ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

False Political

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୋଦିଙ୍କ ସାଙ୍ଗରେ କିଛି ମହିଳା କିର୍ତ୍ତନ କରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓ ସହ ଦାବି କରାଯାଉଛି ଯେ, ଭିଡିଓ କୋରୋନା କଳର ଅଟେ। ଯେତେବେଳେ ଲୋକମାନେ କୋରୋନା ସହିତ ଲଡ଼ୁଥିଲେ, ସେତେ ବେଳେ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀ ଫିଲ୍ମ ଗୀତରେ କିର୍ତ୍ତନ କରୁଥିଲେ। 

Babeena Pattanayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ୟେ ସେହି ସମୟ ର ଭିଡ଼ିଓ ଯୋଉଁ ସମୟ ରେ କରୋନା ର କରାଳ ରୂପ ସମ୍ପୂର୍ଣ ଦେଶ କୁ କବଳିତ କରି ରଖିଥିଲା..ମାତ୍ର ରାଜବାବୁ ଏକ୍ଟିଙ୍ଗ କରିବା ଛାଡି ନଥିଲା

ଅନୁସନ୍ଧାନ-

ଭାଇରାଲ ଭିଡିଓକୁ ଆମେ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଏଏନଆଇ ୟୁଟ୍ୟୁବ ଚାନେଲରେ ଭାଇରାଲ ଭିଡିଓ ମିଳିଲା। ଯାହାକି 16 ଫେବୃଆରି 2022ରେ ପ୍ରକାଶିତ ହଇଛି। ଚୈନେଲର 1 ମିନିଟ 24 ସେକେଣ୍ଟରେ ଭାଇରାଲ ଭିଡିଓ ଦେଖିପାରିବେ। 

ଖବର ଅନୁସାରେ ସନ୍ଥ ରବିଦାସଙ୍କ 645 ତମ ଜନ୍ମ ବାର୍ଷିକୀ ଅବସରରେ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀ ‘ଶାବତ କିର୍ତ୍ତନ’ରେ ଭାଗ ନେଇଥିଲେ।

ପ୍ରାସଙ୍ଗିକ କୀ ଶବ୍ଦ ସହିତ ଅଧିକ ଖୋଳିବାବେଳେ, ଆମେ ମୋଦିଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ସମାନ ଭିଡିଓ ମଧ୍ୟ ପ୍ରକାଶିତ କରାଯାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାଇରାଲ ଭିଡିଓ 16 ଫେବୃଆରି 2022ରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଦିଲ୍ଲୀର ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମଣ୍ଡପରେ ବହୁତ ବିଶେଷ ମୁହୂର୍ତ୍ତ ।

ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ କୋରୋନା ସମୟର ନୁହଁ ବର୍ତ୍ତମାନ ସମୟର ଅଟେ। ଏହା ସହିତ ଭିଡିଓରେ ହିନ୍ଦି ବଲିଉଡ ଗୀତ ଲାଗି ନାହିଁ। ଭିଡିଓରେ ଫିଲ୍ମ ଗୀତ ଲଗାଯାଇ ମିଥ୍ୟା ଦାବିରେ ଭାଇରାଲ କରାଯାଇଛି। ତଳେ ଭିଡିଓର ବିଶ୍ଳେଷଣ ଦେଖନ୍ତୁ।

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ କୋରୋନା ମହାମାରି ସମୟର ନୁହଁ  ଫେବୃଆରି 2022ର ଅଟେ। ଭିଡିଓରେ ଫିଲ୍ମ ଗୀତ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 

Avatar

Title:ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *