ବାଂଲାଦେଶରେ ମୁସଲମାନମାନେ ହିନ୍ଦୁଙ୍କ କ୍ଷେତରେ ଲାଗି ଥିବା ଫସଲରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଦାବି ମିଥ୍ୟା ଅଟେ।

Communal False

କ୍ଷେତରେ ଜଳିଯାଇଥିବା ଫସଲ ଦେଖିବା ପରେ ଜଣେ ବ୍ୟକ୍ତିଙ୍କର କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ ବାଂଲାଦେଶର ମୁସଲମାନମାନେ ପେଟ୍ରୋଲ ଢାଳି ହିନ୍ଦୁଙ୍କର କ୍ଷେତରେ ବଢିଥିବା ଫସଲକୁ ଜାଳି ଦେଇଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓରେ ଦେଖା ଯାଉଥିବା ପୀଡ଼ିତ ଚାଷୀ ହିନ୍ଦୁ ନୁହଁନ୍ତି, ସେ ଜଣେ ମୁସ୍ଲିମ ଲୋକ।

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ବାଂଲାଦେଶୀ ଇସଲାମବାଦୀ ମାନେ ହିନ୍ଦୁମାନଙ୍କର ପାଚିଲା ଧାନ କ୍ଷେତରେ ପେଟ୍ରୋଲ ଢାଳି ନିଆଁ ଲଗାଉଛନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏକ ବାଂଲାଦେଶୀ ନ୍ୟୁଜ୍ ୱେବ୍ସାଇଟରେ ଭାଇରାଲ ଭିଡିଓର ଏକ ଦୃଶ୍ୟର ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ପୀଡ଼ିତ ବ୍ୟକ୍ତିଙ୍କ ନାମ ହେଉଛି ନସିମ୍ ମିଆଁ। ଏହି ଘଟଣା ୫ ଡିସେମ୍ବର ୨୦୨୪ ସକାଳେ ବାଂଲାଦେଶର ସଦର ଉପଜିଲ୍ଲା ପିଆରପୁର ଲକ୍ଷ୍ମୀପୁର ଗ୍ରାମରେ ଘଟିଥିଲା। ସେ କହିଛନ୍ତି ଯେ ସେ ଭଡାରେ ଜମି ନେଇଥିଲେ କିନ୍ତୁ ଜଣେ ଅଜ୍ଞାନ୍ତ ବ୍ୟକ୍ତି ପେଟ୍ରୋଲ ଢାଳି ତାଙ୍କ ଗଚ୍ଛିତ ଧାନ କୁ ନିଆଁ ଲଗେଇଛନ୍ତି।

ମିଳିଥିବା ସୂଚନାର ସାହାଯ୍ୟ ନେଇ, ଗୁଗୁଲ୍ ସର୍ଚ୍ଚରେ, ଆମେ ଘଟଣା ସହିତ ଜଡିତ ଅନ୍ୟ ସମ୍ବାଦ ରିପୋର୍ଟ ମଧ୍ୟ ପାଇଲୁ ଯାହା ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ଦେଖି ପାରିବେ।

ଅନୁସନ୍ଧାନ ସମୟରେ, ଆମେ ବାଂଲାଦେଶୀ ନ୍ୟୁଜ୍ ‘ଚ୍ୟାନେଲ ୨୪’ ର ୟୁଟ୍ୟୁବ୍ ଆକାଉଣ୍ଟରୁ ୫ ଡିସେମ୍ବର ୨୦୨୪ ରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ରିପୋର୍ଟ ପାଇଲୁ। ଭାଇରାଲ୍ ଭିଡିଓଗୁଡିକର ଦୃଶ୍ୟ ମଧ୍ୟ ଏଥିରେ ଅଛି।

ରିପୋର୍ଟରେ କୁହାଯାଇଛି ଯେ କୁଶିଆର ପିଆରପୁର ଗାଁର ବାସିନ୍ଦା ନସିମ୍ ମିଆଁ ଦେଢ ବିଗା ଜମିକୁ ଭଡାରେ ନେଇ ଧାନ ଫସଲ ଲଗାଇଥିଲେ। ଧାନ ଫସଲ ଅମଳ କରିବା ପରେ ଏହାକୁ ଶୁଖିବା ପାଇଁ କିଛି ଦିନ କ୍ଷେତରେ ରଖାଯାଇଥିଲା, କିନ୍ତୁ ବୁଧବାର ରାତିରେ ଅଜ୍ଞାନ୍ତ ବ୍ୟକ୍ତି ପେଟ୍ରୋଲ ଢାଳି ଫସଲକୁ ନିଆଁ ଲଗାଇ ଦେଇଥିଲେ।

ଏହା ବ୍ୟତୀତ ଭିଡିଓରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ବିବୃତ୍ତି ମଧ୍ୟ ରହିଛି। କୁଶ୍ଟିଆ ମଡେଲ ପୋଲିସ ଷ୍ଟେସନ ଇଞ୍ଚାର୍ଜ ଶିହାବୁର୍ ରହମାନ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି ଏବଂ କୃଷି ସମ୍ପ୍ରସାରଣ ବିଭାଗର ଡେପୁଟି ଡାଇରେକ୍ଟର ସୁଫି ମହମ୍ମଦ ସମବେଦନା ଜଣାଇଛନ୍ତି ଏବଂ ସମ୍ଭାବ୍ୟ ସହାୟତା ବିଷୟରେ ବିଚାର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ସିଦ୍ଧାନ୍ତ: ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ହେ ଭାଇରାଲ ଦାବି ମିଥ୍ୟା ଅଟେ। ବାଂଲାଦେଶରେ ମୁସଲମାନମାନେ ଜଣେ ହିନ୍ଦୁଙ୍କ କ୍ଷେତରେ ଲାଗି ଥିବା ଫସଲରେ ପେଟ୍ରୋଲ ଢାଳି ନିଆଁ ଲଗାଇ ନାହାଁନ୍ତି। ଭାଇରାଲ ଭିଡିଓରେ ଦେଖା ଯାଉଥିବା ବ୍ୟକ୍ତି ହେଉଛନ୍ତି ଜଣେ ମୁସ୍ଲିମ ଚାଷୀ।

Avatar

Title:ବାଂଲାଦେଶରେ ମୁସଲମାନମାନେ ହିନ୍ଦୁଙ୍କ କ୍ଷେତରେ ଲାଗି ଥିବା ଫସଲରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଦାବି ମିଥ୍ୟା ଅଟେ।

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *