
ଦିଲ୍ଲି ବିଧାନସଭା ନିର୍ବାଚନ ପୁର୍ବରୁ ଅଭିନେତା ପଙ୍କଜ ତ୍ରିପାଠିଙ୍କ ଗୋଟିଏ ଭିଡିଓ ସୋସାଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବିଜେପି ବିରୁଦ୍ଧରେ ପ୍ରଚାର କରୁଥିବା ନଜର ଆସିଛନ୍ତି। ୩୨ ସେକେଣ୍ଡର ଭିଡିଓରେ ସେ ଲୋକଙ୍କୁ ବିଜିପିକୁ ଭୋଟ୍ ନ ଦେବା ପାଇଁ ଅନୁରୋଧ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏଡିଟେଡ୍ ଭିଡିଓ ଅଟେ। ଅସଲି ଭିଡିଓରେ ପଙ୍କଜ ତ୍ରିପାଠି ଅନ୍ଲାଇନ୍ ୟୁପିଆଇ ଜାଲିୟାତି ବିଷୟରେ ସଚେତନ କରୁଛନ୍ତି।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଡିଜିଟାଲ୍ ଇଣ୍ଡିଆ ନାମକ ୟୁଟ୍ୟୁବ ଚ୍ୟାନାଲରେ ୨ ଅକ୍ଟୋବର ୨୦୨୪ ରେ ଅପ୍ଲୋଡ ହେଇଥିବା ମିଳିଲା। ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଭିଡିଓ ଭାଇରାଲ୍ ଭିଡିଓ ପରି ସମାନ ବୋଲି ଜଣା ପଡ଼ିଲା। ଏଥିରେ ପଙ୍କଜ ତ୍ରିପାଠୀ ୟୁପିଆଇ ଠକେଇ ବିଷୟରେ ସଚେତନତା ସୃଷ୍ଟି କରୁଥିବା ଦେଖାଯାଉଛି। ଭିଡିଓର କୌଣସି ସ୍ଥାନରେ ସେ ବିଜେପି ବିଷୟରେ କିଛି ଆଲୋଚନା କରୁନାହାଁନ୍ତି।
ଅନୁସନ୍ଧାନ ସମୟରେ ଆମେ ୧ ଅକ୍ଟୋବର ୨୦୨୪ ରେ ଭାରତୀୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଏକ ଫେସବୁକ ପୋଷ୍ଟ ପାଇଲୁ। ଏହି ପୋଷ୍ଟରେ ଆମେ UPI ର ଲୋଗୋ ସହିତ ପଙ୍କଜ ତ୍ରିପାଠୀଙ୍କ ଭିଡିଓ ଦେଖିଛୁ।
ଏହି ୩୫ ସେକେଣ୍ଡର ଭିଡିଓରେ ସେ କହୁଛନ୍ତି, “ମୁଁ ବାଦାମ ବିକ୍ରି କରେ, ନିଜର ବୁଦ୍ଧି ନୁହେଁ। ଏହି ମେସେଜ୍ ଦେଖନ୍ତୁ… କୁହାଯାଉଛି ଯେ ଲଟେରୀ ଜିଛି ମୁଁ, ଲିଙ୍କରେ କ୍ଲିକ୍ କର ଏବଂ UPI PIN ଦିଅ, ତୁମେ ଟଙ୍କା ପାଇବ। ଆରେ, ମତେ ଜଣା ନାହିଁ କି? ଏଠାରେ ମୁଁ UPI PIN ଦେବୀ, ସେଠାରେ ଟଙ୍କା ଚୋରୀ ହେଇଯିବ। ମୁଁ ଜଣେ ବାଦାମ ବିକ୍ରେତା, ମୂର୍ଖ ନୁହେଁ। ମନେରଖ, ୟୁପିଏ କହିଛି ଯେ ଯଦି କେହି ତୁମକୁ ପ୍ରଲୋଭିତ କରେ, ତେବେ କୁହ, ମୁଁ ମୂର୍ଖ ନୁହେଁ।”
ଉପରୋକ୍ତ ତଥ୍ୟ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଫୋନର ସ୍କ୍ରିନକୁ ଏଡିଟ୍ କରି ଭୋଟ୍ ଫର ବିଜେପି ଯୋଡ଼ା ଯାଇଛି କିନ୍ତୁ ଅସଲି ଭିଡିଓରେ ଲଟେରୀ ମେସେଜ୍ ଦେଖା ଯାଇଛି। ନିମ୍ନରେ ଆପଣ ମାନେ ଦୁଇଟି ଭିଡିଓରୁ ନିଆ ଯାଇଥିବା ଫୋଟୋର ତୁଳନା ଦେଖି ପାରିବେ।
ସେହିଭଳି ଅଡିଓକୁ ମଧ୍ୟ ଏଡିଟ୍ କରାଯାଇଛି ଏବଂ ‘UPI PIN’ ସ୍ଥାନରେ ‘ବିଜେପି’ ଶବ୍ଦ ଯୋଡି ବିଜେପି ବିରୋଧରେ ଭୋଟ୍ ଦେବାକୁ ଆବେଦନ କରାଯାଇଥିବା ଦର୍ଶାଯାଇଛି।
୨୩ ସେପ୍ଟେମ୍ବରରେ @UPI_NPCI ନିଜ ଅଫିସିଆଲ ଟୁଇଟର ଏକାଉଣ୍ଟରୁ ଅସଲି ଭିଡିଓ ଟୁଇଟ କରିଛି।
ସିଦ୍ଧାନ୍ତ: ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଅସଲି ଭିଡିଓକୁ ଏଡିଟ୍ କରି ଏପରି ଦର୍ଶାଯାଇଛି ଯେ ଅଭିନେତା ପଙ୍କଜ ତ୍ରିପାଠୀ ଲୋକଙ୍କୁ ବିଜେପି କୁ ଭୋଟ୍ ନ ଦେବା ପାଇଁ ଅନୁରୋଧ କରୁଛନ୍ତି।

Title:ଅଭିନେତା ପଙ୍କଜ ତ୍ରିପାଠୀ ବିଜେପି ବିରୋଧରେ ପ୍ରଚାର କରିନାହାଁନ୍ତି, ଭିଡିଓକୁ ଏଡିଟ୍ କରା ଯାଇଛି।
Written By: Siddharth SahuResult: Altered
