
ରାହୁଲ ଗାନ୍ଧୀଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଗାନ୍ଧୀ କିଛି ନେତାଙ୍କ ସହିତ ମଞ୍ଚ ଉପରେ ଚିଡ଼ା ହୋଇଥିବା ସମୟରେ କିଛି ଲୋକେ ତାଙ୍କୁ ଫୁଲମାଳ ଏବଂ ଅନ୍ୟାନ୍ୟ ଉପହାର ଦେଉଛନ୍ତି।
ସେହି ସମୟରେ ସେଠାରେ ଜଣେ ବ୍ୟକ୍ତି ଗୋଟିଏ ଭଗବାନଙ୍କର ପ୍ରତିମୂର୍ତି ଧରି ଛିଡା ହୋଇଛନ୍ତି। ଭାଇରାଲ ଭିଡିଓରେ ଜଣା ପଡୁଛି ଯେ ରାହୁଲ ଗାନ୍ଧୀ ଭଗବାନଙ୍କ ପ୍ରତିମୂର୍ତି ନେବାରେ ଅସ୍ଵୀକାର କରୁଛନ୍ତି ଏବଂ ଅବହେଳା କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ କ୍ଲିପ୍ କୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଇଛି। ମୂଳ ଭିଡିଓକୁ ଏଡିଟ୍ କରି ତାହାର ଏକ ଛୋଟ ଅଂଶ ସେୟାର କରା ଯାଇଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପ୍ରଭୁ ରାମଙ୍କ ଫଟୋ କୁ ପପୁର ବେଖାତିର”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ କ୍ଲିପର ମୂଳ ଭିଡିଓ ୧୪ ମାର୍ଚ୍ଚ ୨୦୨୪ ରେ ରାହୁଲ ଗାନ୍ଧୀଙ୍କର ଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ ଏହା ମହାରାଷ୍ଟ୍ରର ନାଶିକ ସହରରେ ଆୟୋଜିତ ହେଇଥିବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟର ଭିଡିଓ ଅଟେ।
ଉପରୋକ୍ତ ଭିଡିଓର ୧୬ ମିନିଟ ୨୦ ସେକେଣ୍ଡ ସମୟରେ ଆପଣ ଭାଇରାଲ କ୍ଲିପ୍ ଦେଖି ପାରିବେ। ଏଥିରେ ରାହୁଲ ଗାନ୍ଧୀଙ୍କୁ ଏକ ଶାଲ୍ ପିନ୍ଧାଇ ତାଙ୍କ ସ୍ଵାଗତ କର ଯାଇଥିଲା। ସମାନ ସମୟରେ ଜଣେ ବ୍ୟକ୍ତି ଭଗବାନ ବିଠଲଙ୍କର ପ୍ରତିମୂର୍ତି ନେଇ ଚିଡ଼ା ହୋଇଥିଲେ ଏବଂ ରାହୁଲ ଗାନ୍ଧୀଙ୍କୁ ଫୁଲ ମାଳ ପିନ୍ଧାଇବା ପରେ ପ୍ରତିମୂର୍ତି ଦେବେ ବୋଲି ଅପେକ୍ଷା କରିଥିଲେ।
ଭିଡିଓର ୧୭ ମିନିଟ ୨୮ ସେକେଣ୍ଡ ସମୟରେ ଆପଣ ମାନେ ରାହୁଲ ଗାନ୍ଧୀଙ୍କୁ ଭଗବାନ ବିଥଳଙ୍କର ପ୍ରତିମୂର୍ତି ସ୍ଵୀକାର କରିଥିବା ଦେଖିବାକୁ ପାଇବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ କ୍ଲିପ୍ କୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଇଛି। ମୂଳ ଭିଡିଓକୁ ଏଡିଟ୍ କରି ତାହାର ଏକ ଛୋଟ ଅଂଶ ସେୟାର କରା ଯାଇଛି। ମୂଳ ଭିଡିଓରେ ରାହୁଲ ଗାନ୍ଧୀ ଭଗବାନ ବିଠଲଙ୍କର ପ୍ରତିମୂର୍ତି ସ୍ଵୀକାର କରିଥିଲେ।

Title:କ’ଣ ଗୋଟିଏ ସଭାରେ ରାହୁଲ ଗାନ୍ଧୀ ଭଗବାନ ରାମଙ୍କର ପ୍ରତିମୂର୍ତି ନେବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟତା।
Written By: Siddharth SahuResult: Missing Context
