ଡକ୍ଟର ମନମୋହନ ସିଂଙ୍କ ଶେଷ ଯାତ୍ରାରେ କଂଗ୍ରେସ ନେତାମାନେ ଯୋଗ ଦେଇ ନଥିଲେ। ଭାଇରାଲ୍ ଦାବି ମିଥ୍ୟା

False Political

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ମୃତ୍ୟୁ ୨୬ ଡିସେମ୍ବର ୨୦୨୪ ରେ ହୋଇଥିଲା ଏବଂ ୨୮ ଡିସେମ୍ବରରେ ଦିଲ୍ଲୀର ନିଗମବୋଧ ଘାଟରେ ରାଷ୍ଟ୍ର ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଡକ୍ଟର ମନମୋହନ ସିଂଙ୍କ ଶେଷ ଯାତ୍ରାରେ କୌଣସି କଂଗ୍ରେସ ନେତା ଯୋଗ ଦେଇ ନଥିଲେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ୍ଡାବୀକୁ ମିଥ୍ୟା ବୋଲି ପାଇଲା। ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ କଂଗ୍ରେସ ଦଳ ନେତା ମାନେ ମନମୋହନ ସିଂଙ୍କର ଶେଷ ଯାତ୍ରାରେ ଯୋଗ ଦେଇଥିଲେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଗାନ୍ଧୀ ପରିବାର ଦେଖା ନାହିଁ…. ଖାଁଗ୍ରେସୀ ସମର୍ଥକ ମାନଙ୍କର ଦେଖା ନାହିଁ…… ମନମୋହନ ସିଂଙ୍କୁ ଏଇ ଭଳିଆ ଅସମ୍ମାନ କରି ଚାଲିଛି କଂଗ୍ରେସ

Facebook | Archive

ଆମ ଅନୁସନ୍ଧାନ: 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଏନଡ଼ିଟିଭି ର ୟୁଟ୍ୟୁବ ଚ୍ୟାନାଲରେ ୨୮ ଡିସେମ୍ବର ରେ ଏକ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓର ୬ ମିନିଟ ସମୟ ରେ ରାହୁଲ ଗାନ୍ଧୀ ଙ୍କୁ ମନମୋହନ ସିଂଙ୍କର ଶେଷ ଯାତ୍ରା ସମୟରେ ଏକ ଟ୍ରକ୍ ରେ ଯାଉଥିବା ଦେଖିବାକୁ ପାଇଲୁ।

ଆମେ ଆଉ ଏକ ଭିଡିଓ ଦେଖିଲୁ ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟମାନେ ଡକ୍ଟର ମନମୋହନ ସିଂହଙ୍କ ବାସଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

ଏହା ସହିତ, ଆମେ ଟ୍ୱିଟରରେ ଡେକାନ କ୍ରୋନିକଲର ଏକ ପୋଷ୍ଟ ମଧ୍ୟ ପାଇଲୁ ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମନମୋହନ ସିଂହଙ୍କ ଶେଷ ଯାତ୍ରାରେ ଅଂଶଗ୍ରହଣ କରୁଥିବାର ଦେଖାଯାଉଛି।

Archive

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଅନ୍ୟ କଂଗ୍ରେସ ନେତାମାନଙ୍କ ସହିତ ମନମୋହନ ସିଂହଙ୍କୁ ଶେଷ ବିଦାୟ ଦେବା ପାଇଁ ନିଗମବୋଧ ଘାଟରେ ପହଞ୍ଚିଥିଲେ।

Twitter

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ବହୁ ସଂଖ୍ୟାରେ କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତା ମାନେ ମନମୋହନ ସିଂଙ୍କର ଶେଷ ଯାତ୍ରାରେ ଯୋଗଦାନ ଦେଇଥିଲେ।

Avatar

Title:ଡକ୍ଟର ମନମୋହନ ସିଂଙ୍କ ଶେଷ ଯାତ୍ରାରେ କଂଗ୍ରେସ ନେତାମାନେ ଯୋଗ ଦେଇ ନଥିଲେ। ଭାଇରାଲ୍ ଦାବି ମିଥ୍ୟା

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *