ବାଂଲାଦେଶର ତିନୋଟି ଭିନ୍ନ କଲେଜର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷକୁ ବିଭ୍ରାନ୍ତିକର ସାମ୍ପ୍ରଦାୟିକ ଦାବି ସହିତ ସେୟାର କରା ଯାଉଛି।

Communal Misleading

ବର୍ତ୍ତମାନ କିଛି ଲୋକଙ୍କ ମଧ୍ୟରେ ସଂଘର୍ଷର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ବାଂଲାଦେଶର ଘଟଣା ଅଟେ ଯେଉଁଠାରେ ହିନ୍ଦୁ ମାନଙ୍କ ଉପରେ ଏପରି ନିର୍ଯାତନା ହେଉଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ବାଂଲାଦେଶର ତିନୋଟି ଭିନ୍ନ କଲେଜର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷକୁ ବିଭ୍ରାନ୍ତିକର ସାମ୍ପ୍ରଦାୟିକ ଦାବି ସହିତ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଧର୍ମ ନିରପେକ୍ଷତା ର ଚଷମା ପିନ୍ଧିଥିବା ଲୋକେ ଟିକେ ଧ୍ୟାନ ସେ ଦେଖନ୍ତୁ। ବାଂଲାଦେଶ ରେ ହିନ୍ଦୁଙ୍କ ଦୁର୍ଦ୍ଦଶା ଏଇ ଭଳି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ କ୍ଲିପର ଏକ ଲାମ୍ବା ଭିଡିଓ bdnews24 ର ୟୁଟ୍ୟୁବ ଚ୍ୟାନାଲରେ ୨୫ ନଭେମ୍ବର ୨୦୨୪ ରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓ ସହିତ ବର୍ଣ୍ଣନା କର ଯାଇଛି ଯେ ମହବୁବୁର ରହମାନ ମୋଲ୍ଲାହ କଲେଜ ଏବଂ ସରକାରୀ ସହିଦ ସୁହରାୱାର୍ଡି କଲେଜ ଏବଂ କବି ନଜରୁଲ ସରକାରୀ ମହାବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ପରେ ମୋଲ୍ଲାହ କଲେଜରେ ଲୁଟ୍ ହୋଇଥିଲା।

ଏହି ଘଟଣା ନେଇ ଆମକୁ ପ୍ରୋଥମ ଆଲୋ ପତ୍ରିକା ୱେବସାଇଟରେ ୨୫ ନଭେମ୍ବର ଏକ ଖବର ପ୍ରକାଶ ପାଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ରବିବାର ଦିନ ଡକ୍ଟର ମହବୁବୁର ରହମାନ ମୋଲ୍ଲାହ କଲେଜ ଛାତ୍ରମାନେ ଢାକା ନ୍ୟାସନାଲ ମେଡିକାଲ କଲେଜ ଏବଂ ସହିଦ ସୁହରାୱାର୍ଡି କଲେଜ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା ଓ ଲୁଟ୍ କରିଥିଲେ। ଡକ୍ଟର ମହବୁବୁର ରହମାନ ମୋଲ୍ଲାହ କଲେଜ ଛାତ୍ରମାନେ ଦାବି କରିଛନ୍ତି ଯେ ପୂର୍ବରୁ ଢାକା ନ୍ୟାସନାଲ ମେଡିକାଲ କଲେଜରେ ଭୁଲ ଚିକିତ୍ସା ହେତୁ ଅଭିଜିତ ହାୱଲାଡର ନାମକ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା।

ଡେଲି ସନ୍ ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ “ଦୁଇଟି ସରକାରୀ ମହାବିଦ୍ୟାଳୟର ଛାତ୍ରଙ୍କ ଦ୍ୱାରା ‘ମେଗା ସୋମବାର’ ନାମକ ଏକ ଯୋଜନାବଦ୍ଧ ପ୍ରତିଶୋଧ ହେତୁ ରାଜଧାନୀର ଡେମ୍ରା ଏବଂ ଜାତ୍ରାବରୀ ଅଞ୍ଚଳକୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିଥିଲେ ଯେଉଁଥିରେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସରକାରୀ କବି ନାଜରୁଲ କଲେଜ ଏବଂ ସରକାରୀ ସହିଦ ସୁହରାୱାର୍ଡି କଲେଜର ଛାତ୍ରମାନେ ମହବୁବୁର ରହମାନ ମୋଲ୍ଲାହ କଲେଜ ଛାତ୍ରଙ୍କ ଉପରେ ଡେମ୍ରା ଅଞ୍ଚଳରେ ଆକ୍ରମଣ କରି ପ୍ରତିଶୋଢ ନେଇଥିଲେ। ଘଟଣାରେ ଆଘାତ ହୋଇଥିବା ଲୋକଙ୍କୁ ବିଭିନ୍ନ ହସ୍ପିଟାଲ ଏବଂ ଚିକିତ୍ସାଳୟରେ ଦ୍ଶାଖଳ କରା ଯାଇଥିଲା।

ନିମ୍ନରେ ଆପଣ ମାନେ ଘଟଣା ଜଡ଼ିତ ଏକ ଭିଡିଓ ନିମ୍ନରେ ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ବାଂଲାଦେଶର ତିନୋଟି ଭିନ୍ନ କଲେଜର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷକୁ ବିଭ୍ରାନ୍ତିକର ସାମ୍ପ୍ରଦାୟିକ ଦାବି ସହିତ ସେୟାର କରା ଯାଉଛି।

Avatar

Title:ବାଂଲାଦେଶର ତିନୋଟି ଭିନ୍ନ କଲେଜର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷକୁ ବିଭ୍ରାନ୍ତିକର ସାମ୍ପ୍ରଦାୟିକ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *