
ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଯମରାଜଙ୍କ ପୋଷାକରେ ଏବଂ ଚିତ୍ରଗୁପ୍ତଙ୍କ ପୋଷାକରେ ଅନ୍ୟ ଜଣେ ବ୍ୟକ୍ତି ଜଟିଳ ରାସ୍ତା ଯାଞ୍ଚ କରୁଛନ୍ତି। ଏହି ଭିଡିଓରେ ଅନ୍ୟ ଅନେକ ଲୋକ ଭୂତ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରି ଦାବି ହେଉଛି ଯେ ଏହି ଭିଡିଓ ଗୁଜରାଟର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ଫାଇଲ ଯେ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି। ଏହା ଗୁଜରାଟର ନୁହେଁ ବରଂ କର୍ଣ୍ଣାଟକାର ଉଡୁପୀ ସହରର ଘଟଣା ଅଟେ।
ଜଣେ ସୋସିଆଲ ମିଡିଆ ବ୍ୟବହାରକରି ଲେଖିଛନ୍ତି, “ରାସ୍ତାରେ ଯମ: ଖରାପ ରାସ୍ତା ପାଇଁ ନିଆରା, ଗୁଜରାଟ”
ଆମ ଅନୁସନ୍ଧାନ: ଭିଡିଓକୁ ଗଭୀରତା ସହିତ ଦେହିବା ପରେ ଆମକୁ ରାସ୍ତାରେ ଯାଉଥିବା ଏକ କାର ନଜର ଆସିଲା ଯେଉଁଥିରେ କର୍ଣ୍ଣାଟକା ରାଜ୍ୟର ନମ୍ବର ପ୍ଲେଟ୍ ଲାଗିଥିଲା। ଏଥିରୁ ଏହା ସନ୍ଦେହ ହେଲା ଯେ ଏହି ଭିଡିଓ ଗୁଜରାଟର ନୁହେଁ, କରନାଟକାର ହୋଇ ପାରେ। ନିମ୍ନରେ ଆପଣ ମାନେ ସେହି ଫୋଟୋ ଦେଖି ପାରିବେ।

ଏହା ପରେ ଆମେ ଭାଇରାଲ ଭିଡିଓର ସ୍କ୍ରିନଶଟ୍ ନେଇ ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୮ ଅଗଷ୍ଟ ୨୦୨୪ ରେ ଜି ନ୍ୟୁଜ୍ ର ଏକ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକର ଉଦୁପି ସହର ର ଖରାପ ରାସ୍ତା ଅବସ୍ଥା ସମ୍ପର୍କରେ ଯମରାଜ ଏବଂ ଚିତ୍ରାଗୁପ୍ତ ଭଏସ ପଡ଼ି ଦୁଇଜଣ ବ୍ୟକ୍ତି ଲୋକଙ୍କୁ ଅବଗତ କରାଉଥିଲେ। ରାସ୍ତାର ଖରାପ ଅବସ୍ଥାକୁ ନେଇ ସେମାନେ ମଧ୍ୟ ବିରୋଧ କରିଥିଲେ।
ପ୍ରାପ୍ତ ସୂଚନା ବ୍ୟବହାର କରି ଅଧିକ ଅନୁସନ୍ଧାନ ପରେ, ଆମେ ଏଠାରେ, ଏଠାରେ ଏବଂ ଏଠାରେ ଭାଇରାଲ୍ ଭିଡିଓର ଖବର ପାଇଲୁ। ପ୍ରକାଶିତ ଖବରରେ ଏହା ଜଣାଯାଇଛି ଯେ ଭାଇରାଲ ଭିଡିଓ କର୍ଣ୍ଣାଟକର ଉଡୁପୀରୁ ଆସିଛି ଯେଉଁଠାରେ ବର୍ଷା ହେତୁ ରାସ୍ତାର ଅବସ୍ଥା ସହିତ ସେଥିରେଥିବା ବଡ ଗାତ ଗୁଡ଼ିକରେ ପାଣି ଭରିବାରେ ସମସ୍ୟା ହୋଇଥିଲା। ଏହାକୁ କିଛି ଲୋକ ସଚେତନତା ସୃଷ୍ଟି କରି ଭିନ୍ନ ଢଙ୍ଗରେ ବିରୋଧ କରିଥିଲେ।
ଅଧିକ ଅନୁସନ୍ଧାନ ପରେ, ଆମେ ଡେଜି ୱାର୍ଲ୍ଡ ନାମକ ଏକ ୱେବସାଇଟରେ ଭିଡିଓ ସହ ଜଡିତ ଖବର ପାଇଲୁ। ୨୮ ଅଗଷ୍ଟ ୨୦୨୪ ରେ ପ୍ରକାଶିତ ଏହି ଖବରରେ କୁହାଯାଇଛି ଯେ ଭିଡିଓରେ ଦେଖାଯାଇଥିବା କଳାକାରଙ୍କ ନାମ ଅଜୟ କୁରାକାଲୁ ଅଟେ। ଅଜୟ ଏବଂ ତାଙ୍କ ଦଳ ଏହି ପରି ଅନନ୍ୟ ଉପାୟରେ ରାସ୍ତାର ଖରାପ ଅବସ୍ଥା ସମ୍ପର୍କରେ ବିରୋଧ ପ୍ରଦର୍ଶନ କରନ୍ତି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି। ଏହା ଗୁଜରାଟ ନୁହେଁ, କର୍ଣ୍ଣାଟକାର ଉଡୁପୀ ସହରର ଘଟଣା ଅଟେ ଯାହାକୁ ଲୋକଙ୍କ ସଚେତନା ପାଇଁ ବନା ଯାଇଥିଲା।

Title:ରାସ୍ତା ଯାଞ୍ଚ କରୁଥିବା ଯମଙ୍କର ଭିଡିଓ କର୍ଣ୍ଣାଟକାର ଅଟେ, ଗୁଜରାଟର ନୁହେଁ।
Written By: Siddharth SahuResult: Missing Context
