
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ପୁଣି ଥରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ଯେଉଁଥିରେ ଗାନ୍ଧୀ ପରିବାର ର ବଂଶାନୁକ୍ରମିକ ବିଷୟରେ କୁହା ଯାଇଅଛି। ଏହି ପୋଷ୍ଟ ଅନୁଯାୟୀ ଗାନ୍ଧୀ ପରିବାର ର ପୂର୍ବପୁରୁଷ ମାନେ ମୁସ୍ଲିମ ଏବଂ ଇଶାଇ ଥିଲେ। ଏଥିରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ଜବାହାରଲାଲ ନେହେରୁଙ୍କ ଜେଜେବାପାଙ୍କ ନାମ ଗୟାସୁଦ୍ଦିନ ଗାଜି ଥିଲା ଏବଂ ସେ ଜଣେ ମୁସ୍ଲିମ ଥିଲେ। ରାଜୀବ ଗାନ୍ଧୀଙ୍କ ପ୍ରକୃତ ନାମ ରାଜୀବ ଖାନ ଏବଂ ସୋନିଆ ଗାନ୍ଧୀ ଜଣେ କ୍ରିଷ୍ଟିଆନ ହେଇଥିବାରୁ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ କ୍ରିଷ୍ଟିଆନ ଅଟନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଭାରତ ସରକାରର ସଂସ୍କୃତି ମନ୍ତ୍ରାଳୟ ୱେବସାଇଟରେ ନେହେରୁଙ୍କ ବଂଶାନୁକ୍ରମିକ ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟ ଅନୁଯାୟୀ, ଜବାହାରଲାଲ ନେହେରୁଙ୍କ ପିତାଙ୍କ ନାମ ଗଙ୍ଗାଧର ନେହେରୁ ଥିଲା। ଏହି ୱେବସାଇଟରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ନେହେରୁଙ୍କ ପିତାଙ୍କ ନାମ ଗୟାସୁଦ୍ଦିନ ଗାଜି ହୋଇଥିବା ଦାବି ମିଥ୍ୟା ଅଟେ।
ଏହି ବିଷୟରେ ଗଭୀରତା ସହିତ ଅନୁସନ୍ଧାନ କରିଲା ପରେ ଆମକୁ ଦିଲ୍ଲୀ ପୋଲିସର ୱେବସାଇଟରେ ତାଙ୍କ ଇତିହାସ ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟ ଅନୁଯାୟୀ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଆରମ୍ଭ ହେବା ଠିକ ପୂର୍ବରୁ ଗଙ୍ଗାଧର ନେହେରୁଙ୍କୁ (ଜବାହାରଲାଲ ନେହେରୁଙ୍କ ଜେଜେବାପା) ଦିଲ୍ଲୀ ପୋଲିସରେ କୋତବାଳ ପଦବୀରେ ନିଯୁକ୍ତ ଥିଲେ।
ଏହା ପରେ ଆମକୁ ଜବାହାରଲାଲ ନେହେରୁଙ୍କ ଜୀବନ ବିଷୟରେ ଅଧିକ ସୂଚନା ହିଷ୍ଟ୍ରି ଚ୍ୟାନାଲ ୱେବସାଇଟରୁ ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ ନେହେରୁଙ୍କ ଜନ୍ମ ୧୪ ନଭେମ୍ବର ୧୮୮୯ ମସିହାରେ ଗୋଟିଏ କାଶ୍ମିରୀ ବ୍ରାହ୍ମଣ ପରିବାରରେ ହେଇଥିଲା।
ସର୍ଚ କରିଲା ପରେ ଆମକୁ ସଂସ୍କୃତି ମନ୍ତରାଳୟ ୱେବସାଇଟରେ ପ୍ରକାଶିତ ହେଇଥିବା ଜବାହାରଲାଲ ନେହେରୁଙ୍କ ଆତ୍ମଜୀବନୀ ମିଳିଲା। ଏହି ଜୀବନୀରେ ସ୍ପଷ୍ଟ ଭାବରେ ଲେଖା ଯାଇଅଛି ଯେ ଯେପରି ଗୋଟିଏ ହିନ୍ଦୁ ପରିବାର ରହିବା କଥା, ତାଙ୍କ ପରିବାର ସେହି ପରି ରହୁଥିଲା।
ବି.ଆର.ନନ୍ଦା ଲିଖିତ The Nehrus: Motilal and Jawaharlal (1963) ଜୀବନୀ ଅନୁଯାୟୀ ମୋତିଲାଲ ନେହେରୁଙ୍କ ପିତାଙ୍କ ନାମ ଗଙ୍ଗାଧର ଥିଲା ଏବଂ ସେ ଜଣେ କାଶ୍ମିରୀ ପଣ୍ଡିତ ଥିଲେ। ମୁଗଳ ରାଜା ବାହାଦୁରଶାହ ଜଫରଙ୍କ ଦରବାରରେ ସେ ଜଣେ କୋତବାଳ ଥିଲେ। 1857 ସ୍ଵାଧୀନତା ସଂଗ୍ରାମ ଆରମ୍ଭ ହେବା ପରେ ସେ ନିଜ ପଦବୀ ଛାଡ଼ି ଆଗ୍ରାରେ ଅବସ୍ଥିତ ହୋଇଥିଲେ।
ମୋତିଲାଲ ବହୁତ କମ ବୟସରେ ବିବାହ କରିଥିଲେ। କିନ୍ତୁ ସନ୍ତାନ ଜନ୍ମ ଦେଇଥିବା ସମୟରେ ତାଙ୍କ ପ୍ରଥମ ପତ୍ନୀ ଏବଂ ସନ୍ତାନର ମୃତ୍ୟୁ ହୋଇଥିଲା। ଏହା ପରେ ମୋତିଲାଲ ସ୍ୱରୂପ ରାଣୀ ଥୁଶୁଙ୍କ ସହିତ ଦ୍ଵିତୀୟ ବିବାହ କରିଥିଲେ ଯିଏ ଜଣେ କାଶ୍ମିରୀ ବ୍ରାହ୍ମଣ ଥିଲେ। ଏହି ବିବାହରୁ ତାଙ୍କୁ ୧୪ ନଭେମ୍ବରରେ ୧୮୮୯ ରେ ଗୋଟିଏ ସନ୍ତାନ ପ୍ରାପ୍ତ ହେଲା ‘ଜବାହାରଲାଲ ନେହେରୁ’। ତାଙ୍କର ଦୁଇଟି ଝିଅ ସନ୍ତାନ ମଧ୍ୟ ଥିଲେ ବିଜଯଲକ୍ଷ୍ମୀ (୧୯୯୦) କ୍ରୀଷ୍ଣା (୧୯୦୭)।
ସିଦ୍ଧାନ୍ତ: ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଗାନ୍ଧୀ ପରିବାର ର ପୂର୍ବପୁରୁଷ ମାନେ ମୁସ୍ଲିମ ଧର୍ମର ହୋଇଥିବା ଦାବି ମିଥ୍ୟା ଅଟେ। ଗଙ୍ଗାଧର ନେହେରୁ, ଜବାହାରଲାଲ ନେହେରୁଙ୍କ ଜେଜେବାପା ଜଣେ କାଶ୍ମିରୀ ବ୍ରାହ୍ମଣ ଥିଲେ।

Title:କ’ଣ ଗାନ୍ଧୀ ପରିବାର ର ପୂର୍ବପୁରୁଷ ମାନେ ମୁସ୍ଲିମ ଥିଲେ? ଜାଣନ୍ତୁ ସତ୍ୟତା।
Written By: Siddharth SahuResult: False
