ପୋପ୍ ଫ୍ରାନସିସଙ୍କ ତିମୋର ଲେଷ୍ଟେ ଗସ୍ତର ଭିଡିଓକୁ ଇମତିଆଜ ଜଲିଲଙ୍କ ରାଲି ନାମରେ ଭାଇରାଲ କରା ଯାଉଛି।

Communal False

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ରାସ୍ତାରେ ରେଲି କରୁଥିବା ଦେଖିବାକୁ ମିଳିଛି। ୟୁଜର୍ସ ମାନେ ଦାବି କରୁଛନ୍ତି ଯେ ଏହା ପୂର୍ବତନ ସାଂସଦ ଇମତିଆଜ ଜଲିଲଙ୍କର ଏକ ରେଲିର ଦୃଶ୍ୟ ଅଟେ ଯେଉଁଥିରେ କୋଟି-କୋଟି ସଂଖ୍ୟାରେ ମୁସ୍ଲିମ ମାନେ ଯୋଗଦାନ ଦେଇଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଇଥଯ ବୋଲି ପାଇଲା। ଏହା ମୁମ୍ବାଇରେ ଇମତିଆଜ ଜଲିଲଙ୍କର ରେଲିର ଭିଡିଓ ନୁହେଁ। ଏହା ୧୦ ସେପ୍ଟେମ୍ବର ୨୦୨୪ ର ପୋପ୍ ଫ୍ରାନସିସଙ୍କ ତିମୋର ଲେଷ୍ଟେ ଦେଶ ଗସ୍ତର ଭିଡିଓ ଅଟେ ଯାହାର ମୁମ୍ବାଇରେ ଇମତିଆଜ ଜଲିଲଙ୍କର ଚଳୋ ମୁମ୍ବାଇ ରେଲି ସହିତ କୌଣସି ସମ୍ପର୍କ ନାହିଁ।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଓୱାଇସିର ପୂର୍ବତନ ସାଂସଦ ଇମତିଆଜ ଜଲିଲଙ୍କ ନେତୃତ୍ୱରେ କୋଟି କୋଟି ମୁସଲମାନ ମୁମ୍ବାଇରେ ପହଞ୍ଚିଛନ୍ତି।

Twitter | Archive

ଓଡିଆରେ ମଧ୍ୟ ଏହି ଭିଡିଓର ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, “ମୁମ୍ବାଇ ସହରରେ ଏକତ୍ରୀତ ହେଲେ ଲକ୍ଷ ଲକ୍ଷ ଶାନ୍ତିପୂର୍ଣ୍ଣ ସମ୍ପ୍ରଦାୟର ଲୋକ। ଦୁଇ ହିନ୍ଦୁଙ୍କ ବିରୋଧରେ। ଏ ସବୁ ସାମ୍ପଲ। ଆପଣଙ୍କ ଗ୍ରାମ ଓ ସହରରେ ମଧ୍ଯ କିଛି ଘଣ୍ଟାରେ ଏଭଳି ଭିଡ ଜମାଇ ହୋଇଯାଇପାରିବ। ଆଗରୁ ହି ଡରିକି ରହିବା ଶିଖିବା।

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲ ଏବଂ ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଫେସବୁକରେ ଗୋଟିଏ ଭିଡିଓ ମିଳିଲା ଯାହାର କ୍ୟାପ୍ସନ୍ ରେ ଲେଖା ଯାଇଛି, “ସଭାରେ ଯୋଗଦେବାକୁ ତିମୋର ଲେଷ୍ଟର ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି। ଏହି ଭିଡିଓ ସଭାରୁ ଫେରିବା ପରେ ନିଆ ଯାଇଛି।”

ଏହି ଭିଡିଓ ଅନ୍ୟ ଏଙ୍ଗଲ୍ ରୁ ନିଆ ଯାଇଛି କିନ୍ତୁ ଆମେ ଭାଇରାଲ ଭିଡିଓ ଏବଂ ଉପରୋକ୍ତ ଭିଡିଓରେ ଏକ ପୋଷ୍ଟରରେ ପୋପ୍ ଫ୍ରାନସିସଙ୍କ ଫୋଟୋ ଦେଖିବାକୁ ପାଇଲୁ। ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ଉପରୋକ୍ତ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ। 

ଏହା ବ୍ୟତୀତ, ଆସୋସିଏଟେଡ୍ ପ୍ରେସ ଦ୍ୱାରା ପ୍ରସାରିତ ପୋପ୍ ଫ୍ରାନ୍ସିସଙ୍କ ଏହି ସ୍ୱାଗତ ଭିଡିଓ ଆମେ ପାଇଲୁ। ଏହି ଭିଡିଓ ୧୦ ସେପ୍ଟେମ୍ବର ୨୦୨୪ ରେ ଅପଲୋଡ୍ ହୋଇଥିଲା। ଏହାର ହେଡଲାଇନରେ ଲେଖାଅଛି, “ପୂର୍ବ ତିମୋର ରେ ପୋପ୍ ଫ୍ରାନ୍ସିସଙ୍କର ପ୍ରାର୍ଥନା ସଭାରେ ପ୍ରାୟ ୬୦୦,୦୦୦ ଲୋକ ଯୋଗ ଦିଅଥିଲେ।” ଭିଡିଓର ବର୍ଣ୍ଣନାରେ ଲେଖାଅଛି: “ପୂର୍ବ ତିମୋର ପ୍ରାୟ ଅଧା  ଜନସଂଖ୍ୟା ଲୋକ ପୋପ୍ ଫ୍ରାନ୍ସିସଙ୍କ ଅନ୍ତିମ ପ୍ରାର୍ଥନା ସଭା ପାଇଁ ମଙ୍ଗଳବାର ଦିନ ଏକ ସମୁଦ୍ର କୂଳରେ ଏକତ୍ରିତ ହୋଇଥିଲେ, ଯେଉଁଠାରେ ୩୫ ବର୍ଷ ପୂର୍ବେ ଇଣ୍ଡୋନେସିଆରୁ ସ୍ଵାଧୀନତା ପାଇବା ପାଇଁ ସେଣ୍ଟ ଜନ୍ ଦ୍ଵିତୀୟ ପ୍ରାର୍ଥନା କରିଥିଲେ।

ଏହା ବ୍ୟତୀତ, ଆମେ ମୋରୋକୋ ନ୍ୟୁଜ୍ ରେ ସମାନ ଭିଡିଓର ଏକ ଲମ୍ବା ସଂସ୍କରଣ ପାଇଲୁ, ଯାହାର ଟାଇଟଲ୍ ରେ ଲେଖା ହୋଇଛି ଯେ ଏହି ଭିଡିଓଟି ସେପ୍ଟେମ୍ବର ୯ ରେ ପୋପ୍ ଫ୍ରାନ୍ସିସ୍ ପୂର୍ବ ତିମୋର ଗସ୍ତ ସମୟରୁ ଆସିଛି।

Beaucoup de Dz vivent dans un monde virtuel rempli de mensonge et de propagande et ce, depuis les années 70. La junte militaire en a fait des 🧠 vides d’intelligence mais pleins de fierté et de haine … Cette vidéo est la visite du pape François le 9 septembre au Timor oriental https://t.co/JuDvflM1fw pic.twitter.com/a7NFMZOPyh

— Morocco News 🇲🇦 (@Moroccolitik) September 15, 2024

ନିମ୍ନରେ ଆପଣ ମାନେ ଇମତିଆଜ ଜଲିଲଙ୍କର ମୁମ୍ବାଇ ରେଲିର ଭିଡିଓ ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏହା ୧୦ ସେପ୍ଟେମ୍ବର ୨୦୨୪ ର ପୋପ୍ ଫ୍ରାନସିସଙ୍କ ତିମୋର ଲେଷ୍ଟେ ଗସ୍ତର ଭିଡିଓ ଅଟେ ଯାହାର ମୁମ୍ବାଇରେ ଇମତିଆଜ ଜଲିଲଙ୍କର ଚଳୋ ମୁମ୍ବାଇ ରେଲି ସହିତ କୌଣସି ସମ୍ପର୍କ ନାହିଁ।

Avatar

Title:ପୋପ୍ ଫ୍ରାନସିସଙ୍କ ତିମୋର ଲେଷ୍ଟେ ଗସ୍ତର ଭିଡିଓକୁ ଇମତିଆଜ ଜଲିଲଙ୍କ ରାଲି ନାମରେ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *