
ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ପୋଖରୀରେ ପହଂରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ କିଛି ଲୋକେ ପଥର ଫିଙ୍ଗି ଆକ୍ରମଣ କରୁଛନ୍ତି। ଦାବି କରା ଯାଉଛି ଯେ ଏହା ବାଂଲାଦେଶର ଘଟଣା ଏବଂ ସେଠିକାର ମୁସଲମାନ ବାସିନ୍ଦା ମାନେ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଖରୀରେ ପହଂରୁଥିବା ବ୍ୟକ୍ତି ବାଂଲାଦେଶର ଅଖାଉରା ସହରର ମେୟର। ଏହି ଭିଡିଓରେ ହିନ୍ଦୁ ମାନଙ୍କର ଉପରେ ଆକ୍ରମଣ ହେଉଥିବା ଦାବି ମିଥ୍ୟା ଅଟେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମକୁ ସମାନ ଭିଡିଓ ୧୧ ଅଗଷ୍ଟ ୨୦୨୪ ରେ ୟୁଟ୍ୟୁବରେ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ପୋଖରୀର ପହଂରୁଥିବା ବ୍ୟକ୍ତି ବାଂଲାଦେଶର ଆୱାମୀ ଳିଗ୍ ଦଳର ଜଣେ ନେତା।
ୟୁଟ୍ୟୁବ୍ ଚ୍ୟାନେଲ୍ କାଲବେଲା ନ୍ୟୁଜ୍ ରେ ୧୦ ଅଗଷ୍ଟ ୨୦୨୪ ରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ରିପୋର୍ଟ ପାଇଲୁ। ରିପୋର୍ଟ ଅନୁଯାୟୀ, ପୋଖରୀରେ ପହଁରି ଲୋକଙ୍କ ଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଜଣେ ଆୱାମୀ ଲିଗ୍ ନେତା ତଥା ଆଖୁରା ମୁନିସିପାଲିଟିର ମେୟର ‘ତାକିଜିଲ ଖଲିଫା କାଜଲ’। ଦଙ୍ଗା ସମୟରେ ଲୋକମାନେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।
ଆମେ ୮ ଅଗଷ୍ଟ ୨୦୨୪ ରେ ଢାକା ପୋଷ୍ଟରେ ପ୍ରକାଶିତ ଏକ ଖବର ରିପୋର୍ଟ ପାଇଲୁ। ରିପୋର୍ଟ ଅନୁଯାୟୀ, “ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ଆୱାମୀ ଲିଗ୍ ନେତା ତଥା କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ଏବଂ ସେମାନଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଆକ୍ରମଣ ଜାରି ରହିଥିଲା। ସେହିଭଳି ବ୍ରାହ୍ମଣବରିଆର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଅଖାଉରା ମୁନିସିପାଲିଟିର ମେୟର ତକଜିଲ ଖଲିଫା କାଜଲଙ୍କ ପଳାୟନ ଜନସାଧାରଣଙ୍କ ଆଲୋଚନାର କାରଣ ହୋଇଛି।
୫ ଅଗଷ୍ଟରେ ତାଙ୍କ ଘରଉପରେ ଆକ୍ରମଣ ହେବା ପରେ ସେ ନିକଟରେ ଥିବା ପୋଖରୀରେ ପହଁରି ଖସି ପଳାଇବାକୁ ଚେଷ୍ଟା କରିଥିଲେ। ପୋଖରୀରେ ପହଂରିବାର ତାଙ୍କ ଭିଡିଓ ଖୁବ ଭାଇରାଲ ହେଇଥିଲା।
ସିଦ୍ଧାନ୍ତ:
ପୋଖରୀରେ ପହଂରୁଥିବା ବ୍ୟକ୍ତି ବାଂଲାଦେଶର ଅଖାଉରା ସହରର ମେୟର। ଏହି ଭିଡିଓରେ ହିନ୍ଦୁ ମାନଙ୍କର ଉପରେ ଆକ୍ରମଣ ହେଉଥିବା ଦାବି ମିଥ୍ୟା ଅଟେ।

Title:ବାଂଲାଦେଶର ମୁସଲମାନ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଥିବାର ଏହା ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା
Written By: Siddharth SahuResult: False
