଛନ୍ତି। ଏବଂ ଦାବି କରିଛନ୍ତି ଯେ, ରାମ ମନ୍ଦିର ଭୂମି ପୂଜନ ସ୍ବର୍ଗତ ରାଜୀବ ଗାନ୍ଧୀ କରିସାରିଥିଲେ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 240 ଥର କମେଣ୍ଟ କରାଯାଇ ସାରିଛି। ଏହା ଛଡ଼ା ପୋଷ୍ଟକୁ ଅଧିକରୁ ଅଧିକ ଲାଇ ଏବଂ କମେଣ୍ଟ ମଧ୍ୟ ମିଳିଛି। ତେଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ଭାଇରାଲ ଫୋଟୋ 9 ନଭେମ୍ବର 1989 ରେ ରାଜୀବ ଗାନ୍ଧୀଙ୍କ ହାତରେ ରାମ ମନ୍ଦିର ଭୁମି ପୂଜନର ମୂଳଦୁଆ ପକାଇବା ସମାରୋହର ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ପ୍ରଥମ ଫୋଟୋ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। commons.wikimedia ପେଜରେ ପାଇଲୁ ଯେ, ରାଜୀବ ଗାନ୍ଧୀଙ୍କ ଫଟୋରେ ଏହି ଫଟୋ ଅଯୋଧ୍ୟାରେ ରାମ ମାଣ୍ଡିର ଭୁମି ପୂଜନଙ୍କ ନୁହେଁ। 1989 ରେ ନୂଆଦିଲ୍ଲୀରେ ହରେ କୃଷ୍ଣ ଭକ୍ତଙ୍କୁ ରାଜୀବ ଗାନ୍ଧୀଙ୍କ ଭେଟିବା ପାଇଁ ଯାଇଥିବାର ଏହି ଫଟୋ । ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- commons.wikimedia । Archive
ଏହା ଛଡ଼ା 9 ମାର୍ଚ୍ଚ 2017ରେ କଂଗ୍ରେସ ମଧ୍ୟ Twitter କରି ସ୍ପଷ୍ଟ କରିଛି ଯେ, ଭାଇରାଲ ଫୋଟୋ ରାମ ମନ୍ଦିର ପାଇଁ ଭୁମି ପୂଜନର ନୁହେଁ ବରଂ ରାଜିବ ଗାନ୍ଦି ରୁଷିଆର ହରେ କୃଷ୍ଣ ଭକ୍ତକୁ ଦେଖା କରିବା ପାଇଁ ଯାଇଥିଲେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Twitter । Archive
ଦ୍ୱିତିୟ ଫୋଟୋ-
ଆମେ ଦ୍ୱିତିୟ ଫୋଟୋକୁ ମଧ୍ୟ ଗୁଦୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ gettyimages ପେଜର ଲିଙ୍କ ମିଳିଲା। ଖବର ଅନୁସାରେ ଭାଇରାଲ ଫୋଟୋରେ ରାଜିବ ଗାନ୍ଦି ରାମ ମନ୍ଦିର ଭୁମି ପୂଜନ ପାଇଁ ନୁହେଁ ବରଂ ନିର୍ବାଚନ ପ୍ରଚାରରେ ଯାଇଥିବାର ଫୋଟୋ ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- gettyimages । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, 1989ରେ ରାଜିବ ଗାନ୍ଧି ରାମ ମନ୍ଦିର ଭୁମି ପୂଜନ କରିଥିବା ଦାବିରେ ଭାଇରାଲ କରାଯାଉଥିବା ଫୋଟୋ ମିଥ୍ୟା ଅଟେ।

Title:ଭାଇରାଲ୍ ଫଟୋ ରାଜୀବ ଗାନ୍ଧୀ ରାମ ମନ୍ଦିର ଭୁମି ପୂଜନ କରୁଥିବାର ନୁହେଁ।
Fact Check By: Saritadevi SamalResult: False