ଯୋଗୀ ଆଦିତ୍ୟନାଥଙ୍କ ବ୍ୟାନର ମାର୍ଚ୍ଚ ୨୦୨୫ ରେ ନେପାଳରେ ହୋଇଥିବା ରାଜତନ୍ତ୍ର ସମର୍ଥକ ରାଲିରୁ ଆସିଛି।

Missing Context Political

ସାମାଜିକ ଗଣମାଧ୍ୟମ ଉପରେ ସରକାରଙ୍କ ନିଷେଧ ପରେ ନେପାଳରେ ବ୍ୟାପକ ଅଶାନ୍ତି ଦେଖାଦେଇଛି। ପ୍ରଦର୍ଶନଗୁଡ଼ିକ ଶୀଘ୍ର ହିଂସାତ୍ମକ ହୋଇଗଲା, ସଂଘର୍ଷରେ ଅନେକ ଲୋକ ମୃତ୍ୟୁ ଏବଂ ଆହତ ହେଲେ। ପ୍ରଦର୍ଶନକାରୀମାନେ ସଂସଦ, ସରକାରୀ କାର୍ଯ୍ୟାଳୟ ଏବଂ ନେତାଙ୍କ ବାସଭବନ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି। ପରିସ୍ଥିତି ଖରାପ ହେବା ସହିତ, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି, ଏବଂ ଉତ୍ତେଜନା କମ କରିବା ପାଇଁ ନିଷେଧ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ, ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ଆଲୋଚନା ଚାଲିଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ନେପାଲର ଲୋକ ମାନେ ଯୋଗୀ ଆଦିତ୍ୟନାଥଙ୍କ ଫୋଟୋ ଥିବା ବ୍ୟାନର ଧରି ଛିଡ଼ା ହୋଇଛନ୍ତି। ଫୋଟୋ କୁ ଏପରି ଭାବରେ ସେୟାର କରା ଯାଉଛି ଯେପରିକି ଏହା ସମ୍ପ୍ରତ୍ତି ସମୟରେ ନେପାଲରେ ଉତ୍ତେଜନା ସମୟର ଘଟଣା ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଫୋଟୋ କୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଯଦିଓ ଏହି ଫୋଟୋ ନେପାଲର, କିନ୍ତୁ ଏହାର ସମ୍ପ୍ରତ୍ତି ସମୟରେ ସେଠାରେ ହେଉଥିବା ଉତ୍ତେଜନା ସହିତ କୌଣସି ସମ୍ପର୍କ ନାହିଁ। ଏହା ମାର୍ଚ୍ଚ ୨୦୨୫ ର ଏକ ପୁରୁଣା ଫୋଟୋ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୨୪ ମାର୍ଚ୍ଚ ୨୦୨୫ ରେ ଏକ ୱେବସାଇଟରେ ପ୍ରକାଶ ପାଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, କାଠମାଣ୍ଡୁରେ, ପୂର୍ବତନ ରାଜା ଜ୍ଞାନେନ୍ଦ୍ରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏକ ରାଜତନ୍ତ୍ର ସମର୍ଥକ ରାଲି ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୋଷ୍ଟର ରାଜାଙ୍କ ଫଟୋ ସହିତ ପ୍ରଦର୍ଶିତ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। କିଛି ଦଳ ଅନ୍ୟମାନଙ୍କୁ ରାଜତନ୍ତ୍ର ଆନ୍ଦୋଳନ ପାଇଁ ବିଦେଶୀ ସମର୍ଥନ ପାଇଁ ପୋଷ୍ଟର ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। 

୧୦ ମାର୍ଚ୍ଚ ୨୦୨୫ ଜି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, “ନେପାଳରେ ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହଙ୍କୁ ସ୍ୱାଗତ କରିବା ପାଇଁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ଏବଂ ଅନ୍ୟାନ୍ୟ ଗୋଷ୍ଠୀ ଦ୍ୱାରା ଆୟୋଜିତ ଏକ ରାଲିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିଛବି ସାମିଲ ହେବା ପରେ ରାଜନୈତିକ ବିବାଦ ଆରମ୍ଭ ହୋଇଛି।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ କରିଥିଲା, ପୂର୍ବତନ ରାଜା ଜ୍ଞାନେନ୍ଦ୍ରଙ୍କ ସମର୍ଥନରେ କାଠମାଣ୍ଡୁରେ ଏକ ରାଲିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା, ଯାହା ବିବାଦ ସୃଷ୍ଟି କରିଥିଲା। ଯୋଗୀଙ୍କ ନେପାଳ ସହିତ ସମ୍ପର୍କ ବହୁ ପୁରୁଣା, ଯାହା ତାଙ୍କ ନେତୃତ୍ୱରେ ଗଠିତ ଏକ ହିନ୍ଦୁ ଆଧ୍ୟାତ୍ମିକ ଅନୁଷ୍ଠାନ ଗୋରକ୍ଷ ପୀଠ ମାଧ୍ୟମରେ ଆରମ୍ଭ ହୋଇଥିଲା। ନେପାଳର ଶାହ ରାଜବଂଶର ମଧ୍ୟ ଏହି ପ୍ରତିଷ୍ଠାନ ସହିତ ସମ୍ପର୍କ ଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଯଦିଓ ଏହି ଫୋଟୋ ନେପାଲର, କିନ୍ତୁ ଏହାର ସମ୍ପ୍ରତ୍ତି ସମୟରେ ସେଠାରେ ହେଉଥିବା ଉତ୍ତେଜନା ସହିତ କୌଣସି ସମ୍ପର୍କ ନାହିଁ। ଏହା ମାର୍ଚ୍ଚ ୨୦୨୫ ର ଏକ ପୁରୁଣା ଫୋଟୋ।

Avatar

Title:ଯୋଗୀ ଆଦିତ୍ୟନାଥଙ୍କ ବ୍ୟାନର ମାର୍ଚ୍ଚ ୨୦୨୫ ରେ ନେପାଳରେ ହୋଇଥିବା ରାଜତନ୍ତ୍ର ସମର୍ଥକ ରାଲିରୁ ଆସିଛି।

Fact Check By: Siddharth Sahu 

Result:Missing Context

Leave a Reply

Your email address will not be published. Required fields are marked *