
କଳା ୟୁନିଫର୍ମ୍ ପିନ୍ଧି କିଛି ଲୋକ ପେରେଡ୍ କରୁଥିବା ସମୟରେ ଧାର୍ମିକ ନାରା ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଏହି ଲୋକ ମାନେ ହେଉଛନ୍ତି କେରଳ ପୋଲିସ। ଦାବି ସହିତ ୟୁଜର ମାନେ କଂଗ୍ରେସ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ କଂଗ୍ରେସ ପାଇଁ ଜୟ ଶ୍ରୀ ରାମ ନାରା ଯିଏ ଦେବ ତା ଉପରେ ହିନ୍ଦୁ ମୁସଲମାନ କରୁଥିବାର ଆରୋପ ଲଗାଜୀବ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ କଳା ୟୁନିଫର୍ମ୍ ପିନ୍ଧି ଧାର୍ମିକ ନାରା ଦେଉଥିବା ଲୋକମାନେ କେରଳ ପୋଲିସ ନୁହଁନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ଭିଡିଓରେ ଥିବା ଲୋକମାନେ ଯେଉଁ ୟୁନିଫର୍ମ୍ ପିନ୍ଧିଛନ୍ତି ସେଥିରେ ଆରଙ୍ଗଡ଼ି (Arangadi) ବୋଲି ଲେଖା ଯାଇଛି। ଗୁଗୁଲ ରେ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା କେରଳର କାସାର୍ଗୋଡ଼ ର ଏକ ଗ୍ରାମର ନାମ।

ଏହା ପରେ ଆମେ ଫ୍ୟାକ୍ଟ କ୍ରିଷେଣ୍ଡୋ ମଲୟାଲାମ ଟିମ୍ ସହାଯ୍ୟରେ କେରଳ ପୋଲିସ ମିଡିଆ ସେଣ୍ଟର ର ଉପ ନିର୍ଦ୍ଦେଶକ ଏସ.ଆର ପ୍ରବୀନଙ୍କ ସହ ଯୋଗାଯୋଗ କରିଲୁ। ସେ ସୁନିଶ୍ଚିତ କରିଲେ ଯେ ଭିଡିଓରେ ଥିବା ବ୍ୟକ୍ତି ମାନେ କେରଳ ପୋଲିସ ନୁହଁନ୍ତି।
ଅଧିକ ସୂଚନା ପାଇଁ ଆମେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ରାଜ୍ୟ ଅଧିକାରୀଙ୍କ ସହିତ ମଧ୍ୟ ଯୋଗାଯୋଗ କରିଲୁ। ସେ ସୂଚନା ଦେଲେ ଯେ ଏହା କେରଳର କାସାର୍ଗୋଡ଼ ଜିଲ୍ଲା ରେ ନବୀ ଦିବସ ପାଳନ କରା ଯାଉଥିବା ସମୟର ଭିଡିଓ ଅଟେ। ଅନ୍ୟ ଜିଲ୍ଲା ବ୍ୟତୀତ, କାସାର୍ଗୋଡ଼ ରେ ଅଧିକାଂଶ ଅଞ୍ଚଳ ଧାର୍ମିକ କାର୍ଯ୍ୟ ପାଇଁ ଏହି ପ୍ରକାରର ଡ୍ରେସ କୋଡ୍ ଅନୁସରଣ କରାଯାଏ।
ନବୀ ଦିବସ ରାଲି ସମୟରେ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିବା ଅଭିଯୋଗରେ ହୋସଦୁର୍ଗ ପୋଲିସ ୨୦୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ମଣିକୋଟ ଜୁମାଥ କମିଟି ଏବଂ ଅରଙ୍ଗଡି ଜୁମାଥ କମିଟି ନେତୃତ୍ୱରେ ଏହି ରାଲି ଆୟୋଜିତ ହୋଇଥିଲା। କାନହଙ୍ଗଡର କାସାର୍ଗୋଡ଼ର ଏହି ଘଟଣା ବୋଲି ରିପୋର୍ଟ କରା ଯାଇଛି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ କଳା ୟୁନିଫର୍ମ୍ ପିନ୍ଧି ଧାର୍ମିକ ନାରା ଦେଉଥିବା ଲୋକମାନେ କେରଳ ପୋଲିସ ନୁହଁନ୍ତି। କେରଳର କାସାର୍ଗୋଡ଼ ଜିଲ୍ଲାରେ ମୁସ୍ଲିମ ମାନେ ଏପରି ନବୀ ଦିବସ ପାଳନ କରିଥିଲେ।
Title:ୟୁନିଫର୍ମ୍ ରେ ଧାର୍ମିକ ନାରା ଦେଉଥିବା ଲୋକମାନେ କେରଳ ପୋଲିସ ନୁହଁନ୍ତି। ଭାଇରାଲ ଦାବି ମିଥ୍ୟା।
Fact Check By: Siddharth SahuResult: False


