ଅରବିନ୍ଦ କେଜ୍ରିୱାଲର ଏଡିଟ୍ଡ ଫଟୋ ବ୍ୟାନର ତିହାର ଜେଲ୍ ନିକଟରେ ଲଗା ଯାଇଛି…. ଭାଇରାଲ ଦାବି ମିଥ୍ୟା

Altered Political

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦିଲ୍ଲୀର ପ୍ରସିଦ୍ଧ ତିହାର ଜେଲ୍ ନିକଟରେ ଅରବିନ୍ଦ କେଜ୍ରିୱାଲଙ୍କର ଏକ ବ୍ୟାନର ଲାଗିଥିବା ନଜର ଆସିଛି। ବ୍ୟାନର ରେ ଲେଖା ଯାଇଛି ‘କେଜ୍ରିୱାଲ ଆସିବେ’

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦେବାକୁ ମିଥ୍ୟା ବୋଲି ପାଇଲା। ଅରବିନ୍ଦ କେଜ୍ରିୱାଲର ଏଡିଟ୍ଡ ଫଟୋ ବ୍ୟାନର ତିହାର ଜେଲ୍ ନିକଟରେ ଲଗା ଯାଇଛି। 

କ’ଣ ଦାବିକରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ତିହାଡ଼ ଜେଲ୍ ବାହାରେ ବ୍ୟାନର୍ ଲାଗିଛି “କେଜରିୱାଲ ଆୟେଗା”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଇଣ୍ଡିଆ ଟିଭି ୱେବସାଇଟରେ ୨୨ ନଭେମ୍ବର ୨୦୨୧ ରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ରେ କୁହା ଯାଇଛି, “ଦିଲ୍ଲୀର ଏକ ଉଚ୍ଚ ସୁରକ୍ଷା କାରାଗାର, ତିହାର ଜେଲ, ବେଆଇନ ଜିନିଷଗୁଡ଼ିକୁ ଚୋରା ଚାଲାଣରୁ ରୋକିବା ପାଇଁ ଦୁଇଟି ଏକ୍ସ-ରେ-ଭିତ୍ତିକ ପୂର୍ଣ୍ଣ-ବଡି ସ୍କାନର ସ୍ଥାପନ କରି ସୁରକ୍ଷା ବୃଦ୍ଧି କରିବା ପାଇଁ କାମ କରୁଛି। ସ୍କାନରଗୁଡ଼ିକ ପ୍ରାୟ ତିନି ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।” 

ସମାନ ଫୋଟୋ ଆମକୁ ୨୦୨୨ ରେ ମଧ୍ୟ ଏକ ରିପୋର୍ଟରେ ପ୍ରକାଶ ପାଇଥିବା ମିଳିଲା। ଏହି ରିପୋର୍ଟରେ ସୁକେଶ ଚନ୍ଦ୍ରଶେଖରଙ୍କର ପୁଣି ଥରେ ତିହାର ଜେଲ ନମ୍ବର ୪ ର କର୍ମଚାରୀଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଥିବା ବିଷୟରେ ଉଲ୍ଲେଖ କରା ଯାଇଛି।

ଉପରୋକ୍ତ ଦୁଇଟି ତଥ୍ୟରୁ ଜଣା ପଡ଼ିଛି ଯେ ଭାଇରାଲ ଫୋଟୋ ସମ୍ପ୍ରତ୍ତି ସମୟର ନୁହେଁ। ବିଭିନ୍ନ ସମୟରେ ତୋହାର ଜେଲ୍ ବର୍ଣ୍ଣନା ହେଇଥିବା ବେଳେ ଏହି ଫୋଟୋ ବ୍ୟବହାର କରା ଯାଇଥିବା ଦେଖିବାକୁ ମିଳିଛି। ଏପରି ଅନ୍ୟ ରିପୋର୍ଟ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ଦେଖି ପାରିବେ। 

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ଅସଲି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ସିଦ୍ଧାନ୍ତ:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଅରବିନ୍ଦ କେଜ୍ରିୱାଲର ଏଡିଟ୍ଡ ଫଟୋ ବ୍ୟାନର ତିହାର ଜେଲ୍ ନିକଟରେ ଲଗା ଯାଇଛି। ଅସଲି ଫୋଟୋରେ ଅରବିନ୍ଦ କେଜ୍ରିୱାଲର ଫୋଟୋ ନାହିଁ। 

Avatar

Title:ଅରବିନ୍ଦ କେଜ୍ରିୱାଲର ଏଡିଟ୍ଡ ଫଟୋ ବ୍ୟାନର ତିହାର ଜେଲ୍ ନିକଟରେ ଲଗା ଯାଇଛି…. ଭାଇରାଲ ଦାବି ମିଥ୍ୟା

Written By: Siddharth Sahu  

Result: Altered

Leave a Reply

Your email address will not be published. Required fields are marked *