କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତଙ୍କ ଓକିଲ କପିଲ ସିବଲ୍ ହେଇଥିବା ଦାବି ବିଭ୍ରାନ୍ତକାରୀ ଅଟେ।

Misleading Social

କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଭାଇରାଲ ହେବାରେ ଲାଗିଛି ଯାହା ସେୟାର କରାଯାଉଛି ଏବଂ ଦାବି କରାଯାଇଛି ଯେ କପିଲ ସିବଲ କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ପାଇଁ କେସ୍ ଲଢୁଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ପୋଷ୍ଟ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ପଶ୍ଚିମ ବଙ୍ଗ, କୋଲକାତା ସ୍ଥିତ , ଆର.ଜି.କର ମେଡ଼ିକାଲ କଲେଜ ଓ ହସପିଟାଲରେ, ଡାକ୍ତରୀଛାତ୍ରୀ, ଧର୍ଷଣ ଓ ହତ୍ୟାକାଣ୍ଡ ଆରୋପି ପାଇଁ ବୀର ସିପାହୀ ମାନେ ଯୁକ୍ତି ଉପସ୍ଥାପନ କରିବାରେ ଲାଗିଛନ୍ତି।” ପୋଷ୍ଟ ସହିତ ଉପଭୋକ୍ତା ପ୍ରଶ୍ନ କରିଛନ୍ତି ଯେ ଯେଉଁ ଦେଶରେ ୧୨ ଜଣ ବିଦ୍ଵାନ ଓକିଲ ଧର୍ଷଣ ଓ ହତ୍ୟା କରିଥିବା ଦୋଷୀ ପାଇଁ ଯୁକ୍ତି ବାଢନ୍ତି, ସେ ଦେଶରେ ଧର୍ଷଣ ଓ ହତ୍ୟାକାଣ୍ଡ କମିବ କେମିତି? 

Facebook | Archive

 ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଆଜ୍ ତକ୍ ଦ୍ଵାରା ପ୍ରକାଶିତ ୨୭ ଅଗଷ୍ଟର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, କୋଲକାତାର ସରକାରୀ ଆରଜି କର୍ ହସ୍ପିଟାଲର ଜଣେ ପ୍ରଶିକ୍ଷକ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଞ୍ଜୟ ରୟଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ସିବିଆଇ ହେପାଜତରେ ଅଛନ୍ତି। ତାଙ୍କୁ ଫାଶୀ ଦେବା ପାଇଁ ଦାବି ମଧ୍ୟ ରହିଛି। ସେପଟେ କୋଲକାତାର ସିଆଲଦାହ କୋର୍ଟ କବିତା ସାର୍କଙ୍କୁ ସଞ୍ଜୟ ରୟଙ୍କ ଓକିଲ ଭାବରେ ନିଯୁକ୍ତ କରିଛନ୍ତି।

Archive

ବିଜନେଶ୍ ଟୁଡେ ରିପୋର୍ଟ ଅନୁଯାୟୀ, ୨୫ ବର୍ଷର ଅଭିଜ୍ଞତା ଥିବା ୫୨ ବର୍ଷୀୟ ଓକିଲ କବିତା ସର୍କାରଙ୍କୁ ଆର.ଜି କର୍ ବଳାତ୍କାର-ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ରକ୍ଷା କରିବା ପାଇଁ ସିଆଲଦାହ କୋର୍ଟ ଦ୍ୱାରା ନିଯୁକ୍ତ କରାଯାଇଛି। । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରୟଙ୍କୁ ପ୍ରତିନିଧିତ୍ୱ କରିବାକୁ ଅନ୍ୟ କୌଣସି ଓକିଲ ଇଚ୍ଛା ପ୍ରକାଶ କରିବା ନଥିବାରୁ ଏହି ନିଯୁକ୍ତି ଦିଆଯାଇଛି।

Archive

କପିଲ ସିବଲ ବଙ୍ଗଳା ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ଏଥିସହ କପିଲ ସିବଲଙ୍କ ଏହି ମାମଲା ସହ କୌଣସି ସମ୍ପର୍କ ଅଛି କି ନାହିଁ ଜାଣିବା ପାଇଁ ଅନୁସନ୍ଧାନ ବେଳେ ଆମେ ଜାଣିବାକୁ ପାଇଲୁ ଯେ କପିଲ ସିବଲ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ଏହା ସମ୍ପୂର୍ଣ୍ଣ ମିଥ୍ୟା ଯେ ସେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ରକ୍ଷା କରିବା ପାଇଁ ତାଙ୍କ କେସ୍ ଲଢୁଛନ୍ତି। 

ସିଦ୍ଧାନ୍ତ

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲା ଅଭିଯୁକ୍ତ ସଞ୍ଜୟ ରୟଙ୍କ ପାଇଁ କବିତା ସର୍କାରଙ୍କୁ ତାଙ୍କ ଓକିଲ ଭାବରେ ନିଯୁକ୍ତ କରା ଯାଇଛି। କପିଲ ସିବଲ୍ ସଞ୍ଜୟ ରୟଙ୍କ ଓକିଲ ନୁହଁନ୍ତି। ସେ ପଶ୍ଚିମବଙ୍ଗ ସରକାର ର ପ୍ରତିନିଧିତ୍ୱ କରିଥିଲେ।

Avatar

Title:କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତଙ୍କ ଓକିଲ କପିଲ ସିବଲ୍ ହେଇଥିବା ଦାବି ବିଭ୍ରାନ୍ତକାରୀ ଅଟେ।

Written By: Siddharth Sahu  

Result: Misleading

Leave a Reply

Your email address will not be published. Required fields are marked *