
କିଛି ଦିନ ପୂର୍ବରୁ ଇସ୍ରାଏଲି ଆକ୍ରମଣରେ ହେଯବୋଲ୍ଲାହ ମୁଖ୍ୟା ହସନ ନସରଲ୍ଲାହ ର ଦେହାନ୍ତ ହୋଇଥିବା ଖବର ସାମନାକୁ ଆସିଛି। ଏହା ପରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଇସ୍ରାଏଲି ସୈନିକ ମାନେ ଖୁସିରେ ନାଚୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ହସନ ନସରଲ୍ଲାହଙ୍କର ମୃତ୍ୟୁ ପରେ ଇସ୍ରାଏଲି ସୈନିକ ମାନେ ଖୁସି ମନାଉଥିବା ଦୃଶ୍ୟ ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୩ ମସିହାର ଏକ ପୁରୁଣା ଭିଡିଓ ଅଟେ ଏବଂ ଏହାର ଇସ୍ରାଏଲି ଆକ୍ରମଣରେ ହସନ ନସରଲ୍ଲାହ ର ମୃତ୍ୟୁ ସହିତ କୌଣସି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଇସ୍ରାଏଲି ଫାଇଟର ଜେଟ୍ ପାଇଲଟ୍ ନସରଲ୍ଲାହ କୁ ଖତମ୍ କରି ବେସ୍ କୁ ଫେରିବା ପର ଦୃଶ୍ୟ।“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓର ଗୋଟିଏ ଫୋଟୋ ୩ ଡିସେମ୍ବର ୨୦୨୩ ମସିହାରେ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଭିଡିଓରେ ନାଚୁଥିବା ମୁଖ୍ୟ ବ୍ୟକ୍ତି ହେଉଛନ୍ତି ଇସ୍ରାଏଲର ଜଣେ ଗାୟକ ଅଭିହୁ ପିନ୍ହାସୋଭ। ଅଭିହୁଙ୍କର ଏହି କାର୍ଯ୍ୟକ୍ରମ ଯୁଧ୍ୟରେ ବେସ୍ତ ଥିବା ସୈନିକ ମାନଙ୍କର ମନୋରଞ୍ଜନ ପାଇଁ ଆୟୋଜିତ କରା ଯାଇଥିଲା। ଇସ୍ରାଏଲି ସେନା କହିବା ଅନୁଯାୟୀ, ଏହି କାର୍ଯ୍ୟକ୍ରମ ସମୟରେ କିଛି ନିୟମ ଉଲଂଘନ ହୋଇଥିଲା ଯାହା ଫଳରେ ତାଙ୍କୁ ସେନା ମନୋରଞ୍ଜନ ପାଇଁ କାର୍ଯ୍ୟକ୍ରମ ରଖିବା ଅନୁମତି ନାହିଁ।

ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଘଟଣା ଜଡ଼ିତ ଏକ ରିପୋର୍ଟ ୧୭ ନଭେମ୍ବର ୨୦୨୩ ରେ ପ୍ରକାଶିତ ହେଇଥିବା ମିଳିଲା। ଗାୟକ ଅଭିହୁ ପିନ୍ହାସୋଭଙ୍କ ସହିତ ଇସ୍ରାଏଲୀ ସୈନ୍ୟମାନଙ୍କ ଭିଡିଓ ଭାଇରାଲ ହେବା ପରେ ସେମାନେ ଅସୁବିଧାରେ ପଡିଥିଲେ। ଏହି ଭିଡିଓରେ, ୟୁନିଫର୍ମ ପିନ୍ଧିଥିବା ସୈନିକମାନେ ପିନ୍ହାସୋଭ ସହ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଏହି ପାର୍ଟି ଚାଲିଥିବା ଯୁଦ୍ଧରେ ସୈନ୍ୟମାନଙ୍କର ମନୋବଳ ବଢାଇବା ପାଇଁ କରାଯାଇଥିଲା। ଜଣେ ସେନା ଅଧିକାରୀ ନିକଟରେ ବିବାହ କରିଥିବା ଜଣେ ସୈନିକ ପାଇଁ ଅଭିହୁ ପିନ୍ହାସୋଭଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଆକର୍ଷଣ ହାସଲ କଲାପରେ, ସୈନିକମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସୈନିକ ମାନେ ବନ୍ଧୁକ ଏବଂ ହତ୍ୟାର ଧରି ନାଚିଥିଲେ ଯାହା ନିୟମ ଉଲଂଘନ ବୋଲି କୁହା ଯାଇଥିଲା।

ନିମ୍ନରେ ଦି ଟେଲିଗ୍ରାଫ୍ ର ୟୁଟ୍ୟୁବ ଚ୍ୟାନାଲରେ ଆପଣ ମାନେ ଏହି ଘଟଣାର ଖବର ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ୨୦୨୩ ମସିହାର ଏକ ପୁରୁଣା ଭିଡିଓ ଅଟେ ଏବଂ ଏହାର ଇସ୍ରାଏଲି ଆକ୍ରମଣରେ ହସନ ନସରଲ୍ଲାହ ର ମୃତ୍ୟୁ ସହିତ କୌଣସି ସମ୍ପର୍କ ନାହିଁ।

Title:୨୦୨୩ ମସିହାର ପୁରୁଣା ଭିଡିଓକୁ ଇସ୍ରାଏଲି ସୈନିକ ମାନେ ହସନ ନସରଲ୍ଲାହ ମୃତ୍ୟୁ ପରେ ଖୁସି ମନାଉଥିବା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
