ବାଂଲାଦେଶ ପୋଲିସ ଦ୍ୱାରା ଦୀପୁ ଚନ୍ଦ୍ର ଦାସଙ୍କୁ ଭିଡ଼ ହାତରେ ହସ୍ତାନ୍ତର କରାଯାଇଥିବାର ଏକ ଅସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। 

Communal False

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବାଂଲାଦେଶ ପୋଲିସ ଜଣେ ଯୁବକଙ୍କୁ ଏକ ଭିଡ଼ ହାତରେ ହସ୍ତାନ୍ତର କରୁଥିବା ନଜର ଆସୁଛନ୍ତି। ଭିଡିଓରେ ଯୁବକ ବିକଳ ହୋଇ କାନ୍ଦୁଥିବା ମଧ୍ୟ ନଜର ଆସିଛନ୍ତି। ସେ ବାରମ୍ବାର କହୁଛନ୍ତି ଯେ ସେ ଦୋଷୀ ନୁହଁନ୍ତି, ସେ ନିରୀହ। 

ଦାବି କରା ଯାଉଛି ଯେ ଭିଡିଓରେ ଥିବା ଯୁବକ ହେଉଛନ୍ତି ଦିପୁ ଚନ୍ଦ୍ର ଦାସ ଯାହାଙ୍କୁ ବାଂଲାଦେଶରେ କିଛି ଲୋକେ ଜୀବନ୍ତ ଜାଳି ଦେଇଥିଲେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ଯୁବକ ଦିପୁ ଚନ୍ଦ୍ର ଦାସ ନୁହଁନ୍ତି। ଏହା ଏକ ପୁରୁଣା ଭିଡିଓ। ଯୁବକ ଟି ହେଉଛନ୍ତି ଢାକା ମହାବିଦ୍ୟାଳୟର ଜଣେ ଛାତ୍ର ଅବ୍ଦୁଲ୍ ମୋମିନ୍। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ସେହି ନିଷ୍ଠୁର ଜିହ୍ୱାଦି ମାନଙ୍କ ଦ୍ଵାରା ଅଗ୍ନ୍ନି ରେ ପ୍ରଜ୍ଜଳନ କରିବା ପୂର୍ବରୁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦିପୁ ଦାସଙ୍କର ଶେଷ ଭିଡ଼ିଓ ର  ଚିତ୍ର ଦୃଶ୍ୟମାନ!! ଲଢେଇ ର ସମୟ ଆସିଲା.. ଜାଗ ହିନ୍ଦୁ ଜାଗ!!

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଭାଇରାଲ କ୍ଲିପ୍ ର ଏକ ଲାମ୍ବା ଭିଡିଓ ଭୋରେର ଖୋବୋର ଲାଇଭ୍ ନାମକ ୟୁଟ୍ୟୁବ ଚ୍ୟାନାଲରେ ୧୮ ନଭେମ୍ବର ୨୦୨୫ ରେ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପ୍ସନ୍ ରେ ଉଲ୍ଲେଖ କରା ଯାଇଛି ଯେ ଭିଡିଓଟି ଢାକା କଲେଜର ଜଣେ ଛାତ୍ରଙ୍କୁ ଦେଖାଉଛି।

କିନ୍ତୁ, ରିପୋର୍ଟ ଅନୁଯାୟୀ, ଦୀପୁ ଚନ୍ଦ୍ର ଦାସଙ୍କୁ ୧୮ ଡିସେମ୍ବର ୨୦୨୫ ରେ ଭିଡ଼ ଦ୍ୱାରା ହତ୍ୟା କରାଯାଇଥିଲା।

ଆମେ ସେହି ବ୍ୟକ୍ତିଙ୍କ ଦ୍ୱାରା ପିନ୍ଧିଥିବା ଜର୍ସିରେ ଢାକା କଲେଜର ଲୋଗୋ ଏବଂ ସେଥିରେ ମୋମିନ୍ ନାମ ଲେଖାଥିବା ଦେଖିଲୁ। ଭିଡିଓରେ ଥିବା ବ୍ୟକ୍ତି ବଙ୍ଗଳାରେ କହୁଛନ୍ତି ଯେ ସେ ଢାକା କଲେଜର ଛାତ୍ର ଏବଂ ତାଙ୍କର କୌଣସି ପ୍ରତିବାଦ ସହିତ କୌଣସି ସମ୍ପର୍କ ନାହିଁ।

ଆମେ ଆଉ ଏକ ଭିଡିଓ ପାଇଲୁ ଯେଉଁଠାରେ ବ୍ୟକ୍ତି ଜଣକ ତାଙ୍କ ନାମ ଅବଦୁଲ ମୋମିନ୍ ବୋଲି କହୁଥିବାର ଶୁଣିବାକୁ ମିଳୁଛି। କିଛି ସମୟ ପରେ, ଜଣେ ପୋଲିସ ଅଧିକାରୀ ତାଙ୍କୁ ରିକ୍ସା ଖୋଜିବାରେ ସାହାଯ୍ୟ କଲେ। ଭିଡିଓରେ ଶୁଣିବାକୁ ମିଳିଲା ଯେ ପୋଲିସ ଅଧିକାରୀଙ୍କ ନାମ ହେଉଛି ଡିସି ମାସୁଦ।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଏକ ଭିଡିଓ ପାଇଲୁ ଯେଉଁଠାରେ ପୋଲିସ ଅଧିକାରୀଙ୍କୁ ଦେଖାଯାଇପାରିବ। କ୍ୟାପସନ ଅନୁସାରେ, ସେ ହେଉଛନ୍ତି ରାମନା ଡିଭିଜନର ଡେପୁଟି କମିଶନର ମାସୁଦ ଆଲାମ। ରିପୋର୍ଟ ଅନୁସାରେ, ମାସୁଦ ଆଲାମ ଛାତ୍ରଙ୍କ ପକ୍ଷରୁ ରିକ୍ସା ଭଡ଼ା ଦେଇଥିଲେ।

ଏହା ସ୍ପଷ୍ଟ କରୁଛି ଯେ ଭାଇରାଲ ଭିଡିଓଟି ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ପୂର୍ବରୁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ଭିଡିଓରେ ଥିବା ଯୁବକ ଦିପୁ ଚନ୍ଦ୍ର ଦାସ ନୁହଁନ୍ତି। ଏହା ଏକ ପୁରୁଣା ଭିଡିଓ। ଯୁବକ ଟି ହେଉଛନ୍ତି ଢାକା ମହାବିଦ୍ୟାଳୟର ଜଣେ ଛାତ୍ର ଅବ୍ଦୁଲ୍ ମୋମିନ୍। 

Avatar

Title:ବାଂଲାଦେଶ ପୋଲିସ ଦ୍ୱାରା ଦୀପୁ ଚନ୍ଦ୍ର ଦାସଙ୍କୁ ଭିଡ଼ ହାତରେ ହସ୍ତାନ୍ତର କରାଯାଇଥିବାର ଏକ ଅସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *