କ’ଣ ବିଜେପି ସମର୍ଥକ ମାନେ କାନାରା ବ୍ୟାଙ୍କ୍ ସାମନାରେ କାନାଡା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି?

Altered Political

ନିକଟରେ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ଉତ୍ତେଜନା ପୁଣି ଠାରେ ସୃଷ୍ଟି ହୋଇଛି। ଭାରତ କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିବା ବେଳେ କାନାଡା ମଧ୍ୟ ଭାରତର ୬ ଜଣ କୂଟନୀତିଜ୍ଞଙ୍କୁ ଶିଖ୍ ବିଚ୍ଛିନ୍ନତାବାଦୀ ନେତା ହତ୍ୟା ମାମଲା ଦେଖାଇ ତାଙ୍କୁ ବହିଷ୍କାର କରିଛି। ଏହି ପ୍ରସଙ୍ଗରେ କାନାରା ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିବା ଏବଂ ବିଜେପି ପତାକା ଧରିଥିବା କିଛି ଲୋକଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କୁ ପରିହାସ କରୁଛନ୍ତି ଯେ ଏହି ଲୋକମାନେ କାନାରା ବ୍ୟାଙ୍କକୁ କାନାଡା ବୋଲି ଭାବୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ମୂଳ ଫୋଟୋକୁ ଏଡିଟ୍ କରା ଯାଇଛି। ପ୍ରକୃତ ଫୋଟୋ 2020 ମସିହା-ର ଅଟେ ଏବଂ ଏହାର ଭାରତ ଏବଂ କାନାଡା ମଧ୍ୟରେ ଚାଲୁଥିବା ବିବାଦ ସହିତ କୌଣସି ସମ୍ବନ୍ଧ ନାହିଁ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “କାନାଡା ଦେଶ ବିରୋଧରେ ପ୍ରଦର୍ଶନ କରିବା ପରିବର୍ତ୍ତେ କେନରା ବ୍ଯାଙ୍କକୁ କାନାଡା ବ୍ଯାଙ୍କ ଭାବି କଣାଭକ୍ତଦଳ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

Facebook

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୦୨୩ ମସିହାରେ ଟୁଇଟ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ସେହି ଟୁଇଟ ଦେଖି ପାରିବେ। 

Canara बैंक को Canada समझ कर
उसके सामने प्रदर्शन करते भाजपा के
Sanghis pic.twitter.com/oGpJ6xanjB

— Kirti Azad (@KirtiAzaad) September 24, 2023

ସମାନ ଫୋଟୋ ୩୦ ଅଗଷ୍ଟ ୨୦୨୦ ମସିହାରେ ଗୋଟିଏ ତାମିଲ ନ୍ଯୁଜ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଫୋଟୋ ଓଟିର ନୀଳଗିରିସ୍ ଅଞ୍ଚଳର ଅଟେ। ସେଠିକାର ମୁନିସିପାଲିଟି ଅଧୀନରେ ଥିବା ଜମିରେ ପାର୍ଟି ପତାକା ଉତ୍ତୋଳନ କରିବା ପାଇଁ ବିଜେପି ଏକ ପୋଲ ଲଗାଇଥିଲା। ଓଟି ସିଟି କେନ୍ଦ୍ରୀୟ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିବା ପରେ ମ୍ୟୁନିସିପାଲିଟି କର୍ମଚାରୀମାନେ ବିନା ଅନୁମତିରେ ଲଗାଯାଇଥିବା ସେହି ପୋଲକୁ ଭାଙ୍ଗିଥିଲେ। ଫଳସ୍ୱରୂପ, ବିଜେପି ଦଳର ସଦସ୍ୟମାନେ ଏହି ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିଥିଲେ।

ଉପରୋକ୍ତ ପ୍ଫୋଟୋରେ, ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ କାନାରା ବ୍ୟାଙ୍କର କୌଣସି ହୋର୍ଡିଂ କିମ୍ବା ବୋର୍ଡ ଲାଗି ନାହିଁ। ତେଣୁ, ଏହା ସିଦ୍ଧାନ୍ତ ନିଆଯାଇପାରେ ଯେ ପ୍ରକୃତ ଫୋଟୋକୁ ଏଡିଟ୍ କରାଯାଇଛି ଏବଂ କାନାରା ବ୍ୟାଙ୍କ ବୋର୍ଡ ମୂଳ ଚିତ୍ରରେ ଯୋଡା ଯାଇଛି।

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ପ୍ରକୃତ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ସିଦ୍ଧାନ୍ତ: 

ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ପ୍ରକୃତ ଫୋଟୋକୁ ଏଡିଟ୍ କରି ଭାଇରାଲ ଫୋଟୋ ସୃଷ୍ଟି କରା ଯାଇଛି। ପ୍ରକୃତ ଫୋଟୋରେ କାନାରା ବ୍ୟାଙ୍କ ନଥିଲା। ୨୦୨୦ ମସିହାରେ ମୁନିସିପାଲିଟି ବିଜେପି ପତାକା ଉତ୍ତୋଳନ କରିବା ପାଇଁ ଲଗାଇଥିବା ପୋଲକୁ ଭାଙ୍ଗିଥିବାରୁ ବିଜେପି ସଦସ୍ୟମାନେ ଓଟିରେ ବିରୋଧ କରୁଥିବା ଏକ ଘଟଣାର ପ୍ରକୃତ ଚିତ୍ର।

Avatar

Title:କ’ଣ ବିଜେପି ସମର୍ଥକ ମାନେ କାନାରା ବ୍ୟାଙ୍କ୍ ସାମନାରେ କାନାଡା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି?

Written By: Siddharth Sahu  

Result: Altered

Leave a Reply

Your email address will not be published. Required fields are marked *