ଏହା ବାଂଲାଦେଶର ହିନ୍ଦୁମାନଙ୍କ ଫୋଟ ନୁହେଁ ଯେଉଁମାନେ ସାଢି ପିନ୍ଧିଥିଲେ କିନ୍ତୁ ବର୍ତ୍ତମାନ ହିଜାବ ପିନ୍ଧିଛନ୍ତି।

Misleading Social

ଏକ କଳା ଏବଂ ଧଳା ଏବଂ ଅନ୍ୟ ଏକ କଲର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋଗୁଡ଼ିକରେ ୪ ଜଣ ମହିଳା ଏକ ଗାଡିରେ ବସିଛନ୍ତି। ପ୍ରଥମ ଫୋଟୋରେ, ଏହି ମହିଳାମାନେ ଗାଡିରେ ଶାଢି ପିନ୍ଧି ଏବଂ ବନ୍ଧୁକ ଧରି ବସିଥିବାବେଳେ ଦ୍ୱିତୀୟ ଫୋଟୋରେ ୪ ଜଣ ମହିଳା ହିଜାବ ପିନ୍ଧି ବନ୍ଧୁକ ଧରି ବସିଛନ୍ତି।

ଦାବି କରା ଯାଉଛି ଯେ ଏହି ଫୋଟୋ ବାଂଲାଦେଶର ଅଟେ ଏବଂ ଏହି ମହିଳା ମାନେ ୧୯୭୧ ଯୁଧ୍ୟରେ ଯୋଗ ଦେଇଥିଲେ। ସେହି ସମୟରେ ଏହି ମହିଳା ମାନେ ହିନ୍ଦୁ ଥିଲେ କିନ୍ତୁ ବର୍ତ୍ତମାନ ଧର୍ମ ପରିବର୍ତ୍ତନ କରି ମୁସ୍ଲିମ ହୋଇଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ମହିଳା ମାନେ ମୁସ୍ଲିମ ଥିଲେ ଏବଂ ଏମାନେ ବାଂଲାଦେଶ ସ୍ଵାଧୀନତା ସଂଗ୍ରାମୀ ନୁହନ୍ତି। ଏହି ଫୋଟୋ ୧୯୬୧ ମସିହାର ଅଟେ ଯାହା ବାଂଲାଦେଶ ସ୍ଵାଧୀନତା ସଂଗ୍ରାମରୁ ୧୦ ବର୍ଷ ପୁରୁଣା ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଯୌବନ ବେଳେ ମେଲା ମୁକୁଳା ଏବେ ବୁଢୀବୟସରେ ପରଦା ?? ଉପର ଫଟୋରେ ଥିବା ୪ ଜଣ ବାଂଲାଦେଶୀ ମହିଳା ଯେଉଁମାନେ ୧୯୭୧ ମୁକ୍ତି ସଂଗ୍ରାମରେ ପାକିସ୍ଥାନ ବିପକ୍ଷରେ ହତିଆର ଉଠାଇ ଥିଲେ। ତଳ ଫଟୋଟି ଦୁଇବର୍ଷ ପୂର୍ବର ,ଅର୍ଥାତ୍ ପୂର୍ବ ଫଟୋର ଠିକ୍ ୫୦ ବର୍ଷ ପରେ। ଏମାନେ ସେହି ମହିଳା ମାନେ, ସେହି ଏକା ଜିପ୍ ରେ, ଆପଣ ଫଟୋ ଦୁଇଟି ତଫାତ୍ ବୁଝିପାରିଲେ! ଅର୍ଥାତ୍ ୧୯୭୧ ରେ ଯେଉଁ ମହିଳା ମାନେ ଶାଢ଼ୀ ପିନ୍ଧିଥିଲେ ସେମାନେ ଆଜି ହିଜାବରେ ବଙ୍ଗଳାଦେଶ ଦୃତ ଭାବରେ ଜିହାଦି ଉନ୍ମାଦନାର ରାସ୍ତାରେ। ଠିକ୍ ପାକିସ୍ଥାନ ଭଳି ହୋଇଗଲାଣି ବଙ୍ଗଳାଦେଶ। ଯେଉଁ ବଙ୍ଗାଳୀ ସଂସ୍କୃତି ଓ ସଂସ୍କାର ପାଇଁ ପାକିସ୍ଥାନ ବିରୁଦ୍ଧରେ ଯୁଦ୍ଧ କରିଥିଲା, ତାହା ଲୋପ ପାଇଗଲାଣି। ଏବେ ବଙ୍ଗଳାଦେଶୀ ମାନେ ପଶ୍ଚିମବଙ୍ଗରେ ଏହି ଧାରା ଖୁବ୍ ଜୋରରେ ଚଳାଇଛନ୍ତି। ବୁର୍ଖା ସେମାନଙ୍କ ପାଇଁ ଭାରତୀୟ ସଂସ୍କୃତି ଓ ମୁସଲମାନ ମହିଳାଙ୍କ ପାଇଁ ମୋଦୀଙ୍କର ଉଦ୍ୟମକୁ ପଣ୍ଡ କରିବାପାଇଁ ସମାଜ ବ୍ୟବସ୍ଥା ଆଳରେ ଖୁବ୍ ପ୍ରୟାସ ଚଳାଇଛନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବ୍ଳାକ୍ ଏଣ୍ଡ ୱ୍ହାଇଟ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ବାଂଲାଦେଶ ଓଲ୍ଡ ଫୋଟୋ ଆର୍କାଇଭ୍ ନାମକ ଫେସବୁକ ପେଜରେ ୧୯ ଜୁଲାଇ ୨୦୧୩ ମସିହାରେ ପୋଷ୍ଟ ହେଇଥିବା ମିଳିଲା। ଫୋଟୋ ସହିତ ସୂଚନା ଦିଆ ଯାଇଛି ଯେ ଏହି ମହିଳା ମାନେ ୧୯୬୫ ରେ ଏକ ଗାଁ ବୁଲିଯାଇଥିବା ସମୟରେ ବନ୍ଧୁକ ଧରି ଫୋଟୋ ଉଠାଇଥିଲେ। 

https://www.facebook.com/bd.old.photo.archive/photos/a.160831750663584/499776336769122

ଉପରୋକ୍ତ ପୋଷ୍ଟରେ ଏହି ଫୋଟୋର ଶ୍ରେୟ ରେନାନ୍ ଅହମଦ ନାମକ ଜଣେ ବ୍ୟକ୍ତିଙ୍କୁ ଦିଆ ଯାଇଛି। ଏହା ପରେ ଆମେ ଫେସବୁକରେ ରେନାନ୍ ଅହମଦଙ୍କୁ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ତାଙ୍କ ପ୍ରୋଫାଇଲ୍ ରେ ଏକ ପୋଷ୍ଟ ମିଳିଲା ଯେଉଁଥିରେ ସେ ଅନେକ ଫୋଟୋ ପୋଷ୍ଟ କରି କହିଛନ୍ତି, “ଆମର ଜେଜେମା ରୋକିୟା ଆହମଦ ଗତକାଲି ୨୫ ଅଗଷ୍ଟ ୨୦୨୦ ରେ ଦେହାନ୍ତ କରିଛନ୍ତି। ଦୟାକରି ତାଙ୍କୁ ଆପଙ୍କର ପ୍ରାର୍ଥନାରେ ରଖନ୍ତୁ।” ଏହି ପୋଷ୍ଟରେ ଥିବା ୨୭ ଟି ଫୋଟୋ ରେ ଆମେ ଭାଇରାଲ ଫୋଟୋ ସହିତ ତାଙ୍କ ଜେଜେମାଙ୍କ ଅନ୍ୟ ଫୋଟୋ ମାନେ ମଧ୍ୟ ଦେଖିବାକୁ ପାଇଲୁ। ରେନାନ୍ ଆହମଦ କହିଛନ୍ତି ଯେ ଭାଇରାଲ ଫୋଟୋ ୧୯୬୧ ମସିହାର ଅଟେ। 

https://www.facebook.com/renan.ahmed.7/posts/pfbid02VFkV2V6757jmYVTZHx7YEyusfCMXBPYbgmvqCtFsZDB6m7A5CBBoAuHCZ2NUteS8l

Archive

ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରୋକିଆ ଅହମ୍ମଦଙ୍କ ବୋହୂ ରିଫତ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି ଯେ ୬୦ ଦଶକରେ ଗାଡିରେ ବସିଥିବା ଚାରିଜଣ ମହିଳାଙ୍କ ସ୍ୱାମୀ ଏବଂ ଭାଇମାନେ ଖୁଲନା ଅଞ୍ଚଳରେ ଶିକାର କରିବାକୁ ଯାଇଥିଲେ। ସେମାନେ ଶିକାରରୁ ଫେରିବା ପରେ ରୋଷେଇ କରିବା ପରେ ଏହି ଚାରିଜଣ ମହିଳା କାରରେ ବସି ଫଟୋ ଉଠାଇଥିଲେ। ପୁରୁଣା ଫଟୋ ରିଫତ୍ ଅହମ୍ମଦଙ୍କ ଶ୍ୱଶୁର ଆଲାଉଦ୍ଦିନ ଅହମ୍ମଦ ନେଇଥିଲେ। ସେତେବେଳେ ସେ ଜଣେ ଧନୀ ବ୍ୟବସାୟୀ ତଥା ସୁନ୍ଦର ଫଟୋଗ୍ରାଫର ଥିଲେ।

ଭାଇରାଲ ହେଉଥିବା କଲର ଫୋଟୋ ବିଷୟରେ ସେ କହିଛନ୍ତି, “ମୋର ବଡ଼ ପୁଅର ବିବାହ ବେଳେ ଆମେ ପାରିବାରର ସବୁ ପୁରୁଣା ଫୋଟୋ ଆଣି ତାକୁ ପୁନଃ ପ୍ରିଣ୍ଟ କରିଥିଲୁ। ସମସ୍ତେ ସେମାନଙ୍କୁ ପ୍ରଶଂସା କଲେ ଏବଂ ଭାବପ୍ରବଣ ହେଲେ | ଏହିପରି ଭାବରେ ଆମେ 2017 ରେ ଚାରୋଟି ମହିଳାଙ୍କୁ ନେଇ ଏକ ପୂର୍ବରୁ ଏବଂ ପରେ ପ୍ରତିଛବି ସୃଷ୍ଟି କରିଥିଲୁ | ଚିତ୍ରରେ ଆୟେଶା ଅହମ୍ମଦ, ରୋକିଆ ଅହମ୍ମଦ, ରସିଦା ଅହମ୍ମଦ ଏବଂ ଶାହନାରା ଅହମ୍ମଦ ନଜର ଆସିଛନ୍ତି।

ଏହା ଦ୍ଵାରା ପ୍ରମାଣିତ ହେଲା ଯେ ଫୋଟୋରେ ଥିବା ମହିଳା ମାନେ ଆରମ୍ଭରୁ ମୁସ୍ଲିମ ଥିଲେ ଏବଂ ଟାକର ଧର୍ମ ପରିବର୍ତ୍ତନ ହେଇନାହିଁ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ୪ ଜଣ ମହିଳା ବାଂଲାଦେଶର ହିନ୍ଦୁ ସ୍ଵାଧୀନତା ସଂଗ୍ରାମୀ ନୁହଁନ୍ତି। ଏହା ଏକ ପାରିବାରିକ ଫୋଟୋ ଯାହାର ବାଂଲାଦେଶ ସ୍ଵାଧୀନତା ସଂଗ୍ରାମ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ମହିଳା ମାନେ ଆରମ୍ଭରୁ ମୁସ୍ଲିମ ଅଟନ୍ତି। 

Avatar

Title:ଏହା ବାଂଲାଦେଶର ହିନ୍ଦୁମାନଙ୍କ ଫୋଟ ନୁହେଁ ଯେଉଁମାନେ ସାଢି ପିନ୍ଧିଥିଲେ କିନ୍ତୁ ବର୍ତ୍ତମାନ ହିଜାବ ପିନ୍ଧିଛନ୍ତି।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *