ତୁର୍କୀ ଦେଶ ଉତ୍ପାଦଗୁଡ଼ିକୁ ବୟକଟ୍ ର ଯୋଜନା କରୁଛନ୍ତି? କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର ତୁର୍କୀ ଦେଶ କମ୍ପାନୀ ନୁହଁନ୍ତି। 

False Social

ଭାରତ-ପାକିସ୍ତାନ ଯୁଧ୍ୟ ସମୟରେ ତୁର୍କୀ ପାକିସ୍ତାନକୁ ନିଜ ସମର୍ଥନ ଦେଇ ଥିବାରୁ ବର୍ତ୍ତମାନ ଭାରତର ସୋସିଆଲ ମିଡିଆରେ ବୟକଟ୍ ତୁର୍କୀ ଟ୍ରେଣ୍ଡିଂ ହେଉଛି। ଏହି ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର କମ୍ପାନୀର ପୋଷ୍ଟର ଫାଡ଼ୁଥିବା ନଜର ଆସିଛନ୍ତି। ଦାବି କରା ଯାଉଛି ଯେ କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର ହେଉଛି ତୁର୍କୀ ଦେଶର କଂପାଣି ଯାହାକୁ ବର୍ତ୍ତମାନ ବୟକଟ୍ କରିବା ଉଚ୍ଚିତ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବି କୁ ମିଥ୍ୟା ବୋଲି ପାଇଲା। ପୋଷ୍ଟରେ ଉଲ୍ଲେଖ କରା ଯାଇଥିବା ତିନୋଟି କମ୍ପାନୀରୁ ଗୋଟିଏ ବି ତୁର୍କୀ କମ୍ପାନୀ ନୁହେଁ। କୋକା-କୋଲା ଆମେରିକା କମ୍ପାନୀ ହେଇଥିବା ସମୟ ରେ ଏରିଏଲ୍ ବ୍ରିଟିଶ କମ୍ପାନୀ ଏବଂ ଗାର୍ନୀୟର ଫ୍ରାନ୍ସ କମ୍ପାନୀ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ତୁର୍କୀ ଯିଏ ପାକିସ୍ତାନ ରେ ବସି ଡ୍ରୋନ ସବୁ ପରିଚାଳନା କରିଥିଲା। ଶତ୍ରୁ ରାଷ୍ଟ୍ର products କୁ boycott କରି ଜୱାବ ଦେବାର ବେଳ ଆସିଛି

Facebook | Archive

ଆମ ଅନୁସନ୍ଧାନ: 

କୋକା-କୋଲା: ଆମର ଗବେଷଣାରେ, ଆମେ ପ୍ରଥମେ କୋକା-କୋଲା ର ଇତିହାସ ଖୋଜିଥିଲୁ। ଆମେ ଏହାର ୱେବସାଇଟରେ ଉପଲବ୍ଧ ସୂଚନା ପାଇଲୁ। ସୂଚନା ଅନୁଯାୟୀ, କୋକା-କୋଲା ୧୮୮୬ ମସିହାରେ ଡକ୍ଟର ଜନ୍ ପେମ୍ବରଟନଙ୍କ ଦ୍ୱାରା ଜର୍ଜିଆ ର ଆଟଲାଣ୍ଟାର ଜାକବସ୍ ଫାର୍ମାସିରେ ଆରମ୍ଭ ହୋଇଥିଲା। ଏହା ପ୍ରତିଦିନ ୯ ଟି ପାନୀୟ ସହିତ ଆରମ୍ଭ ହୋଇଥିଲା ଏବଂ ଏବେ ୨୦୦ ରୁ ଅଧିକ ଦେଶରେ ପ୍ରତିଦିନ ୧.୯ ବିଲିୟନ ସର୍ଭିଂରେ ପହଞ୍ଚିଛି।

ବ୍ରିଟାନିକା ଅନୁଯାୟୀ, କୋକା-କୋଲା ୧୮୯୨ ମସିହାରେ ଆମେରିକାରେ ଅନ୍ତର୍ଭୁକ୍ତ ହୋଇଥିଲା। କୋକା-କୋଲା ୧୮୮୬ ମସିହାରେ ଜର୍ଜିଆର ଆଟଲାଣ୍ଟାର ଜଣେ ଔଷଧ ବିଶେଷଜ୍ଞ ଜନ୍ ଏସ୍. ପେମ୍ବର୍ଟନ୍ ଦ୍ୱାରା ସୃଷ୍ଟି ହୋଇଥିଲା। ପ୍ରାରମ୍ଭରେ ଏକ ଟନିକ୍ ଭାବରେ ବଜାରକୁ ଆସୁଥିବା ବେଳେ, ଏଥିରେ କୋକା ପତ୍ରରୁ କୋକେନ୍ ଏବଂ କୋଲା ବାଦାମ ରୁ କ୍ୟାଫିନ୍ ଥିଲା। “କୋକା-କୋଲା” ନାମ ପେମ୍ବର୍ଟନ୍‌ର ବୁକକିପର୍ ଫ୍ରାଙ୍କ ରବିନସନ୍ ବାଛିଥିଲେ। ପରେ ୧୯୦୩ ମସିହାରେ କୋକେନ୍ ଅପସାରଣ କରିବା ପାଇଁ ଏହି ସୂତ୍ରକୁ ପରିବର୍ତ୍ତନ କରାଯାଇଥିଲା।

ଏରିଏଲ୍: ଏରିଏଲ୍ ଡିଟରଜେଣ୍ଟ ମୂଳତଃ ପ୍ରୋକ୍ଟର୍ ଆଣ୍ଡ୍ ଗାମ୍ବଲ୍ (P&G) କମ୍ପାନୀ ଦ୍ୱାରା ସୃଷ୍ଟି କରାଯାଇଥିଲା। ଏହାକୁ ପ୍ରଥମେ 1967 ମସିହାରେ ୟୁନାଇଟେଡ୍ କିଙ୍ଗଡମ୍ ରେ ଲଞ୍ଚ କରାଯାଇଥିଲା ଏବଂ ପରେ ବିଶ୍ୱର ଅନ୍ୟାନ୍ୟ ବଜାରରେ ପ୍ରଚଳନ କରାଯାଇଥିଲା। ଏରିଏଲ୍ ଏହାର ଦୃଢ଼ ଦାଗ-ଅପସାରଣ ଗୁଣ ପାଇଁ ଜଣାଶୁଣା ଏବଂ ଏହା ବିଶ୍ୱ ସ୍ତରରେ P&Gର ପ୍ରମୁଖ ଲଣ୍ଡ୍ରି ଡିଟରଜେଣ୍ଟ ବ୍ରାଣ୍ଡ ମଧ୍ୟରୁ ଗୋଟିଏ।

ଗାର୍ନୀୟର: ଗାର୍ନିୟର ହେଉଛି ଫ୍ରାନ୍ସ ଦେଶର ଏକ ବ୍ରାଣ୍ଡ ଯାହା ୧୯୦୪ ମସିହାରେ ଆଲଫ୍ରେଡ ଆମୁର ଗାର୍ନିୟରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହି ବ୍ରାଣ୍ଡ ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ଉଦ୍ଭିଦ ଉପାଦାନରୁ ତିଆରି ପ୍ରଥମ କେଶ ଲୋସନ ପ୍ରଚଳନ ସହିତ ଆରମ୍ଭ ହୋଇଥିଲା, ଯାହା ପ୍ରକୃତି ସହିତ ସୌନ୍ଦର୍ଯ୍ୟକୁ ମିଶ୍ରଣ କରିବା ପାଇଁ ଏହାର ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ୧୯୬୫ ମସିହାରେ, କମ୍ପାନୀକୁ ଫ୍ରାନ୍ସର ଏକ କମ୍ପାନୀ ଲ’ଓରିଆଲ ଦ୍ୱାରା ଅଧିଗ୍ରହଣ କରାଯାଇଥିଲା, ଯାହା ଏହାର ବିଶ୍ୱବ୍ୟାପୀ ଉପସ୍ଥିତିକୁ ଆହୁରି ବୃଦ୍ଧି କରିଥିଲା। 

ସିଦ୍ଧାନ୍ତ: ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କୋକା-କୋଲା ଆମେରିକା କମ୍ପାନୀ ହେଇଥିବା ସମୟ ରେ ଏରିଏଲ୍ ବ୍ରିଟିଶ କମ୍ପାନୀ ଏବଂ ଗାର୍ନୀୟର ଫ୍ରାନ୍ସ କମ୍ପାନୀ ଅଟେ। 

Avatar

Title:ତୁର୍କୀ ଦେଶ ଉତ୍ପାଦଗୁଡ଼ିକୁ ବୟକଟ୍ ର ଯୋଜନା କରୁଛନ୍ତି? କୋକା-କୋଲା, ଏରିଏଲ୍ ଏବଂ ଗାର୍ନୀୟର ତୁର୍କୀ ଦେଶ କମ୍ପାନୀ ନୁହଁନ୍ତି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *