ଭାଇରାଲ ଭିଡିଓରେ କ’ଣ ମୁସ୍ଲିମମାନେ ହିନ୍ଦୁ ବ୍ୟକ୍ତିକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟତା।

False Social

ବର୍ତମାନ ଦେଶରେ ହିନ୍ଦୁ ମୁସ୍ଲିମ ଭାଇଚାକୁ ନେଇ ଏକ ବଡ଼ ପ୍ରଶ୍ନ ବାଚକ ଚିହ୍ନ ଲାଗିଜାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଚର୍ଚ୍ଛା ଲାଗି ରହିଛି। ଏଥି ମଧ୍ୟରେ 1 ମାର୍ଟରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ଭାଇରାଲ ଭିଡିଓକେ ମୁସ୍ଲିମମାନେ ହିନ୍ଦୁ ଭାଇମାନଙ୍କୁ ଅତ୍ୟାଚାର କରି ମାରୁଛନ୍ତି। ଶିର୍ଷକରେ ଲେଖା ଯାଇଛି ଯେ, ଦେଖନ୍ତୁ ହିନ୍ଦୁ ଭାଇକୁ କେମିତି ମୁସ୍ଲିମମାନେ ମାରୁଛନ୍ତି। ଆଉ ଆପଣ ଖାଲି ହିନ୍ଦୁ ହିନ୍ଦୁ ଭିତରେ ଲଢେଇବାରେ ଜାଣତି ତୁମର ବିକଳାଙ୍ଗ ମାନସିକ କେବେ ଠିକ ହେବ। ଭାଇରାଲ ଭିଡିଓରେ କିଛି ମୁସ୍ଲିମ ଲୋକ ଏକ ବ୍ୟକ୍ତି କୁ ଏକ ଗାତ ଭିତରେ ପସାଇ ହତ୍ୟା କରୁଥିବାର ଦେଖା ଯାଉଛି। ଭାଇରାଲ ଭିଡିଓ 2 ମିନିଟର ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

Archiveରେ  ଭିଡିଓ ଲିଙ୍କ ଦେଖନ୍ତୁ। ତେବେ ଭାଇରାଲ ଭିଡିଓରେ କଣ ମୁସ୍ଲିମମାନେ ହିନ୍ଦୁ ବ୍ୟକ୍ତିକୁ ମାରୁଥିବା ଦାବି ସତ୍ୟ ଅଟେ ନା ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଭଲରେ ଶୁଣିବାରୁ ଜଣାଗଲା ଯେ, ଭିଡିଓରେ କୌଣସି ପୁରୁଷ ଭାଇ ନୁହଁ ବରଂ ଏକ ମହିଳାର ଚିତ୍କାର ସୁଭା ଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ,ଭାଇରାଲ ଭିଡିଓରେ ଏକ ମହିଳାକୁ ପୋତି ଦିଆ ଯାଉଛି।ଏହା ପରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଇମେଜରେ ଭାଙ୍ଗିଲୁ। ଏହା ପରେ ଆମକୁ ମିଳିଥିବା ଇମେଜକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜରେ ଆମକୁ ଭାଇରାଲ ଭିଡିଓ ସହ ଜଡ଼ିତ କିଛି ଲିଙ୍କ ମିଳିଲା।  3 ନଭେମ୍ବର 2015ରେ BCC News ପେଜରେ ପ୍ରକାଶିତ ହୋଇଥିବା ଏକ ନ୍ୟୁଜ ପାଇଲୁ। ନ୍ୟୁଜରେ ପାଇଲୁ ଯେ, ଭାଇରାଲ ଭିଡିଓ ଆଫଗାନିସ୍ଥାନର ଅଟେ। ମହିଳାର ନାମ ରୁଖସାନା ଅଟେ। ମହିଳା ଜଣକ 19 ରୁ 21 ବର୍ଷର ମୁସ୍ଲିମ ମହିଳା ଅଟେ। ମୁସ୍ଲିମ ଝିଅଟିକୁ ତାଙ୍କ ଘର ଲୋକ ତା ବିନା ଇଚ୍ଛାରେ ବିବାହ କରୁଥିବା ବାଳେ ଝିଅଟି ତା ପ୍ରେମିକ ସହ ପଳାୟନ କରୁଥିବାର ଧରା ପଢ଼ିଲା। ଏହା ପରେ ଝିଅଟିର ପ୍ରେମିକକୁ ମାରି ଦିଆ ଯାଇଥିଲା। ଏହା ସହି ଝିଅଟିକୁ ଗାତରେ ପସାଇ ପଥରମାରି ହତ୍ୟା କରି ଦିଆ ଯାଉଛି। ଅଧିକ ସୂଚନା ପାଇଁ ତେଳେ ପୋଷ୍ଟରେ କ୍ଲିକ କରନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-BCC NewsArchive

ଏହା ଛଡ଼ା ଏହି ନ୍ୟୁଜ CNN Style ପେଜରେ ମଧ୍ୟ ପ୍ରକାଶିତ ହୋଇଛି। ଏହା ପରେ ଆମକୁ The new work Times ନ୍ୟୁଜ ପେଜରେ ଭାଇରାଲ ଭିଡିଓରେ ମହିଳାକୁ ମିଟରେ ପୋତି ମାରିଦେଇଥିବାରୁ ଲୋକମାନେ ପ୍ରଦର୍ଶନ କରୁଥିବାର ନ୍ୟୁଜ ପ୍ରକାଶିତ ହୋଇଥିଲା। ଆଫଗାନିସ୍ଥାନର ଲୋକମାନେ ଭିଡିଓ ଭାଇରାଲ ହେଲା ପରେ ପ୍ରଦର୍ଶନ କରିବା ପାଇଁ ରାଜ ରାସ୍ତାକୁ ଆହ୍ଲାଇଥିଲେ। ଲୋକମାନେ ମୁସ୍ଲିମ ମହିଳାର ଏପରି ଭୟଙ୍କର ମୃତ୍ୟୁକୁ ଦେଖି ଶୋକ ମାନଇଥିଲେ ଏବଂ ସରକାରଠାରୁ ନ୍ୟାୟ ମାଗିଥିଲେ। 

ଏଠାରେ ଲିଙ୍କ ଦେଖନ୍ତୁ-The new work Times 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓରେ ହିନ୍ଦୁ ଭାଇକୁ ମୁସ୍ଲିମ ଲୋକମାନେ ମାଟିରେ ପାତି ମାରୁଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ଆଫଗାନିସ୍ଥାନର ଅଟେ। 19 ରୁ 21 ବର୍ଷର ମୁସ୍ଲିମ ଝିଅ ରୁକ୍ସାନାକୁ ମାଟିରେ ପାତି ହତ୍ୟା କରାଯାଇଥିଲା। ରୁକ୍ସାନା ଘରଲୋକଙ୍କ ବିରୋଧରେ ଯାଇ ଏକ ମୁସ୍ଲିମ ପିଲାକୁ ଭଲପାଇ ବିବାହ ହୋଇଥିବାରୁ ତାଙ୍କ ହତ୍ୟା କରି ଦିଆ ଗଲା।

Avatar

Title:ଭାଇରାଲ ଭିଡିଓରେ କ’ଣ ମୁସ୍ଲିମମାନେ ହିନ୍ଦୁ ବ୍ୟକ୍ତିକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *