ମୋଦୀ ସରକାର ସ୍କୁଲ ବହୀ ଉପରେ ଲଗାଇବ ନାହିଁ ଜିଏସଟି ଟ୍ୟାକ୍ସ ।

False Social

କୋରୋନା ମାହାମିର ସମୟରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିବା ବଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଉପରେ ମଧ୍ୟ  ପ୍ରଭାବ ପକାଇଛି। ଏବେ ସୋସିଆଲ ମିଡିଆରେ ଅନ୍ୟ ଏକ ଖବର ଭାଇରାଲ ହେବାରେ ଲିଗିଛି ଯେ, ମୋଦି ସରକାର ଏବେ ସ୍କୁଲ ଛାତ୍ରଙ୍କ ବହିରେ ଟ୍ୟାକ୍ସ ଲଗାଇଛନ୍ତି। ସ୍କୁଲ ବହିରେ ଟ୍ୟାକ୍ସ ଲଗାଇଲାବାଲା ପ୍ରଥମ ଦେଶ ହେଉଛି। ଏହାକୁ ନେଇ ଅଭିଭାବକ ଚିନ୍ତାରେ ଅଛନ୍ତି। 

ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପାଇଲୁ। 

8 ଅକ୍ଟୋବରରେ Kelu Charan Badajena ନାମକ ଜଣେ ଫସବୁକ ଭାଇରାଲ ଖବର ପୋଷ୍ଟ କରିଛନ୍ତି। ପୋଷ୍ଟୋରେ ଦାବି କରାଯାଇଛି ଯେ, ସ୍କୁଲ ବହିରେ ଟ୍ୟାକ୍ସ ଲଗାଇଲାବାଲା ପ୍ରଥମ ଦେଶ ହେଉଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସ୍କୁଲ ବହିରେ ଟ୍ୟାକ୍ସ ଲଗାଇବା ବାଲା ପ୍ରଥମ ଦେଶ ହେଉଛି ଭାରତ, ମୁର୍ଖ ହେବ ଭାରତ ତେବେତ ଦେଶ ଆଗକୁ ବଢ଼ିବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥ ସେୟାର କରାଯିବା ସହ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ମୋଦୀ ସରକାର ସ୍କୁଲ ବହିରେ ଏବେ ଟ୍ୟାକ୍ସ ଲଗାଇବ ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ The hindu business line ପେଜରେ ଲିଙ୍କ ମିଳିଲା। ଯେଉଁଥିରେ ଲେଖା ଯାଇଛି ବହି ଉପରେ ଜିଏସଟି ଲାଗୁ ହୋଇ ନାହିଁ। ଖବର ଅନୁସାରେ ସ୍କୁଲ ବହି ଛଡ଼ା ଅନ୍ୟ କୌଣସି ବହିରେ ମଧ୍ୟ ଜିଏସଟି ଲାଗୁ କରାଯାଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- The hindu business lineArchive

ଏହା ପରେ ଦେଶରେ କେଉଁ ଜିନିଷ ଉପରେ କର ଲଗାଇ ନାହିଁ ତାହା ନେଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ cleartax ପେଜର ଏକ ଲିଙ୍କ ମିଳିଲା। ଯେଇଁଏଥିରେ ଆମେ ଜାଣିବାକୁ ପାଇଲୁ ଯେ ସରକାର କ୍ଷୀର, ସାମୁଦ୍ରିକ ଜିନିଷ, କଫି, ଏବଂ ଅନ୍ୟ କିଛି ଜିନିଷ ସହିତ ବହି ଏବଂ ନ୍ୟୁଜ ପେପର ଉପରେ ସରକାର ଜିଏସଟି ଟାକ୍ସ ଲଗାଇ ନାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ସ୍କୁଲ ବହି ଉପରେ ମଧ୍ୟ ସରକାର କୌଣସି ଜିଏସଟି ଟ୍ୟାକ୍ସ ଲଗାଯାଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- cleartax Archive

ଏହା ପରେ ଆମକୁ PIB ଫ୍ୟାକ୍ଟ ଚେକରେ ଏହାକୁ ନେଇ ଲିଙ୍କ ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି, ସରକାର ସ୍କୁଲ ବହି ଉପରେ ଜିଏସଟି ଟ୍ୟାକ୍ସ ଲଗାଯିବା ନେଇ ଭାଇରାଲ ହେଉଥିବା ଖବର ମିଥ୍ୟା ଅଟେ। ସରକାର ଏପରି କୌଣସି ଟ୍ୟାକ୍ସ ଲଗାଇ ନାହାନ୍ତି। ତେବେ ସ୍କୁଲ ବହି କିମ୍ବା ଅନ୍ୟ କୌଣସି ବହି ଉପରେ ମଧ୍ୟ ସରକାର ଜିଏସଟି ଟ୍ୟାକ୍ସ ଲଗାଇ ନାହାନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- PIB  ।  Archive

ଶେଷକଥା

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ମୋଦି ସରକାର ସ୍କୁଲ ବହି ଉପରେ ଜିଏସଟି ଟ୍ୟାକ୍ସ ଲଗାବ ନାହିଁ। ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ। 

Avatar

Title:ମୋଦୀ ସରକାର ସ୍କୁଲ ବହୀ ଉପରେ ଲଗାଇବ ନାହିଁ ଜିଏସଟି ଟ୍ୟାକ୍ସ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *