ଷ୍ଟାଚ୍ୟୁ ଅଫ୍ ୟୁନିଟି ରେ ଫାଟ ପଡ଼ିନୀ। ୨୦୧୮ ମସିହାର ପୁରୁଣା ଫୋଟୋକୁ ସେୟାର କରା ଯାଉଛି

False Political

ଗୁଜୁରାଟର ନର୍ମଦା ନଦୀ କୂଳରେ ନିର୍ମିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଛବିରେ ମୂର୍ତ୍ତିର ପାଦ ନିକଟରେ କିଛି ଫାଟ ଦେଖାଯାଉଛି। ଏହାକୁ ସେୟାର କରି ଦାବି କରାଯାଉଛି ଯେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଛି। ତେଣୁ ମୂର୍ତ୍ତି ଯେକୌଣସି ସମୟରେ ଭୁଶୁଡ଼ି ପାରେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୮ ମସିହାର ପୁରୁଣା ଫୋଟୋ ଅଟେ ଯେଉଁ ସମୟରେ ମୂର୍ତ୍ତିର ନିର୍ମାଣ ହେଉଥିଲା।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ପ୍ରତିମୃତିରେ ଅନେକ ଫାଟ ସୃଷ୍ଟି ହେଲାଣି। ଏହି ତ ‌ଗୁରୁ ଭକ୍ତି ର ପରିଚୟ। ଇଂରେଜ ମାନେ ଖରାପ୍ ଆମେ ବହୁତ ଭଲ।“‘

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ ଫୋଟୋ ୨୦୧୮ ରେ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋ ୬ ବର୍ଷ ପୁରୁଣା ଅଟେ। 

ଏହା ବ୍ୟତୀତ ଆମେରିକାର ମିଡିଆ ସଂଗଠନ ‘ୱାଶିଂଟନ୍ ପୋଷ୍ଟ‘ରେ ମଧ୍ୟ ଅକ୍ଟୋବର ୨୯, ୨୦୧୮ ରେ ଭାଇରାଲ୍ ଫୋଟୋ ପ୍ରକାଶିତ ହୋଇଥିଲା। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଭାଙ୍ଗିବାର ଦାବି ସହିତ ଭାଇରାଲ ହୋଇଥିବା ଫୋଟୋ ସାମ୍ପ୍ରତିକ ନୁହେଁ।

ଭାରତ ସରକାରଙ୍କ ପ୍ରେସ ଇନଫରମେସନ୍ ବ୍ୟୁରୋ (ପିଇବି) ର ଫ୍ୟାକ୍ଟ ଚେକିଂ ୟୁନିଟ୍ ମଧ୍ୟ ଭାଇରାଲ ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଫାଟ ସୃଷ୍ଟି ହୋଇଥିବା ଦାବି ସତ୍ୟ ନୁହେଁ ବୋଲି ପିଆଇବି ଟୁଇଟ୍ ମାଧ୍ୟମରେ ଜଣାଇଛି।

सोशल मीडिया पर एक फोटो शेयर कर यह दावा किया जा रहा है कि दुनिया की सबसे ऊंची प्रतिमा, स्टैच्यू ऑफ यूनिटी में दरारें आनी शुरू हो गई हैं और यह कभी भी गिर सकती है।#PIBFactCheck

❌ यह दावा #फर्जी है।

✅ यह फोटो वर्ष 2018 में स्टैच्यू ऑफ यूनिटी के निर्माण के दौरान की है pic.twitter.com/RHpYc2Aykj

— PIB Fact Check (@PIBFactCheck) September 9, 2024

ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କର ୧୪୩ ଜନ୍ମ ବାର୍ଷିକୀ ଅର୍ଥାତ ୩୧ ଅକ୍ଟୋବର ୨୦୧୮ ରେ ତାଙ୍କ ପ୍ରତିମୂର୍ତ୍ତି ଉଦ୍ଘାଟନ କରିଥିଲେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ ସମ୍ପ୍ରତ୍ତି ସମୟର ନୁହେଁ। ଏହା ୨୦୧୮ ମସିହାର ଫୋଟୋ ଅଟେ ଯେତେବେଳେ ସର୍ଦ୍ଦାର ପଟେଲଙ୍କର ପ୍ରତିମୂର୍ତ୍ତି ନିର୍ମାଣ ହେଉଥିଲା।

Avatar

Title:ଷ୍ଟାଚ୍ୟୁ ଅଫ୍ ୟୁନିଟି ରେ ଫାଟ ପଡ଼ିନୀ। ୨୦୧୮ ମସିହାର ପୁରୁଣା ଫୋଟୋକୁ ସେୟାର କରା ଯାଉଛି

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *